### ଭ୍ରମଣ କାହାଣୀ-ଉତ୍ତରାଖଣ୍ଡ- Do Dham- Day 7,8,9 – Badrinath darshan, Sightseeing, Return journey ###

ପୂର୍ବ ଲେଖାରେ ଲେଖିଥିଲି Kedarnath Sightseeing, ଆଉ phata ଯାଏଁ return trek ବିଷୟରେ।

ଆଜି ସକାଳେ ଆଖି ଖୋଲିଲା ପ୍ରାୟ 7 ଟା ବେଳେ। ଗଲାକାଲି ଅପେକ୍ଷା ଆଜିକୁ ପାଦ ଭୀଷଣ ଭାବେ ଫୁଲି ଯାଇଥାଏ। ଦେହର ସବୁ ଜାଗାରେ pain! ଜଙ୍ଘ ଭୟଙ୍କର ପୀଡ଼ାରେ ଆଉ ଉଠୁ ନଥାଏ।

ଆଜି ଆମକୁ ଜଳଖିଆ ଖାଇଦେଇ Badrinath ବାହାରି ଯିବାର ଥିଲା। ନିତ୍ୟକର୍ମ ସାରି dining room ରେ ଯାଇ ଜଳଖିଆ ଖାଇଲୁ। Alu paratha, poha ଥିଲା ଜଳଖିଆରେ । ଖାଇସାରି ରୁମ୍ କୁ ଆସି ବ୍ୟାଗ୍ ପତ୍ର ପ୍ୟାକ୍ କରି ଦେଇ ବାହାରି ପଡ଼ିଲୁ 9 ଟା ସୁଦ୍ଧା ।

ଫେରିବା ରାସ୍ତାରେ ବି ଭୟଙ୍କର ଭିଡ଼! ମାତ୍ର 188 km ଯିବାର ଥିଲା ଆମକୁ। 6.30 hrs ଲାଗିବା କଥା। କିନ୍ତୁ ଏ jam ରୁ ମୁକୁଳି ପାରିଲେ ତ! Ukhimath ଠୁ Badrinath ଦିଗକୁ ମୋଡ଼ିଲା ଯାଏଁ full jam ଥିଲା । ତା ପର ରାସ୍ତା ଟିକେ ଫାଙ୍କା ଲାଗିଲା। କିନ୍ତୁ ପୂରା ଅଣଓସାରିଆ ରାସ୍ତା। ତଳର ଖାଇ ଭୟଙ୍କର ଦିଶୁଥାଏ। Chopta valley ଦେଖାଗଲା ତ ପୁଣି jam ଲାଗିଲା। ଆମେ ଆଉ ସେଠି ଅଟକି ଟିକେ valley view ଦେଖିବାକୁ ସାହସ କରି ପାରିଲୁନି। ସେପଟେ Badrinath ପହଞ୍ଚିବାକୁ ଡେରି ନ ହେଇ ଯାଉ! ଆଜି ହିଁ ସମୟ ହେଲେ ଦର୍ଶନ ସାରିଦବୁ ବୋଲି ଇଚ୍ଛା ଥିଲା।

ରାସ୍ତାରେ ତୁଙ୍ଗନାଥ ଯିବାକୁ gateway ବି ଦେଖିଲୁ । ସେଇ ଗାଡ଼ିରୁ ମୁଣ୍ଡିଆ ମାରି ଦେଇ ଆଗକୁ ବଢ଼ିଲୁ।

ରାସ୍ତାରେ ଗୋଟେ hotel ଦେଖି lunch ପାଇଁ ରହିଲୁ ପ୍ରାୟ 3 ଟା ବେଳେ। ରୁଟି(10), ମଟର ପନୀର(half:100), Dal fry(half: 90) ଖାଇଲୁ । ସେ hotel ବାହାରେ ଗୋଟେ mulberry ଗଛ ଦେଖି, ସେଥିରୁ ପାଚିଲା କୋଳି ତୋଳି ଖାଇଲୁ।

ଗୋପେଶ୍ଵର ଠୁ Badrinath route ଧରିଲୁ ତ ରାସ୍ତା ଟିକେ ଓସାରିଆ ତଥା better condition ର ଦେଖିଲୁ । କିନ୍ତୁ ଏଠି ଗୋଟେ ପାଖରେ ପାହାଡ଼ ରାସ୍ତା ଉପରକୁ ଝୁଲି ରହିଥିବା ଓ ଅନ୍ୟ ପାଖରେ Alaknanda ର ଗଭୀର ଖାଇ ମନରେ ଭୟ ସଞ୍ଚାର କରୁଥାଏ। ଏପଟେ ବି jam ହଉ ଥାଏ। କିନ୍ତୁ ଅଳ୍ପ ସମୟ ଭିତରେ ପୁଲିସ ଆସି clear କରି ଦଉଥାନ୍ତି । କିଛି କିଛି distance ରେ police ମାନେ ଠିଆ ହେଇଥାନ୍ତି। କେଦାରନାଥ ପଟୁ ଏପଟେ crowd management ଟିକେ better ବୋଲି ଲାଗୁଥିଲା!

ମହାଦେବଙ୍କ ଦୁନିଆଁରୁ ନାରାୟଣଙ୍କ ଦୁନିଆଁରେ ପ୍ରବେଶ କରୁଥିଲୁ ଆମେ। ରାସ୍ତା କଡ଼ରେ ବାଇଗଣୀ ରଙ୍ଗର ଫୁଲ ଭର୍ତ୍ତି ଗଛ ମାନ ସ୍ଵାଗତ କରୁଥିଲେ ଆମକୁ।

Joshi math ଠି ଟିକେ ଚା ପାଣି ପାଇଁ ଅଟକିଲା ବେଳକୁ ସନ୍ଧ୍ୟା ହେଲାଣି। ସେଇଠୁ ଆଉ ଦେଢ଼ ଘଣ୍ଟାର ରାସ୍ତା। କିନ୍ତୁ traffic jam ଯୋଗୁ କେତେବେଳେ ପହଞ୍ଚିବୁ ତା’ର ଠିକ୍  ଠିକଣା ନଥାଏ । ସେପଟେ 9 ସୁଦ୍ଧା ନ ପହଞ୍ଚିଲେ ମନ୍ଦିର ବନ୍ଦ ହେଇଯିବ।

ଯାହା ଡର ଥିଲା, ସେଇଆ ହେଲା । 9.30pm ବେଳକୁ ପହଞ୍ଚିଲୁ ଆମେ । ଆଉ ତ ଏବେ ମନ୍ଦିର ଖୋଲା ନଥିବ, ତେଣୁ ଶୀଘ୍ର ଶୋଇ ପଡ଼ିଲେ କାଲି ରାତି ତିନିଟାରୁ ଉଠି ଦର୍ଶନ କରିବୁ ଭାବି, dinner ଖାଇ ଦେଇ ଶୋଇ ପଡ଼ିଲୁ ସମସ୍ତେ ।

ପରଦିନ plan ଅନୁସାରେ ରାତି ତିନିଟା ରୁ ଉଠି ଶୀଘ୍ର ଶୀଘ୍ର ନିତ୍ୟକର୍ମ ସାରି ମନ୍ଦିରକୁ ବାହାରିଲୁ। ମାତ୍ର 500 meter ଦୂରରେ ମନ୍ଦିର । ଦୂରରୁ continuously change ହଉଥିବା light ପଡ଼ି ମନ୍ଦିରର ଦୃଶ୍ୟ ବେଶ୍ ସୁନ୍ଦର ଦିଶୁଥିଲା।

Counter ରୁ registration number ଦେଖେଇ ଦର୍ଶନ chit ନେଇ ଧାଡ଼ିରେ ଲାଗିବାକୁ ଗଲୁ। ଏତେ ରାତିରୁ ଆସିଚୁ ଯେତେବେଳେ, ଶୀଘ୍ର ଦର୍ଶନ ମିଳିଯିବ ବୋଲି ଭାବିଥିଲୁ। କିନ୍ତୁ ସେଠି ପହଞ୍ଚି ଯାହା ଦେଖିଲୁ, ମୁଣ୍ଡ ଘୂରିଗଲା!

ଧାଡ଼ି ପ୍ରାୟ 2 କିଲୋମିଟର ଯାଏଁ ଲମ୍ବିଛି! ଗୋଟେ ଦୋକାନରେ ଜୋତା ରଖି ଦେଇ ଶେଷ ମୁଣ୍ଡ ଯାଏଁ ଚାଲି ଚାଲି ଗଲାବେଳେ ଦେଖିଲୁ ଲୋକମାନେ ଧାଡ଼ିରେ ଭୂଇଁରେ ବସିଛନ୍ତି। ଏମିତି କାହିଁକି ବସିଛନ୍ତି ବୋଲି ପଚାରି ଜାଣିଲୁ, କାଲି ରାତିରୁ ହିଁ ଏମାନେ ଏଇଠି line ରେ ବସିଛନ୍ତି! ଧାଡ଼ି ଆଗକୁ ବଢୁ ନଥାଏ। ପୁଣି ଆଗ ପଟୁ ଆସି ଲୋକେ ପଶି ଯିବାକୁ ଚେଷ୍ଟା କରୁଥାନ୍ତି ସେ ଧାଡ଼ିରେ! ସେମାନଙ୍କ ଉପରେ ଚିଲ୍ଲେଇ ଉଠୁଥାନ୍ତି ରାତିରୁ ଆସି ଏତେ କଷ୍ଟରେ ଧାଡ଼ିରେ ଅପେକ୍ଷା କରିଥିବା ଲୋକେ।

ମନ୍ଦିର ବୋଧେ ଖୋଲି ନଥିଲା କିମ୍ବା କିଛି ପୂଜା ପାଇଁ ଦର୍ଶନ ବନ୍ଦ ଥିଲା। ପ୍ରାୟ ଅଢ଼େଇ ଘଣ୍ଟା ସେଇ ଗୋଟିଏ ଜାଗାରେ ଠିଆ ହେଇ ରହିବା ପରେ ପାଦେ ପାଦେ କରି ଆଗକୁ ବଢ଼ିଲୁ। ସେଠି ଠିଆ ହେଇ ହେଇ ଗୋଡ଼ କାଟିଲେ, ଲୁହା railing ଉପରେ ମାଙ୍କଡ଼ ଭଳି ଟିକେ ଲଟକି ରହିବାକୁ ପଡ଼ୁଥିଲା!

