ହଷ୍ଟେଲରେ ରୁମ୍ ମେଟ୍ ମାନଙ୍କୁ ଶୋଇବା ଆଗରୁ ସବୁଦିନେ କିଛି ଶୁଣେଇବା ବେଳେ କହନ୍ତି ମୁଁ କାଳେ ଭଲ ‘ଆଈ’ ଟିଏ ହେବି। ବାହାଘର ପରେ ପୁରାଣ ବିଷୟରେ ସମ୍ପୁର୍ଣ୍ଣ ଅଜ୍ଞ ସ୍ଵାମୀଙ୍କୁ ରାମାୟଣ କି ମହାଭାରତର କୌଣସି ଏକ ଘଟଣାବଳୀ କହିଲା ବେଳେ ତନ୍ମୟ ହେଇ ଶୁଣିବାର ଦେଖିଚି। ଅଫିସରେ ସହକର୍ମୀ କିଛି ଗପିବାକୁ ଇଚ୍ଛା ହେଲେ ମୋ ପାଖକୁ ଚୌକି ଟାଣି ଆଣନ୍ତି। ସଭିଏଁ କହନ୍ତି କାଳେ ନିତିଦିନିଆ କଥାକୁ ସଜେଇ ସାଜେଇ ବାଗେଇ କହିବା କଳା ମତେ ବେଶ୍ ଜଣା। ଏସବୁ କାହିଁକି କେଜାଣି ଉସ୍କେଇଲା ଆଈ ହବା ଯାଏ ଅପେକ୍ଷା ନ କରି ଏବେ ଠୁ ଲୋକଙ୍କ ପାଖରେ ମୋ କାହାଣୀକୁ ପହଞ୍ଚେଇବାକୁ। ଏଇଠୁ ହିଁ ଆରମ୍ଭ ହେଲା “ଲିପିଲେଖା (LIPILEKHA)”ର କାହାଣୀ!
କବିତା ଓ କାହାଣୀ ପ୍ରିୟ ବ୍ୟକ୍ତିଙ୍କୁ ସ୍ଵାଗତ। ଯେତେବେଳେ ନିତିଦିନିଆ ଜୀବନ ଜୀବିକାରୁ ଥକାପଣ ଅନୁଭବ କରୁଛନ୍ତି, ବିତାନ୍ତୁ କିଛି ସମୟ ମୋ କାହାଣୀ ବଗିଚାରେ। କିଏ ଜାଣେ କୋଉ କବିତା(ଫୁଲ) ର ବାସ୍ନା ଅବା ଗପ (ଫଳ)ର ମିଠାସ୍ ହୁଏତ ମନକୁ ଭୁଲେଇ ନେଇ ପାରେ …