ସେଠି ଗୋଟେ ତପ୍ତ କୁଣ୍ଡ ଥାଏ, ଯୋଉଠି ଗାଧୋଇ ଲୋକେ ବଦ୍ରି ନାରାୟଣଙ୍କ ଦର୍ଶନ କରନ୍ତି। ମାତ୍ର ଆମେ ଡେରି ହେଇଯିବ ବୋଲି ଆଉ ସିଆଡ଼େ ନ ଯାଇ ଲାଇନ୍ ରେ ଲାଗିଥିଲୁ। କିନ୍ତୁ ତା ପରେ ବି ଏତେ ପଛରେ ଠିଆ ହବାକୁ ପଡ଼ିଲା! ସେ ପୁଣି ପ୍ରବଳ ଥଣ୍ଡାରେ! Shed ଥିଲେ ବି ପାହାଡ଼ରୁ ବୋହି ଆସୁଥିବା ପବନ ରକ୍ତକୁ ପାଣି କରି ଦଉ ଥାଏ।

ସକାଳ ପାଇବା ପରେ ଧାଡ଼ିରେ ଥାଇ ଚାରିପାଖର ଦୃଶ୍ୟକୁ ଦେଖି
ବିମୋହିତ ହେଲୁ। ଚାରି ପଟେ ବରଫ ଘେରା ସୁଉଚ୍ଚ ହିମାଳୟ। ଗୋଟେ ପାଖରେ Alaknanda ର ଘୁ ଘୁ ଶବ୍ଦରୁ ସ୍ରୋତ କେତେ ପ୍ରଖର ବୋଲି ଅନୁମାନ କରି ହଉଥାଏ। ସୂର୍ଯ୍ୟ ଉଦୟ ହେଲେ ତ କଅଁଳ ଖରା ପର୍ବତ ଶିଖର ଉପରେ ପଡ଼ି ବରଫ ସବୁ ଚିକ୍ ମିକ୍ କରିବାକୁ ଲାଗିଲା। କାଲିର କଷ୍ଟ ସାଙ୍ଗକୁ ଆଜିର ଏ ଦୀର୍ଘ ପ୍ରତୀକ୍ଷାର କଷ୍ଟ ସେ ସୁନ୍ଦର ଦୃଶ୍ୟକୁ ଦେଖି ଟିକେ କମିଲା ଭଳି ଲାଗିଲା।

ଏମିତି ଧୀରେ ଧୀରେ ଧାଡ଼ିରେ ଆଗକୁ ବଢ଼ି ବଢ଼ି ମନ୍ଦିର ପାଖରେ ପହଞ୍ଚିବା ବେଳକୁ 10 ଟା! ସେଇଠୁ ପାହାଚରେ ଚଢିବା ବେଳକୁ ପୋଲିସ ଥାଇ ବି ପ୍ରବଳ ଠେଲା ପେଲା। ଏତେ ସମୟ ଧରି ଧାଡ଼ିରେ ଠିଆ ହେଇ ରହିଥିବା ଲୋକେ, ଆଉ କିଛି ସମୟ ଧର୍ଯ୍ଯ ଧରି ନ ପାରି ଠେଲାପେଲା କରିବା ଦେଖି ରାଗ ଲାଗୁଥାଏ। ଛୁଆ ପାଇଁ ବେଶୀ ଚିନ୍ତା। ପଡ଼ିଗଲେ ଦଳା ଚକଟାରେ ପ୍ରାଣ ଯିବ ଆଗେ! ପଛ ଲୋକଙ୍କୁ ଠେଲି ରଖି ଛୁଆକୁ ସୁରକ୍ଷିତ ରଖିବା ଚେଷ୍ଟାରେ କେତେବେଳେ କେମିତି କେମିତି ଯାଇ ମନ୍ଦିର ଭିତରେ ପହଞ୍ଚି ଗଲୁ।
ହେଲେ ଆଗରେ ଠିଆ ହେଇଥିବା ଲୋକଙ୍କ ଯୋଗୁ ମୁଁ ଠାକୁରଙ୍କୁ ଦେଖି ପାରୁ ନଥାଏ। ସିଆଡ଼େ ଭିତରେ ଥିବା ପୋଲିସ୍ ବାହାରକୁ ଯିବାକୁ ଠେଲୁଥାଏ। ମୁଁ ତାକୁ ବିକଳରେ request କରୁଥାଏ ମୁଁ ଠାକୁରଙ୍କ ମୁହଁ ଦେଖିନି ଏଯାଏଁ ବୋଲି। ଏତିକି ବେଳେ ମୋ ସ୍ୱାମୀ ଝିଅକୁ ଟେକି ଦେଖେଇ ସାରି, ମତେ ଟେକି ଧରିଲେ, ଆଉ ମୁଁ ମୋ ସାମ୍ନାରେ ବିରାଜମାନ ବଦ୍ରୀ ବିଶାଳଙ୍କୁ ଦର୍ଶନ କରି ପାରିଲି।

ମୁଁ ଫେରି ଯାଉଥିଲି କିଛି ବର୍ଷ ତଳକୁ।
ନିର୍ବନ୍ଧ ପରେ ପରେ ପୁରୀ ଯାଇ ଜଗନ୍ନାଥଙ୍କୁ ଦର୍ଶନ କରିବାକୁ ଇଚ୍ଛା କରିଥିଲି ବୋଲି ମୋ ସ୍ୱାମୀ ମତେ ନେଇ ଯେତେବେଳେ ପୁରୀ ଯାଇଥିଲେ, ସେଠି ବି ଠିକ୍ ଏମିତି ଭିଡ଼ରେ ଠାକୁରଙ୍କୁ ଦେଖିବାକୁ struggle କରୁଥିଲା ବେଳେ ମତେ ଉଠେଇ ମହାପ୍ରଭୁଙ୍କ ଦର୍ଶନ କରେଇ ଦେଇଥିଲେ ସେ। ଆଉ ଆଜି ଏଠି ବଦ୍ରିନାରାୟଣଙ୍କ ଦର୍ଶନ କରେଇ ମୋର ଚାରିଧାମ ସମ୍ପୂର୍ଣ୍ଣ କରେଇ ଦେଲେ। ଆଉ ଅଧିକ କଣ ବା ମାଗିବି ମୁଁ ଈଶ୍ୱରଙ୍କୁ!!

ମନ୍ଦିରରୁ ବାହାରି ବାହାରକୁ ଗଲା ବେଳକୁ ଜଣେ ପଛ ପାଖ ଦେଇ ଅନ୍ୟ ଏକ ଦ୍ୱାରରେ ଯାଇ ଠାକୁରଙ୍କୁ ଦେଖି ହଉଚି ବୋଲି କହିଲେ ତ ସିଆଡ଼େ ଧାଇଁଲୁ ଆମେ । ଏଠି ଟିକେ ଦୂରରୁ ଦେଖା ଯାଉଥିଲେ ବି ଆସ୍ଥାନ ଟି ଉଚ୍ଚ ଥିବାରୁ ସ୍ପଷ୍ଟ ଦୃଶ୍ୟମାନ ହେଉଥିଲେ ନାରାୟଣ। ଧାଡ଼ିରେ ରହି ଦୁଇ ତିନିଥର ଯାଇ ମନ ଶାନ୍ତି ହେଲାଯାଏଁ ଦେଖିଲୁ ଠାକୁରଙ୍କୁ। ତା ପରେ ମନ୍ଦିର ବେଢ଼ାରେ କିଛି ଫଟୋ ଉଠେଇବା ପରେ ଅନ୍ୟ ପାର୍ଶ୍ବ ଦେବାଦେବୀଙ୍କ ଦର୍ଶନ କଲୁ। ପ୍ରାୟ ଏଗାରଟା ବେଳକୁ ବାହାରକୁ ଆସିଲୁ। ସେତେବେଳକୁ ଭିଡ଼ ଆହୁରି ବଢ଼ିବା ସହିତ ଧାଡ଼ି ଖୁବ୍ ଲମ୍ବା ହେଇ ଯାଇ ଥିବାର ଦିଶୁଥିଲା।

ତେଣୁ ଆଉ ତପ୍ତ କୁଣ୍ଡ ନ ଯାଇ ରୁମ୍ କୁ ଫେରି ଆସିଲୁ। ହୋଟେଲ୍ ରେ ଜଳଖିଆ ଖାଇ ଦେଇ ରୁମ୍ କୁ ଆସି packing ଆରମ୍ଭ କରିଦେଲୁ । ଅନ୍ୟମାନେ ଆସିବା ପରେ check out କରି ଗାଡ଼ିରେ ବାହାରିଲୁ Mana village, the first village of India କୁ ।

Mana ଯିବା ରାସ୍ତାରେ ଏବେର ଦର୍ଶନ ଧାଡ଼ିଟି ଦେଖି ପାରୁଥିଲୁ। Shed ଯୋଉଠି ସରୁଛି, ତା ପରେ ବି ପ୍ରାୟ 4 km ଯାଏଁ ଧାଡ଼ି ଲମ୍ବିଥିଲା ଗହୀର ମଝିରେ। ଏମାନେ ଆଜି ଦର୍ଶନ କରି ପାରିବେ କି ନାଇଁ ବୋଲି ସନ୍ଦେହ ହଉଥିଲା ଆମର!
ଆମ ଭାଗ୍ୟ ଭଲ, ଆମେ 7 hrs ଠିଆ ହେଇ ହଉ ପଛେ, ଦର୍ଶନ ତ କରି ପାରିଲୁ!

Glacier କାଟି ରାସ୍ତା ତିଆରି ହେଇଥିଲା। ଗାଡ଼ି ପାର୍କିଂ ଜାଗାରୁ ଉପରକୁ ଚାଲି ଚାଲି ଯିବାକୁ ଥିଲା କିଛିବାଟ। Mana ଗାଁ ଅତିକ୍ରମ କରି ଉପରକୁ ଗଲେ ସରସ୍ଵତୀ ନଦୀର ଉଦ୍ଗମ ସ୍ଥଳୀ, ବ୍ଯାସ ଗୁମ୍ଫା, ଗଣେଶ ଗୁମ୍ଫା ଇତ୍ୟାଦି ଦେଖିବାକୁ ଥାଏ। ଏଠି oxygen level କମ୍ ଯୋଗୁ ଖୁବ୍ କଷ୍ଟ ଲାଗୁଥାଏ ଉପରକୁ ଉଠିଲା ବେଳକୁ।

ରାସ୍ତାର ଦୁଇ ପାଖରେ local ଦୋକାନୀ ମାନେ ଶୀତ ବସ୍ତ୍ରର ଦୋକାନ ସାଙ୍ଗକୁ Snacks ଦୋକାନ ମାନ କରିଥାନ୍ତି। ଗୋଟେ point ରୁ ଦୁଇଭାଗ ହେଇଥିବା ରାସ୍ତାରେ ଗୋଟେ ପଟେ ଆଗକୁ ଗଲୁ ସରସ୍ଵତୀ ନଦୀର ଉତ୍ପତ୍ତି ସ୍ଥଳ ଯାଏଁ। ସେଇଠୁ ଆଗକୁ ରାସ୍ତା ପଡ଼ିଥିଲା ଆହୁରି ଆଗକୁ, ଆଉ ଲେଖାଥିଲା ପାଣ୍ଡବଙ୍କ ସ୍ୱର୍ଗାରୋହଣ ରାସ୍ତା।

ଆମେ ଆଉ ଉପରକୁ ନ ଯାଇ ସରସ୍ଵତୀ ନଦୀ ଉତ୍ପତ୍ତି ସ୍ଥଳ ଆଡ଼କୁ ଗଲୁ। ସେଠି ଗୋଟେ view point ଉପରେ ଠିଆ ହୋଇ ମା ସରସ୍ଵତୀଙ୍କ ସ୍ଵଚ୍ଛ, ନିର୍ମଳ ନୀଳ ଜଳ ଧାରା ପ୍ରଖର ବେଗରେ ଆସି ତଳେ ଅନ୍ୟ ଦିଗରୁ ବୋହି ଆସୁଥିବା Alaknanda ନଦୀ ସହ ମିଶୁ ଥିବାର ଦେଖିଲୁ। ଉପରେ ଭିମ ଶିଳା ଦୁଇ ଭୂଖଣ୍ଡ କୁ connect କରୁଥିବାର ବି ଦେଖିଲୁ।
ତଳେ ଗୋଟିଏ ସୁନ୍ଦର ମନ୍ଦିରରେ ମା ସରସ୍ଵତୀଙ୍କ ଅତ୍ୟନ୍ତ ସୁନ୍ଦର ମୂର୍ତ୍ତୀ ଦେଖି ତୃପ୍ତ ହେଇଗଲା ମନ।
ଏବେ ଆମେ ଗଙ୍ଗା, ଯମୁନା ଓ ସରସ୍ଵତୀ ତିନିଟି ଯାକ ପବିତ୍ର ନଦୀ ଦର୍ଶନ କରି ସାରିବାର ସନ୍ତୁଷ୍ଟି ଅନୁଭବ କରୁଥିଲୁ।

India’s first cafe (ଆଗରୁ last cafe ଥିଲା) ଠି ଚା, ସିଙ୍ଗଡା ଖାଇଲୁ । 20/- each. ଫେରିବା ରାସ୍ତାରେ woolen cap କିଣିଲୁ 100/- ଦେଇ ।
ଗଣେଶ ଗୁମ୍ଫା, ଯୋଉଠି ବସି ଗଣେଶ ମହାଭାରତ ଲେଖିଥିଲେ, ବ୍ଯାସ ଗୁମ୍ଫା, ଯୋଉଠି ବ୍ଯାସ ଦେବ ମହାଭାରତ ଡାକିଥିଲେ, ଉଭୟ ଅନ୍ୟ ପଟେ ଥିଲା। ଆମେ କେବଳ ଗଣେଶ ଗୁମ୍ଫା ଦର୍ଶନ କରି ଫେରି ଆସିଲୁ। ବ୍ଯାସ ଦେବ ଗୁମ୍ଫା ବହୁତ୍ ଉପରେ ଥିବାରୁ, ସିଆଡ଼େ ଯିବାକୁ ଆଉ ଦେହରେ ବଳ ନଥିଲା।

ଗାଡ଼ି ପାଖକୁ ଫେରିଲା ବେଳକୁ ଅନ୍ୟମାନେ ଆସି ସାରିଥିଲେ। ସେଇଠୁ ଆମକୁ ସିଧା ହରିଦ୍ଵାର ଫେରିବାର ଥିଲା । ରାସ୍ତାରେ Karnaprayag ଦେଖିବା ସହ ଆମର ପଞ୍ଚ ପ୍ରୟାଗ ଭିତରୁ 4 ଟି ପ୍ରୟାଗ ଦେଖିବା ସମ୍ପୂର୍ଣ୍ଣ ହେଇଗଲା। କେବଳ ନନ୍ଦ ପ୍ରୟାଗ ଭିତରକୁ ଥିବାରୁ, ସେଇ ଗୋଟିକ ବାକି ରହିଗଲା 

ରାତି 9/10 ସୁଦ୍ଧା ହରିଦ୍ଵାର ପହଞ୍ଚିବା ଜାଗାରେ, ଆମେ ପହଞ୍ଚିଲୁ ରାତି 2 ଟା ବେଳେ। ସକାଳ 9 ଟା ରେ ଆମ return flight ଥିଲା ଦିଲ୍ଲୀରୁ। ତେଣୁ ଆଉ ବସ୍ ରେ ଆସିବା ପାଇଁ ଅପେକ୍ଷା ନ କରି, ସେଇଠୁ Uber book କରି ସିଧା Delhi airport ରେ ପହଞ୍ଚିଲୁ 7. 30 ସୁଦ୍ଧା । 4000/- ନେଲା cab price. ସେଇଠୁ flight ରେ ଆସି ଘରେ ପହଞ୍ଚିଲୁ ଦିନ 2 ଟା ବେଳେ। ଖାଇବା order କରି ଖାଇ ଦେଇ ଶୋଇଲୁ ଯେ ସିଧା ଉଠିଲୁ ରାତି 9 ଟା ବେଳକୁ! ଏମିତି ଲମ୍ବା ସମୟ କେବେ ରାତି ଅନିଦ୍ରା ହେଇ ନାଚ, ଯାତ୍ରା ଦେଖିବା ପରେ ବି ମୁଁ ଶୋଇ ନଥିଲି ଜୀବନରେ! ସେଇଥିରୁ ଶରୀର କେତେ କ୍ଲାନ୍ତ ବୁଝି ପାରୁଥିବେ!!

ଏମିତି ଭାବେ ଆମର ଏ do dham ର କଷ୍ଟପ୍ରଦ, କ୍ଲାନ୍ତି ଦାୟକ କିନ୍ତୁ ରୋମାଞ୍ଚକର, ଦିବ୍ୟ, ଅଲୌକିକ ଯାତ୍ରା ସମାପ୍ତ ହେଲା। ତା ସହ ମୋର ଚାରିଧାମ ସହ ଏଗାର ଜ୍ୟୋତିର୍ଲିଙ୍ଗ ଦର୍ଶନ ମଧ୍ଯ ସମ୍ପୂର୍ଣ୍ଣ ହେଲା।

ସମାପ୍ତ

©Lipsa Panda

### ଭ୍ରମଣ କାହାଣୀ-ଉତ୍ତରାଖଣ୍ଡ – Do Dham- Day 6-  Kedarnath Sightseeing, Return trek ###

ପୂର୍ବ ଲେଖାରେ ଲେଖିଥିଲି phata ଠୁ Kedarnath ଯାତ୍ରା ତଥା ଏ trip ର ମୁଖ୍ୟ ସ୍ଥାନ କେଦାର ବାବାଙ୍କର ଓ ଭୀମ ଶିଳା ଦର୍ଶନ ବିଷୟରେ।

ପୂର୍ବ ଦିନ ସେ ଲମ୍ବା ଯାତ୍ରା ପରେ ଏତେ ହାଲିଆ ହେଇ ଯାଇଥିଲୁ ଯେ, ବେଡ୍ ରେ ପଡ଼ିବା ମାତ୍ରେ ନିଦ ହେଇ ଯାଇଥିଲା। ଗତ ଦୁଇ ତିନିଦିନ ଧରି ଠିକ୍ ଭାବେ ଶୋଇ ପାରି ନ ଥିବାରୁ ଆଜି ଯେତେବେଳେ ନିଦ ଭାଙ୍ଗିବ, ଉଠିବୁ ବୋଲି alarm ନ ଦେଇ ଶୋଇ ଯାଇଥିଲୁ। ଏମିତିରେ ବାବାଙ୍କ ଦର୍ଶନ ତ ସରିଚି। ଆଉ ଚିନ୍ତା କଣ!

ସକାଳ 7 ଟା ବେଳକୁ ଅଚିନ୍ତା ନିଦ ଭାଙ୍ଗିଲା। ଉଠି ନିତ୍ୟକର୍ମ ସାରି ଆଗେ ମନ୍ଦିର ବେଢ଼ାକୁ ଗଲୁ। ସେଠି ପହଂଚି ଦିନ ଆଲୁଅରେ ଚାରି ପାଖର ଯୋଉ ଦୃଶ୍ୟ ଦେଖିଲୁ, ଆଖି ଝଲସି ଗଲା! ଗତକାଲି ତ ପ୍ରାୟ ଅନ୍ଧାର ହେଇ ସାରିଥିଲା। ଆଜି କିନ୍ତୁ
ସକାଳର ସୁନେଲି ସୂର୍ଯ୍ୟ କିରଣ ହିମାଳୟର ବରଫାବୃତ୍ତ ଶିଖର ମାନଙ୍କରେ ପଡ଼ି  ସୁନା ରଙ୍ଗର ଭ୍ରମ ସୃଷ୍ଟି କରୁଥାଏ। ଜଣେ ସେଠି ତାଙ୍କ ସାଙ୍ଗରେ ଥିବା ଲୋକଙ୍କୁ କହୁ ଥିବାର ଶୁଣିଲୁ: Kehte hain yahan Swarg se sidha hawa aati hai. କିନ୍ତୁ ସେ ଜାଗାକୁ ଦେଖି ଲାଗୁଥିଲା, ସ୍ଵର୍ଗ କଣ କିଛି ଅଲଗା ଜାଗା!  ଆମେ ନିଜେ ସ୍ଵର୍ଗରେ ହିଁ ତ ଅଛୁ! ଦେବାଧିଦେବ ମହାଦେବଙ୍କ ଦୁନିଆଁରେ! 

ଦର୍ଶନ ଧାଡ଼ିକୁ ଟିକେ ଆଖି ପକେଇ ଦେଖିଲୁ ପ୍ରାୟ ତିନି କିଲୋମିଟର ଯାଏଁ ଲୋକ ଧାଡ଼ି ବାନ୍ଧି ଠିଆ ହେଇଛନ୍ତି! ଦର୍ଶନ କରିବାକୁ କେତେ ଘଣ୍ଟା ଲାଗିବ କେଜାଣି! ଆମକୁ ଏପଟେ 10 ଟା ସୁଦ୍ଧା room ରୁ check out କରିବାର ଥିଲା । ତେଣୁ ଆଉ ବାବାଙ୍କ ଦର୍ଶନ ଧାଡ଼ିରେ ଠିଆ ନ ହେଇ ଭୈରବ ବାବାଙ୍କ ଦର୍ଶନ ପାଇଁ ଯିବାକୁ ଚାହିଁଲୁ। ଆମ ସାଙ୍ଗରେ ଥିବା ବାକି ସମସ୍ତେ ବି ସେଇଆ କହିଲେ। ତେଣୁ ଆଗେ hotel କୁ ଯାଇ ପେଟେ ଜଳଖିଆ(Poha, ପୁରି, ଆଳୁ ତରକାରୀ) ଖାଇ ନେଲୁ। ଆମ trip ରେ dinner, breakfast included ଥିଲା ।

ଜଳଖିଆ ଖାଇ ସାରି ଭୈରବ ବାବାଙ୍କ ମନ୍ଦିର ଅଭିମୁଖେ trek ଆରମ୍ଭ କଲୁ। 1 km ଉପରକୁ ଚଢିବାକୁ ଥିଲା। କିନ୍ତୁ Oxygen କମ୍ ଯୋଗୁ ସେ 1 km ବି କଷ୍ଟକର ଥିଲା!
ସେଠି ବି ଖଚର, pithu ମିଳୁଥିଲା। ଆମର ଆଜି କିନ୍ତୁ trek କରିବାର ଥିଲା। ତେଣୁ ଧୀରେ ସୁସ୍ଥେ ବସି ଉଠି ଉପରକୁ ଗଲୁ। ବେଶ୍ କିଛି ସମୟ ପରେ ଉପରେ, ମନ୍ଦିରରେ ପହଞ୍ଚିଲୁ ।

ଭୈରବ ନାଥ ହେଲେ କେଦାର ଘାଟିର କ୍ଷେତ୍ରପାଳ। ଘାଟି 6 ମାସ ଯେତେବେଳେ ବରଫରେ ଢାଙ୍କି ହେଇ ବନ୍ଦ ହେଇଯାଏ, କେଦାର ବାବା ତଳକୁ, Ukhimaath କୁ ଚାଲି ଯାଆନ୍ତି, ସେଇ ସମୟରେ ଘାଟିର ରକ୍ଷା କରନ୍ତି ଭୈରବ ବାବା, ଶିବଙ୍କ ମୁଖ୍ୟ ଗଣ!

ତାଙ୍କ ଦର୍ଶନ ସାରି ସେଇଠି ଟିକେ ଚାରି ପଟକୁ ଆଖି ବୁଲେଇଲୁ। କେଦାର ଘାଟିର top view, 360 degree view ଦିଶୁଥିଲା ସେଇଠୁ । ମନ୍ଦିରର ଉଭୟ ପାଖରେ ଉପରୁ ଝରି ଆସୁଥିବା ଦୁଇ ଝରଣା, Doodhganga ଓ Madhuganga ର ଦୃଶ୍ୟ ଚମତ୍କାର ଦିଶୁଥାଏ। ଲାଗୁଥାଏ ଯେମିତି ସ୍ଵର୍ଗରୁ ଖସି ଆସୁଚି ଦୁଇଟା ଯାକ ଝରଣା ବାବାଙ୍କ ଘାଟିକୁ ଟିକେ ଛୁଇଁବାକୁ!

ଖାଲି ଉପରର ଦୃଶ୍ୟ ନୁହେଁ, ତଳ valley ର ଦୃଶ୍ୟ ବି ଖୁବ୍ ମନୋଲୋଭା ଥିଲା। Valley ରେ ଫୁଟିଥିବା violet ରଙ୍ଗର ଛୋଟ ଛୋଟ ଅସଂଖ୍ୟ ଫୁଲ କେମିତି ଗୋଟେ ମାୟାନଗରୀର ଭ୍ରମ ସୃଷ୍ଟି କରୁଥିଲା!

କୁହାଯାଏ ଭୈରବ ବାବାଙ୍କ ଦର୍ଶନ ବିନା କେଦାରନାଥ ଦର୍ଶନ ଅସମ୍ପୁର୍ଣ୍ଣ! କିନ୍ତୁ ଏଠିକାର ଦୃଶ୍ୟ ଦେଖିଲା ପରେ ଲାଗିଲା, ଏ ଦୃଶ୍ୟ ନ ଦେଖିଲେ ସତରେ ଅଧା କିଛି ଛାଡ଼ିଯିବ ଜଣେ!

Helicopter ସବୁ ଗୋଟେ ପରେ ଗୋଟେ ଆସି helipad ରେ land କରିବା, takeoff କରିବାର ଦୃଶ୍ୟ ସେଇଠୁ ବେଶ୍ ସ୍ପଷ୍ଟ ଦିଶୁଥାଏ। ଦର୍ଶନ ଧାଡ଼ିର ଲମ୍ବା ସେଇଠୁ ଦେଖି ମୁଣ୍ଡ ଘୂରିଗଲା! ସମୟ ସହିତ ସେ ଧାଡ଼ି ବଢ଼ି ବଢ଼ି ଚାଲିଥିଲା! 

ସେଇଠୁ ଦର୍ଶନ ସାରି ତଳକୁ ଆସିଲା ବେଳେ ସାମ୍ନା ପାହାଡ଼ରେ ମୋଦୀଜୀ ଯୋଉ cave temple ଭିତରେ ତପସ୍ୟା କରିଥିଲେ 2019 ରେ, ତାକୁ ଦେଖିଲୁ।

ତଳେ Bhandara ଚାଲିଥିବା ଦେଖି ସେଠି ମିଳୁଥିବା upma ଆଣି ଖାଇଲୁ । ଏବେ ଚାଲିଲୁ ମନ୍ଦିର ପଛ ପାଖରେ ନିର୍ମାଣାଧୀନ Shankaracharya Statue ପାଖକୁ।

Inauguration ବେଳେ live telecast ହେଇଥିଲା, ତେଣୁ ସମସ୍ତେ ସେ ମୂର୍ତ୍ତୀ ଟିଭିରେ ଦେଖିଥିବେ ବୋଲି ଆଶା। କଳା ମୁଗୁନି ପ୍ରସ୍ତରରେ ନିର୍ମିତ ଖୁବ୍ ସୁନ୍ଦର ମୂର୍ତ୍ତୀ। ମୂର୍ତ୍ତୀ ପାଖକୁ ଯିବା ରାସ୍ତାରେ ମନ୍ତ୍ର ସବୁ ଲେଖା ହେଇଚି। ଭାରି ଭଲ ଲାଗିଲା ସେଠି ଗୁରୁଦେବଙ୍କୁ ଦର୍ଶନ କରି।

ସେଇଠୁ ଫେରି ଆଉ ଥରେ ଭୀମ ଶିଳା ଦର୍ଶନ କଲୁ। ଧାଡ଼ିରେ ଠିଆ ହେଇ ଅମୃତ କୁଣ୍ଡରୁ ପାଣି ଆଣିଲୁ ବୋତଲରେ। 20/- ନଉଥିଲେ ସେଠି ବାବାଙ୍କ ପାଦୁକ ଦବାପାଇଁ।
ଶେଷ ଥର ପାଇଁ ମନ୍ଦିରକୁ ସ୍ପର୍ଶ କରି ବାବାଙ୍କୁ ମୁଣ୍ଡିଆ ମାରି ଦେଇ ରୁମ୍ କୁ ଫେରିଲୁ।

ଜିନିଷ ପତ୍ର ପ୍ୟାକ୍ କରି ଫେରିବାକୁ ବାହାରିଲୁ। Return journey ଆମର trek କରିକି ଯିବାର ଥିଲା। ତେଣୁ ଜୋତା କାଦୁଅ ନ ହବା ପାଇଁ କିଣିଥିବା shoe cover ପିନ୍ଧି ବାହାରିଲୁ। ଝିଅ 22 km ଚାଲିବା ସମ୍ଭବ ଲାଗୁ ନଥିଲା । ତେଣୁ ତାକୁ pithu (ଯାହା ଆମକୁ ସବୁଠାରୁ safe ଲାଗୁଥିଲା) ରେ ଛାଡ଼ିବୁ ବୋଲି ସ୍ଥିର କରିଥିଲୁ।

ରାସ୍ତାରେ Retas kund ପଡ଼ିଲା, ଯୋଉଠି ଶିବଙ୍କ କୌଣସି ଗୋଟିଏ ନାଁ ନେଲେ ବି ପାଣିରୁ ଫୋଟକା ମାନ ଉଠେ। ଜୋତା ଖୋଲି ଯିବାକୁ ପଡ଼ିବ । ଆମେ ଏମିତି pack ହେଇ ଥିଲୁ ଯେ, ଆଉ shoe cover, shoes ସବୁ ଖୋଲି ପାଖକୁ ଗଲୁନି। ଝିଅ ତା ଜୋତା ଖୋଲି ପାଖକୁ ଯାଇ ଜୟ ଭୋଲେନାଥ, ନମୋ ଶିବାୟ ଇତ୍ୟାଦି କହି ଫୋଟକା ଉଠିବା ଦେଖିଲା। ଆମେ ଟିକେ ଦୂରରୁ ସେସବୁ ଦେଖି ମୁଣ୍ଡିଆ ମାରିଲୁ।

ଏବେ pithu book କରିବା ଜାଗାକୁ ଆସିଲୁ। 300/- govt  receipt କାଟିଲା ପରେ pithu ବାଲା ଜଣେ ଦୁଇଜଣ ସହ କଥା ହେଇ 2700/- fix ହେଲା ରେଟ୍। ଝିଅ ଓଜନ କମ୍ ବୋଲି କମ୍ rate ରେ ରାଜି ହେଇଗଲେ। ଘୋଡ଼ା rate return journey ପାଇଁ 2000/-.କିନ୍ତୁ ଆସିଲା ବେଳର ଅନୁଭବ ଯାହା, ଆମେ ଚାଲି ଚାଲି ଯିବା ବେଶୀ prefer କରି ଥାନ୍ତୁ!

ଚାଲିବା ଆରମ୍ଭ କଲୁ ତ pithu ବାଲା ଦୌଡ଼ିବା ଭଳି ଲାଗିଲା ଆମକୁ। ଆମେ କେବେ ବି ତା speed ସହ match କରି ପାରିବୁନି ବୋଲି ଜାଣି ପାରିଲୁ। ତେଣୁ ଆମ group ର ସବୁଠୁ young ପିଲାଟି pithu ସହ ଚାଲିଲା। ଆଉ ଆମେ ପଛରେ ଆମ normal speed ରେ ଚାଲିଲୁ ।
ଆଜି ବି ଚାଲିବା ଠୁ କାନ୍ଧର ବ୍ୟାଗ୍ ବେଶୀ କଷ୍ଟ ଦଉଥିଲା ଆମକୁ । 50/- ଦେଇ ଠେଙ୍ଗା କିଣିବାକୁ ବି ମିଳୁ ନ ଥିଲା ସେଠି। ଯିଏ କିଣି ଥିବ, ସେ ଫେରିବା ପାଇଁ ବି ତ ରଖିବ!

ଧୀରେ ଧୀରେ ଚାଲିବା ଭିତରେ ଆମେ ଦୁଇଜଣ ହିଁ ସବୁଠାରୁ ପଛରେ ରହିଗଲୁ। ତଳକୁ ଓହ୍ଲେଇବା ବେଳକୁ ନଖ ଜୋତାରେ ମାଡ଼ ହେଇ ଖୁବ୍ କଷ୍ଟ ଲାଗୁଥାଏ। Pithu ବାଲାଙ୍କୁ ଦେଖି କିଛି ଜାଗାରେ shortcut ଭିତରକୁ ଯାଇ ଦେଖିଲୁ ସେ ରାସ୍ତା ବେଶୀ dangerous! ଖାଲି ଘୋଡ଼ା ନଥାନ୍ତି ବୋଲି ସେପଟେ ପଶି ଯାଉଥାନ୍ତି ଅନେକ।

ରାସ୍ତାରେ ଆସିବା ବେଳକୁ ବିଭିନ୍ନ ପ୍ରକାରର accident ଦେଖି ଦେଖି ଆସୁଥାଉ। ସବୁଠାରୁ ବଡ଼ accident ଦେଖିଲୁ badi lincholi ଠି ଖାଇବାକୁ ଅଟକିଲା ବେଳେ । ରାସ୍ତା କଡ଼ରେ ଦୋକାନରେ Dal, rice (100 ଥିଲା ଏଠି) ଖାଉଚୁ, ରାସ୍ତାରେ ଯାଉଥିବା ଘୋଡ଼ା ତା ମାଲିକକୁ ହିଁ ଗୋଟେ ନାତ ମାରିଲା। ସେ ନାତଟି ଯାଇ ସିଧା ମାଲିକର testicle ରେ ବାଜିଲା। ଲୋକଟି ସେଇ ରାସ୍ତାରେ ସିଧା ଗଡ଼ି ପଡ଼ି ଏମିତି ଛଟପଟ ହେଲା ଯେ, ଆମେ ଭୀଷଣ ଡରିଗଲୁ ତା ଅବସ୍ଥା ଦେଖି! ପୋଲିସ୍ ଆସି ଗୋଟେ pithu ଉପରେ ଲୋକଟିକୁ ବସେଇ ନିକଟସ୍ଥ Health camp କୁ ନେଇକି ଗଲା । ଆମେ ଆଉ ଖାଇବୁ କଣ! ପଇସା ଦେଇ ବାହାରି ଆସିଲୁ ସେଇଠୁ।

କିଛି ଦୂର ଯାଇଛୁ କି ନାଇଁ ବର୍ଷା ଆରମ୍ଭ ହେଇଗଲା। Raincoat ପିନ୍ଧି ଧୀରେ ଧୀରେ ଚାଲୁଥାଉ। ଝିଅ ସାଙ୍ଗରେ ଯାଉଥିବା ପିଲାଟିକୁ ମଝିରେ ମଝିରେ ଫୋନ୍ କରି ଜାଣିଥାଉ ସେମାନେ ବେଶ୍ ଆଗକୁ ପଳେଇ ଗଲେଣି। Chhoti lincholi ପରେ Rambada ଯାଏଁ ଥିବା ପାଦଚଲା ରାସ୍ତା ଧରିଲୁ ଘୋଡ଼ା ନଥିବେ ସେ ରାସ୍ତାରେ ବୋଲି। କିନ୍ତୁ ସେପଟେ ବି ଘୋଡ଼ା ଧରି କିଛି ଆସୁଥିଲେ। ତେବେ ସଂଖ୍ୟା କମ୍ ଯୋଗୁ ଟିକେ ଶାନ୍ତିରେ ଚାଲୁଥିଲୁ।

Rambada ଠି ମନ୍ଦାକିନୀ ବ୍ରିଜ୍ cross କଲା ବେଳକୁ ବର୍ଷା ଛାଡ଼ିଗଲା। Shoe cover ଛିଣ୍ଡି ସାରିଥାଏ । ମୁଁ ବ୍ୟାଗ୍ ରେ ନେଇଥିବା extra chapal କାଢ଼ି ପିନ୍ଧି ଦେଲି । ଜୋତା ଗୋଡ଼କୁ ଖଣ୍ଡିଆ କରି ସାରିଥିଲା ସେତେବେଳକୁ।

ଯେତେ ଯେତେ ଆଗକୁ ବଢ଼ୁ ଥାଉ, ଗୋଡ଼ numb ହେଇ ଚାଲିଥାଏ। ଲାଗୁଥାଏ ଆଉ ଉଠିବନି ଆଗ step ପାଇଁ। ଏବେ ଖଣ୍ଡେ ଦୂର ଯାଇ ଟିକେ ବସୁ ଥାଉ ରାସ୍ତା କଡ଼ରେ ଥିବା bench ମାନଙ୍କରେ । ବୋର୍ଡ଼ ରେ gaurikund 4 km ଦେଖି ଅଧା ଘଣ୍ଟା ପରେ ଗୁଡ଼ାଏ ରାସ୍ତା ଆସି ଗଲୁଣି ଭାବିଲା ବେଳକୁ, ଆଖିରେ 3.5 km ଲେଖା ହେଇଥିବା ବୋର୍ଡ଼ ପଡ଼େ। ରାସ୍ତା ଯେମିତି ଅସରନ୍ତି!

ଆମେ jangal chatti ପାଖରେ ପହଞ୍ଚିବା ବେଳକୁ ଝିଅ ଆଉ ସେ ପିଲା gaurikund ପହଞ୍ଚି ଗଲେ ବୋଲି ଜଣେଇଲେ। ଟିକେ ଆଶ୍ୱସ୍ତ ହେଲୁ ଆମେ! ଝିଅ ପାଖରେ ପହଞ୍ଚିବାକୁ ଏବେ ପାଦକୁ ଘୋଷାଡ଼ି ଘୋଷାଡ଼ି ଟିକେ ଶୀଘ୍ର ଯିବାକୁ ଚେଷ୍ଟା କଲୁ।

Ghoda padav ପରେ ଟିକେ ଶାନ୍ତିରେ ନିଶ୍ବାସ ନେଇ ତଳକୁ ଚାଲିଲୁ। ଏବେ ଖାଲି pithu, ପାଲିଙ୍କି ଆଉ ପାଦଚଲା ଲୋକ!

କଷ୍ଟେ ମଷ୍ଟେ ଆସି gaurikund gate ପାଖରେ ପହଞ୍ଚି ଖୁସି ହେଇଗଲା ବେଳକୁ, ଆଗରେ ସେ narrow ରାସ୍ତାରେ ପୁରା jam! ମାତ୍ର ଅଧା କିଲୋମିଟର ଦୂରରେ ଝିଅ। କିନ୍ତୁ ଧାଡ଼ି ଆଗକୁ ବଢ଼ୁନି ଆଦୌ । ଉପରକୁ ଯିବା ଲୋକେ ଧକ୍କା ଦେଇ ମାଡ଼ି ଚାଲୁଥାନ୍ତି। ତାଙ୍କ ଯୋଗୁ stampede ଭଳି ଅବସ୍ଥା ଆମ ଫେରିବା line ରେ । ପୋଲିସ ପ୍ରଶାସନ କରୁଛି କଣ ଭାବି ବ୍ୟସ୍ତ ଲାଗୁଥାଏ। ସେମିତି ଅବସ୍ଥାରେ ପ୍ରାୟ ଘଣ୍ଟାଏ କାଳ ବ୍ୟାଗ୍ ଧରି ଠିଆ ହେଇ ରହିବା 22 km trekking ଠୁ ବେଶୀ କଷ୍ଟ ଦେଲା!

ପ୍ରାୟ ଘଣ୍ଟାଏ ପରେ ଧୀରେ ଧୀରେ ଗୋଟେ ଧାଡ଼ି କରି ଲୋକେ ନିଜେ ଆଗକୁ ବଢ଼ିବାକୁ ଲାଗିଲେ। ଝିଅ ପାଖରେ ଆସି ପହଞ୍ଚିଲା ବେଳକୁ 7 ଟା! ସେମାନେ ଅପେକ୍ଷା କରି ବସିଥିବା ଦୋକାନରେ ଟିକେ ଲେମ୍ବୁ ପାଣି ପିଇ ସାଷ୍ଟାଙ୍ଗ ହେଲୁ। ସେତିକିରେ ଚାଲିବା ଦୁଃଖ ସରି ନଥିଲା! ଏବେ ସେଇଠୁ ଧାଡ଼ିରେ ଠିଆ ହେଲୁ ଦୁଇ କିଲୋମିଟର ତଳେ ଥିବା sumo stand ପାଇଁ।

ଏଠି ବି ଆମେ ଧାଡ଼ିରେ ଠିଆ ହେଲା ବେଳେ ଅମାନିଆ ଲୋକ ଦଳ ଦଳ ହେଇ ଆଗକୁ ମାଡ଼ି ଯାଇ sumo ରେ ବସି ପଳେଇ ଯାଉଥାନ୍ତି। କିଛି ଧାଡ଼ି ମଝିରେ ପଶି ଯାଉଥାନ୍ତି ନିର୍ଲଜ୍ଜ ହେଇ, ପଛ ଲୋକଙ୍କ ହୋ ହାଲ୍ଲା କୁ ଖାତିର୍ ନ କରି!
ପ୍ରାୟ ଘଣ୍ଟାଏ ପରେ sumo stand ରେ ପହଞ୍ଚି ଗାଡ଼ିରେ ବସିଲୁ ଶେଷକୁ! ପାଦକୁ ଟିକେ ଆରାମ୍ ମିଳିଲା।

Sonprayag ଠି sumo ରୁ ଓହ୍ଲେଇ ପୁଣି 1 km ଚାଲି ଚାଲି taxi stand ଠି ପହଞ୍ଚିଲୁ । ଭାଗ୍ୟକୁ ଆମ ଡ୍ରାଇଭର୍ କାଲି ସୁବିଧା ଦେଖି sitapur ଠୁ ଆସି ଏଇଠି ଗାଡ଼ି park କରି ଦେଇଥିଲା! ଏବେ ଗାଡ଼ିରେ ବସିଲୁ 9.30pm ବେଳକୁ । 15 km ରାସ୍ତା, ଅଧା ଘଣ୍ଟାରେ ପହଞ୍ଚି ଯିବୁ ଭାବିଥିଲୁ।
କିନ୍ତୁ ନା! ଦୁଃଖ ସରି ନଥିଲା ସେଯାଏଁ! ପୁରା ରାସ୍ତା ଜାମ୍!
ଗାଡ଼ିର ଚକା ଗଡ଼େଇ ଗଡ଼େଇ ଆମ hotel ରେ ଆସି ପହଞ୍ଚିଲା ବେଳକୁ ରାତି 12.30!

Hotel ମାଲିକ ଆମ ପାଇଁ ଖାଇବା ready କରି ରଖିଥିଲେ ଯା ହଉ। ଆଉ ଉପରକୁ dining room କୁ ଖାଇବାକୁ ଯିବାକୁ ଗୋଡ଼ରେ ଶକ୍ତି ନଥିଲା। ଦୁଇ ପଟ ଲେଖାଏଁ ରୁଟି ସହ ତରକାରୀ ରଖି ଥାଳୀଟି ମାନ room ରେ ଦେଇ ଯିବାକୁ କହିଲୁ ତ ସେ ରାଜି ହେଇଗଲେ ଆରାମରେ। ଆମ ପାଦ ଫୁଲା ଦେଖି ଦୟା ଆସିଥିବ ତାଙ୍କୁ ନିଶ୍ଚିତ! ପୁଣି ସେ ବି ଅଭ୍ୟସ୍ତ ଥିବେ ଏଭଳି ଅବସ୍ଥାରେ ଫେରନ୍ତା ଯାତ୍ରୀଙ୍କୁ ଦେଖି ନିଶ୍ଚୟ!

ଯାହା ତାହା କରି dinner ସାରି, pain killer ଗୋଟେ ଲେଖାଏଁ ଖାଇ ବେଡ୍ ରେ ପଡ଼ିଗଲୁ ସମସ୍ତେ। କାଲି ସକାଳେ ନିଦ ଯେତେବେଳେ ଭାଙ୍ଗିବ, ଦେଖାଯିବ!
କେମିତି କେତେବେଳେ ଶୋଇଲୁ କେହି ଜାଣି ସୁଦ୍ଧା ପାରିଲୁନି…

    …. କ୍ରମଶଃ

©Lipsa Panda

### ଭ୍ରମଣ କାହାଣୀ-ଉତ୍ତରାଖଣ୍ଡ- Do Dham- Day 5-  Kedar Ghati trek,  Kedarnath Darshan ###

ପୂର୍ବ ଲେଖାରେ ଲେଖିଥିଲି Haridwar ଠୁ phata ଆସିବା ରାସ୍ତାରେ ବିଭିନ୍ନ ସ୍ଥାନ ଦର୍ଶନ ବିଷୟରେ।

ଆଜି ଆମର ବହୁ ପ୍ରତୀକ୍ଷିତ ଦିନ ଥିଲା। ବାବା କେଦାରନାଥଙ୍କ ଧାମକୁ ଯିବାର ଥିଲା। ଭାଗ୍ୟରେ ଥିଲେ ଆଜି ହିଁ ବାବାଙ୍କ ଦର୍ଶନର ସୌଭାଗ୍ୟ ମିଳିଯିବ ଭାବି ଭାବି ଗତ ରାତିରେ ପାର୍ଥନା କରି ଶୋଇ ପଡ଼ିଲୁ। ଘଣ୍ଟେ କି ଦୁଇଘଣ୍ଟା ଶୋଇଚୁ କି ନାଇଁ 1 am ରେ alarm ବାଜିଲା । ଧଡ଼ ଧାଡ଼ ଉଠି ନିତ୍ୟକର୍ମ ସାରିବା ଆରମ୍ଭ କରିଦେଲୁ। ଆମକୁ 2 am ସୁଦ୍ଧା phata ଛାଡ଼ିବାକୁ ଥିଲା।

ଆମ group ର ଗୋଟେ family ଙ୍କୁ heli yatra ticket ମିଳି ଯାଇଥିଲା। ତାଙ୍କୁ 5 ଟା ସୁଦ୍ଧା sirsi helipad ଠି report କରିବାର ଥିଲା। ଏପଟେ ଆମେ Son Prayag ଯାଏଁ ଯେତେ ଶୀଘ୍ର ପହଞ୍ଚିବୁ, ସେଇଠୁ Gaurikund ଯାଏଁ sumo ଧରିବାକୁ ସେତେ କମ୍ ସମୟ line ରେ ଠିଆ ହବାକୁ ପଡ଼ିବ ଭାବି ଶୀଘ୍ର ବାହାରି ଯିବା ଉଚିତ ବୋଲି ଭାବୁଥିଲୁ।

2 am ସୁଦ୍ଧା ଦୁଇଟା କାନ୍ଧ ବ୍ୟାଗ୍ ରେ ଅତ୍ୟାବଶ୍ୟକ ଜିନିଷ କିଛି ଧରି ଆମ cab ରେ ବସି ତ ଗଲୁ, ମାତ୍ର phata ଠୁ ହିଁ ସେଇ ରାତି ଦୁଇଟାରୁ traffic jam ଲାଗି ରହିଥିଲା! ଆଗରେ ପଛରେ ଶହ ଶହ ସଂଖ୍ଯାରେ ଗାଡ଼ି! ମାତ୍ର 13 km ରାସ୍ତା ଆମକୁ 4 ଘଣ୍ଟା ଲାଗିଗଲା!
ତଥାପି Son Prayag ଯାଏଁ ଯାଇ ପାରିଲାନି ଆମ ଗାଡ଼ି । ସୀତାପୁର ଠି ଗାଡ଼ି ଅଟକେଇ ଦେଲା ପୋଲିସ୍। ସକାଳ 6.30 ସୁଦ୍ଧା ଆମେ ସୀତାପୁର ଠି ପହଞ୍ଚି ପାରିଥିଲୁ!
ଆଉ ସେଇଠୁ ହିଁ ଲୋକେ ଧାଡ଼ି ବାନ୍ଧି ଠିଆ ହେଇଥିଲେ Son Prayag ର registration checking counter ଯାଏଁ ।

Sitapur ଠୁ Sonprayag ର distance ପ୍ରାୟ 5 km! ଏବେ ଏଇ 5 km ଧାଡ଼ିରେ ଠିଆ ହେଇ ଯିବାକୁ ଆମକୁ 3 ଘଣ୍ଟା ଲାଗିଗଲା! କାରଣ କିଛି ଲୋକ ବାରମ୍ବାର ପଛରୁ ଆସି ମଝିରେ ପଶି ଯାଉଥାନ୍ତି। ସକାଳୁ ଖାଲି ପେଟରେ ସେ ଧାଡ଼ିରେ ବ୍ୟାଗ୍ କାନ୍ଧରେ ପକେଇ ଠିଆ ହବା ହିଁ ବଡ଼ କଷ୍ଟକର ଥିଲା!
Sonprayag ର registration verification ଜାଗାରେ ପହଞ୍ଚି ଦେଖିଲୁ ସେମାନେ ଉପର ଠାଉରିଆ ଭାବେ check କରୁଛନ୍ତି । ବିଲକୁଲ registration ନ କରିଥିବା ଲୋକଙ୍କୁ ବି ଛାଡ଼ି ଦେଉଚନ୍ତି। ତାହେଲେ ଆମକୁ 5 km ଦୂରରୁ ଅଟକେଇ ଚଲେଇ ଚଲେଇ ଆଣିବାର ମାନେ କଣ ରହିଲା!

ସେଠି ଅନ୍ୟ ଗାଡ଼ିରେ ଆସିଥିବା ଆମ group ର ଲୋକ ଆମଠୁ ଆଗରେ ପହଞ୍ଚି ଯାଇ ଆମକୁ ଅପେକ୍ଷା କରିଥିଲେ। Helicopter ରେ ଯିବା ଲୋକ ଦୁଇଜଣଙ୍କୁ ଛାଡ଼ିଦେଲେ, ଆମ group ର ଆମକୁ ଛାଡ଼ି ବାକି ତିନିଜଣ ଥିଲେ। ସେଥିରୁ ଦୁଇଜଣ କେଦାରନାଥ trek କରିକି ଯିବେ ବୋଲି ଥିଲା। ମୋ ସ୍ୱାମୀଙ୍କ operated ଗୋଡ଼ରେ ଏତେ ବାଟ trekking possible ନୁହେଁ ବୋଲି, ଆମେ ଘୋଡ଼ାରେ ଯିବୁ ବୋଲି ଆଗତୁରା ସ୍ଥିର କରିଥିଲୁ। ଆମ ସହ ବାକି ଜଣକ ବି ଯିବେ ବୋଲି final କଲେ। ସେ ଧାଡ଼ିରେ ଠିଆ ହେଇଥିବା ବେଳେ ଗୋଟେ ଘୋଡ଼ାବାଲା ତାଙ୍କୁ approach କରି 4 ଟା ଘୋଡ଼ା ଯୋଗେଇ ଦବ ବୋଲି final କରି ସାରିଥିଲା।

ତେଣୁ ଆମେ Sonprayag ଠୁ Gaurikund ଯାଏଁ sumo ଧରିବାକୁ ପୁଣି line ରେ ଲାଗିଲୁ ତ, ସେଇ ଘୋଡ଼ା ବାଲା ଆମ ସହିତ ଧାଡ଼ିରେ ରହିଲା।

ଧାଡ଼ିରେ ଆମେ ଠିଆ ହେଇଥିବା ସମୟରେ ଉପରୁ ଦର୍ଶନ କରି ଆସୁଥିବା କିଛି ଲୋକ ଭେଟ ହେଲେ। ଆଗକୁ ଭିଡ଼ କେମିତି ପଚାରିଲା ବେଳକୁ ପୁରା ରାସ୍ତା ଜାମ୍ କହିବା ସହ ସମସ୍ତେ କହୁଥାନ୍ତି ଘୋଡ଼ା କରି ଯାଅ। Trek କରିକି ଯିବାକୁ ବାହାରିବ ଯଦି, ଅଧା ରାସ୍ତାରୁ ନିହାତି ଘୋଡ଼ା କରିବାକୁ ପଡ଼ିବ। ଆଉ ସେତେବେଳକୁ ବେଶୀ ଟଙ୍କା charge କରିବେ ଘୋଡ଼ା ବାଲାଏ। ପୁଣି trek କରିକି ଗଲେ ଉପରେ ଦର୍ଶନ କରିବାକୁ ବି ଲମ୍ବା ଧାଡ଼ିରେ ଠିଆ ହେବାକୁ ଥିବାରୁ, ତା ପାଇଁ ଆଉ energy ନଥିବ!  ଫେରୁଥିବା ଲୋକଙ୍କ ଦରମରା ଅବସ୍ଥା ଦେଖି  ସେମାନେ କେତେ tired ବୋଲି ଅନୁମାନ କରି ହଉଥାଏ। ପ୍ରାୟତଃ ଅସୁସ୍ଥ ହେଇ ଫେରୁଥାନ୍ତି ସବୁ।

ତା ଛଡ଼ା ଯେତେ ଉପରକୁ ଯିବ, ସବୁ ଜିନିଷର ରେଟ୍ ଆଖି ବୁଜା ବଢ଼ି ଚାଲିବ ବୋଲି କହି, ଏଇଠୁ ହିଁ ଠେଙ୍ଗା, ଖାଇବା ଜିନିଷ, ପାଣି ବୋତଲ ଇତ୍ୟାଦି କିଣି ନେଇ ଯିବାକୁ suggest କରୁଥାନ୍ତି ସେମାନେ।

ଆମେ ପୁଣି ଦୁଇ କିଲୋମିଟର ରାସ୍ତା ଚାଲି ଚାଲି ଯାଇ sumo ପାଖରେ ପହଞ୍ଚିଲା ବେଳକୁ ପୁଣି ଘଣ୍ଟାଏ। ସେଇଠୁ ଘୋଡ଼ା ବାଲା ଆମ group ର ସମସ୍ତଙ୍କୁ ଟାଣି ନେଇ ଆଗରୁ ଆସୁଥିବା ଗୋଟେ sumo ରେ ବସେଇ ଦେଇ ନଥିଲେ ପୁଣି ଗୁଡ଼ାଏ ସମୟ ଅପେକ୍ଷା କରିବାକୁ ପଡ଼ିଥାନ୍ତା ଆମକୁ। ତେବେ 50/- ticket ଦେଇ Gaurikund କୁ sumo ରେ ପହଞ୍ଚି ଯିବୁ ଭାବିଥିଲେ ବି ଗାଡ଼ି jam ଯୋଗୁ ସେ sumo ଶେଷ ମୁଣ୍ଡ ଯାଏଁ ଯାଇ ପାରିଲାନି। ପୁଣି ଗୋଟେ କିଲୋମିଟର ଆଗରୁ ଓହ୍ଲେଇ ଚାଲି ଚାଲି Gaurikund ଯାଏଁ ଯିବାକୁ ପଡ଼ିଲା ଆମକୁ!
ସେଇଠୁ ghoda padav ପ୍ରାୟ ଅଧା କିଲୋମିଟର, ସେ ବି ଗଳି କନ୍ଦି ରାସ୍ତା ।

ଆମର ଏତିକି ହିଁ ଚାଲିବାର ଥିଲା ସର୍ବ ମୋଟ । କିନ୍ତୁ ଜାମ୍ ଯୋଗୁ ରାତି 2 ଟା ରୁ ଆସି ସୁଦ୍ଧା ଦିନ 12 ହେଇଗଲା ସେ narrow ଗଳି ରାସ୍ତା ଦେଇ ghoda padav ଠି ପହଞ୍ଚିବା ବେଳକୁ!

ଘୋଡ଼ା ଖଚର ରେଟ୍ ଏଇ ବର୍ଷ 2850/- ରୁ ବଢ଼ି 3200/- ହେଇ ଯାଇଛି ବୋଲି rate chart ଦେଖି ଜାଣିଲୁ।
ଏବେ govt counter କୁ ଯାଇ ଟିକେଟ୍ କରିବାକୁ ପଡ଼ିଲା ଆମକୁ। ପୁରା ଟଙ୍କା cash ଆକାରରେ ଦବାକୁ ପଡ଼ିଲା ସେଠି! Government body ସୁଦ୍ଧା ଏଠି online transaction accept କରୁନି ଦେଖି ଖରାପ ଲାଗିଲା । ଅବଶ୍ଯ ଉପରେ cash ଦରକାର ହବ ବୋଲି ଆମ tour operator ଆମକୁ ଆଗୁଆ କହି ଦେଇଥିଲେ ବୋଲି ଆମେ ready ହେଇ ଆସିଥିଲୁ!
Govt counter ରୁ ଘୋଡ଼ା book ନକଲେ ଠକାମୀରେ ପଡ଼ି ଅଧିକ ଟଙ୍କା ଦବା ଥୟ!

ଟିକେଟ କରି ସାରିବା ପରେ ବି ଅଧାଘଣ୍ଟା ଅପେକ୍ଷା କଲାପରେ ଘୋଡ଼ାବାଲାର ଚାରୋଟି ପିଲା ଚାରିଟା ଖଚର ନେଇ ଆସିଲେ। ଆମର ଆଗରୁ ଘୋଡ଼ାରେ ବସିବା experience ନ ଥିବାରୁ ଭୀଷଣ ଡର ମାଡୁଥାଏ। ତଥାପି ସେ ପିଲା ଗୁଡ଼ାଙ୍କର ସାହାଯ୍ଯ ନେଇ ବସିଲୁ। ଘୋଡ଼ା ଚାଲିବା ଆରମ୍ଭ କଲେ ତ real problem କଣ ବୁଝା ପଡ଼ିଲା ଆମକୁ!

ଅଣଓସାରିଆ ରାସ୍ତା। ସେଇ ଗୋଟିଏ ରାସ୍ତାରେ ଘୋଡ଼ା, pithu, ପାଲିଙ୍କି ସାଙ୍ଗକୁ ପାଦଚଲା ଯାତ୍ରୀ ସମସ୍ତେ ଯାଉଥାନ୍ତି ଆଉ ଆସୁଥାନ୍ତି। ପାଲିଙ୍କି ଧରି ଚାରିଜଣ ପ୍ରାୟ ଧାଇଁବା ଭଳି ଗଲାବେଳେ ସାମ୍ନାରେ ପଡୁଥିବା ଲୋକଙ୍କୁ ଏକ ରକମ ଧକ୍କା ଦେଇ ମାଡ଼ି ଯାଉଥାନ୍ତି। Pithu ବାଲା shortcut ଦେଖି ସେ ରାସ୍ତାରେ ପଳେଇ ଯାଉଥାନ୍ତି। ଘୋଡ଼ା ଚିକ୍କଣ ପଥର ଉପରେ ଗଲା ବେଳକୁ ତା ପାଦ ଖସି ଆସୁଥାଏ ଜୋର୍ ରେ। ତା ଉପରେ ବସିଥିବା ଲୋକର ପାଦ side ରେ ଯାଉଥିବା ଲୋକଙ୍କ ଦେହରେ ବାଜିବା ଥୟ। ଯା ଦେହରେ ବାଜିଲା, ସେ ଶୋଧିଲା। ମାତ୍ର ଘୋଡ଼ା କଣ ବାଜିବ ବୋଲି ଜାଣିବ ଯେ side ହେଇଯିବ! ଆଉ ତା ଉପରେ ଦୁଇ ପଟକୁ ଗୋଡ଼ କରି ବସିଥିବା ଲୋକର ତ ଗୋଡ଼ କୁଆଡ଼େ ନବାକୁ ଯୁ ନାହିଁ! ଘୋଡ଼ାବାଲା ତା ଘୋଡ଼ାକୁ ଟିକେ ପାଖେଇ ନବା କଥା। ହେଲେ ସେ narrow ରାସ୍ତାରେ ପାଖେଇ ହବାକୁ ଜାଗା କାଇଁ!

ଉପରକୁ ଉଠିଲା ବେଳେ ତ ଗୋଟେ ପ୍ରକାର ରକ୍ଷା! ତଳକୁ ଓହ୍ଲେଇଲା ବେଳେ ଘୋଡ଼ାର ପାଦ ଖସିଲା ବେଳକୁ ଲୋକେ ମୁହଁଟି ମାନ ମାଡ଼ି ହେଇ ଆଗକୁ ଖସି ପଡ଼ିବାର ଦେଖିଲୁ କିଛି ଜାଗାରେ । ଗୋଟେ ପାଖରେ ମନ୍ଦାକିନୀର ଖାଇ। ସେପଟକୁ ପଡ଼ିଲେ ଉଦ୍ଧାର ହବା ସମ୍ଭବ ନୁହେଁ ଆଉ!

କଷ୍ଟ ଏତିକିରେ ସରିନି! ରାସ୍ତାରେ any time ବର୍ଷା । ତା ସହ ରାସ୍ତା କଡ଼ରେ ଜମା ହେଇଥିବା ବରଫ ତରଳି, ପୁଣି ଘୋଡ଼ା ଖଚରଙ୍କ ଝାଡ଼ା ପରିସ୍ରା ପଡ଼ି, ପୁରା ରାସ୍ତା କାଦୁଅ ଆଉ ଖସଡ଼ା। ସେଥିରେ ପାଦରେ ଚାଲି ଚାଲି ଯାଉଥିବା ଲୋକଙ୍କ ପାଦ ଖସି ପଡ଼ିବା ବି common ସେଠି ।  ପୁଣି ଜଣେ ପଡ଼ିଲା ତ ସେଠି series ଦୁର୍ଘଟଣା ହବା ସୁନିଶ୍ଚିତ। ଏତେ ଭିଡ଼ ଯେ, ଆଗ ପଛ ଲୋକଙ୍କୁ ଧରି ପଡ଼ିବ ଜଣେ। ତେଣୁ ନିଜେ ଯେତେ ସତର୍କ ହେଇ ଗଲେ ବି ଅନ୍ୟ କାହାର ଭୁଲ୍ ଯୋଗୁ ଦଣ୍ଡ ପାଇବ ସେଠି। ତା ଉପରେ ପୁଣି ଘୋଡ଼ା ଲାଞ୍ଜ ଛାଟିଲା କି ନାତ ମାରିଲା ଯଦି ପଛରେ ଆସୁଥିବା ଲୋକ ଆହତ ହବା ସୁନିଶ୍ଚିତ!

ଏସବୁ ଦେଖିବା ପରେ ବୁଝି ପାରୁଥିଲି ଏ trek ଏତେ difficult କାହିଁକି କୁହନ୍ତି! ଆସିଛ ତ ଜୀବନ ନେଇ ଫେରିବ ବୋଲି କିଛି guarantee ନାହିଁ!
September, October ବେଳେ ଭିଡ଼ ଏଇ summer ଠୁ କମ୍ ରୁହେ ବୋଲି ଶୁଣିଥିଲି। ପିଲାଛୁଆ ପାଠପଢ଼ା ଟେନସନ ନାହିଁ ତ ସେଇ ସମୟରେ ଯିବା better!
ନଚେତ୍ helicopter ticket ମିଳିଲେ ଯିବା ଉଚିତ୍, ଯୋଉଟା ମିଳିବା କାଠିକର ପାଠ!

Gaurikund ଠୁ ଆମ ଯାତ୍ରା ଆରମ୍ଭ କଲା ବେଳକୁ 12.30pm ହେଲାଣି। ସେ ଯାଏଁ ପେଟରେ କିଛି ପଡ଼ି ନଥାଏ। ରାସ୍ତାରେ କୋଉଠି ଅଟକି କିଛି ଖାଇନବୁ ବୋଲି ଭାବିଥିଲୁ। କିନ୍ତୁ  ଏ ଘୋଡ଼ା ଉପରେ କଷ୍ଟେମଷ୍ଟେ ଥରେ ବସିଗଲା ପରେ, ଆଉ ଓହ୍ଲେଇ ଫେର୍ କିଏ ଚଢିବ ଭାବି ସେ ଡରରେ ଚୁପ୍ ଚାପ୍ ବସି ରହିଲୁ। କାନ୍ଧ ବ୍ୟାଗ୍ ରେ ପାଣି ଥିଲେ ବି ଏକ ଲାଗିବ ବୋଲି ଡରିକି ପାଣି ସୁଦ୍ଧା ପିଉ ନଥାଉ ଶୋଷ ଲାଗିଲେ!
ସିଆଡ଼େ ଘୋଡ଼ା ପିଠିରେ ଲାଗିଥିବା ଲୁହାକୁ ପ୍ରାଣ ବିକଳରେ ଚାପି ଧରି ହାତ ଭୟଙ୍କର ପୀଡ଼ା! ଲୋକଙ୍କୁ ଆଖି ଆଗରେ ଦୁଲ୍ ଦାଲ ହେଇ ପଡ଼ିବା ଦେଖି ଆମକୁ ଲାଗିଲା ଘୋଡ଼ା ଅପେକ୍ଷା ଆମ ଖଚର ଭଲ। ଘୋଡ଼ା ଗୁଡ଼ା ମଝିରେ ମଝିରେ ମାଲିକ କଥା ନ ମାନି ଅମାନିଆ ହେଇ ଧାଉଁଥାନ୍ତି! ଆଉ ସେମାନେ ଧାଇଁଲେ ସବାରୀ ପଡ଼ିବା ସୁନିଶ୍ଚିତ 

ଚାରି ପାଖରେ ହିମାଳୟର ଏତେ ସୁନ୍ଦର landscape, ହେଲେ ସିଆଡ଼କୁ ଧ୍ୟାନ ଗଲେ ତ! ରାସ୍ତାକୁ ଚାହିଁ ଚାହିଁ ଛାନିଆଁରେ ବସିବା ସାଙ୍ଗକୁ ଭଲରେ ଭଲରେ କେମିତି ଉପରେ ପହଞ୍ଚିବି ବୋଲି ପ୍ରାର୍ଥନା କରି କରି ସମୟ କାଟିବା କଥା!

ଏମିତି ଡରି ଡରି ଗୋଟେ ଗୋଟେ point ଯେମିତିକି Jungle chatti, Bhimbali ଆଦି ପାର କରି କରି ଯାଉ ଥାଉ। ରାସ୍ତା କଡ଼େ କଡ଼େ ଛୋଟ ଖାଇବା ଦୋକାନ ସବୁ ଥାଏ। Temporary bathroom, health camp ତିଆରି ହେଇଥାଏ ମଝିରେ ମଝିରେ। ମନ୍ଦାକିନୀ ନଦୀ side ରେ ଖୋଲା ଥିବା ଜାଗାରେ ଲୁହା ରଡ଼ ର railing ତିଆରି ହେଇଥାଏ। କିଛି କିଛି ଜାଗାରେ ଭାଙ୍ଗି ବି ଯାଇଥାଏ ସେଗୁଡ଼ା। ତେଣୁ ଚାଲି ଚାଲି ଯିବାପାଇଁ ଠେଙ୍ଗା ହିଁ ସବୁଠାରୁ ଭଲ ସାହାରା ସେଠି, ଯାହା Sonprayag ଠି 20/-, Gaurikund ଠି 50/- ରେ ମିଳୁଥିଲା। ଯେତେ ଉପରକୁ ଯିବ, ସବୁ ଜିନିଷର rate ସେତେ ବଢ଼ି ବଢ଼ି ଚାଲିବ।

ଏମିତି ଏମିତିରେ Rambara ଠି ପହଞ୍ଚି ଗଲୁ । ଏଇ ଜାଗାଟି midway ଥିଲା ପୁରୁଣା trek ରାସ୍ତାର। କିନ୍ତୁ 2013 ର ପ୍ରଳୟଙ୍କରୀ ବନ୍ୟାରେ ପୁରା ଗାଁ ଟି ଭାସି ଯାଇ ଏବେ ତାର ଧ୍ଵଂସାବଶେଷ ଅଛି ଖାଲି ସେଠି। ଆଗରୁ Rambara ଦେଇ ଉପରକୁ ଯାଇଥିବା ରାସ୍ତା ସମ୍ପୁର୍ଣ୍ଣ ଧୋଇ ହେଇ ଯାଇଚି। ଏବେ ତିଆରି ହେଇଥିବା ନୂଆ ରାସ୍ତା ଆହୁରି 5 km ବଢ଼ି ଏବେ 17 ଜାଗାରେ ପ୍ରାୟ 24 km trek କରିବାକୁ ପଡ଼ୁଛି। ତେବେ Rambara ଠି ମନ୍ଦାକିନୀ ନଦୀକୁ cross କରି ଅନ୍ୟପଟେ ଯିବାକୁ ପଡ଼ିବ। ସେଇଠୁ ଦୁଇଟା ରାସ୍ତା ଥାଏ, ଗୋଟିଏ ପାଦଚଲା ଲୋକଙ୍କ ପାଇଁ, ଯୋଉଟା କମ୍ distance ହେଲେ ବି ପୁରା ତୀଖ। ଅନ୍ୟଟି ଘୋଡ଼ା, ଖଚର ପାଇଁ,  କମ୍ ତୀଖ କିନ୍ତୁ ଅଧିକ କିଛି କିଲୋମିଟର।
ଆମେ ଘୋଡ଼ା ରାସ୍ତାରେ ଯାଇ chhoti lincholi ଠି ପହଞ୍ଚିଲୁ ତ ସେ ପିଲାମାନେ lunch ପାଇଁ ଅଟକେଇଲେ। ରାସ୍ତାରେ ଅବଶ୍ଯ ପାଣି ପିଆଇ ଥିଲେ ତାଙ୍କ ଘୋଡ଼ା ମାନଙ୍କୁ।

ପାଖ ଦୋକାନରେ ଖାଇବା option ପଚାରି ବୁଝିଲୁ maggie (50/-) , alu paratha(60/-) ଆଉ Dal, chawal(80/-). ସବୁଥିରୁ ଗୋଟେ ଗୋଟେ order କରିଥିଲୁ, ହେଲେ Dal chawal plate ଦେଖି alu paratha cancel କରିଦେଲୁ । ଝିଅ maggie ଖାଇଲା, ଆମେ ସେଇ ଭାତ ଦୁଇଜଣ ଖାଇଦେଲୁ। ଧାରୀ ଦେବୀ ଭଳି ଏଠି ବି ସେଇ ପ୍ରକାର ଚାଉଳର ଭାତ। ତେବେ ସେ ଡାଲି ସ୍ୱାଦ ଭଲ ଥିଲା। ତେଣୁ ଆଚାର ସହ ଚଳିଗଲା। ଏମିତିରେ ଆମର heavy ଖାଇବା ଖାଇବାକୁ ଆଗ୍ରହ ବି ନଥିଲା!

ଖାଇ ସାରି ଘୋଡ଼ାରେ ବସି କିଛି ବାଟ ଯାଇଚୁ କି ନାଇଁ ବର୍ଷା ଆରମ୍ଭ ହେଇଗଲା। Raincoat ମାନ କାଢ଼ି ପିନ୍ଧିଲୁ। ତେବେ ସେଇ ବର୍ଷାରେ ବି କାହାକୁ ଟିକେ ଅଟକି ଯିବାର ଦେଖିଲୁନି। ସମସ୍ତେ ସେମିତି ଚାଲିଥାନ୍ତି!

ଆଉ କିଛିବାଟ ଉପରକୁ ଉଠିବା ପରେ ଭୈରବ gadera glacier ପଡ଼ିଲା, ଯୋଉଠି ବରଫ କାଟି ରାସ୍ତା ତିଆରି ହେଇଥିଲା। ଚାଲି ଚାଲି ଯାଉଥିବା ଲୋକେ ତା ଉପରକୁ ଯାଇ ଫଟୋ ନଉଥାନ୍ତି। ଆମେ ଆଉ ଘୋଡାରୁ ଓହ୍ଲେଇବା କଥା ମନକୁ ଆଣିଲୁନି ସୁଦ୍ଧା!

ପୁରା ରାସ୍ତା ଉଠାଣି। ଟ୍ରେକ୍ କରି ଯାଉଥିବା ଲୋକଙ୍କୁ କାନ୍ଦ କାନ୍ଦ ହେଇ ଚଢୁ ଥିବାର ଦେଖି ଭାବୁଥିଲୁ ତଳେ ଫେରନ୍ତା ଲୋକଙ୍କ ଉପଦେଶ: ଆଦୌ ଚାଲି ଚାଲି ଯିବାକୁ ଚେଷ୍ଟା କରନି। ଘୋଡ଼ାରେ ହିଁ ଯାଅ!
ଅଧା ରାସ୍ତାରେ ଘୋଡ଼ା ଖୋଜି ବି ପାଉ ନଥାନ୍ତି ଲୋକେ। ହାଲିଆ ହେଇ ସେଇ ଅଧା ରାସ୍ତାରେ ବସି କାନ୍ଦୁଥାନ୍ତି କିଛି।
ଲାଗୁଥିଲା ଭଲ ହେଇଛି ଆମେ clear ଥିଲୁ ପ୍ରଥମରୁ ଘୋଡ଼ାରେ ଆସିବାକୁ ନେଇ!

ଉପରକୁ ଗଲେ higher altitude ଯୋଗୁ ନିଶ୍ଵାସ ନବାକୁ ଅସୁବିଧା ହୁଏ। ଚାଲିବା ଲୋକଙ୍କୁ ବେଶୀ ବେଶୀ କଷ୍ଟ ହୁଏ। ଆମକୁ ସେତେ ଜଣା ପଡ଼ିଲାନି oxygen ର ଅଭାବ। ଏବେ choti lincholi, badi lincholi ପାର ହେଇ base camp ଠି ପହଞ୍ଚିଲୁ। ସେଇଠି Uttarakhand govt board GMVN ତରଫରୁ camp ସବୁ ଥାଏ । ଆମର କିନ୍ତୁ ମନ୍ଦିର ପାଖରେ ଥିବା private hotel ରେ room book ହେଇଥିଲା tour ତରଫରୁ । ତେଣୁ ଆମେ base camp ଠି ନ ରହି ଆଗକୁ ghoda padav ଯାଏଁ ଗଲୁ । ଘୋଡ଼ାବାଲା ଠୁ ବିଦା ନେଇ ମନ୍ଦିର ଯାଏଁ ପ୍ରାୟ ଗୋଟେ କିଲୋମିଟର ଚାଲିବାକୁ ଥିଲା। 6.30pm ହେଇ ଯାଇଥିଲା ସେତେବେଳକୁ। ତେବେ ପୁରା ଫର୍ଚ୍ଚା ଥିଲା ଚାରିଆଡ଼! ସିକ୍କିମ୍ ଭଳି ଏଠି ଶୀଘ୍ର ସନ୍ଧ୍ୟା ହୁଏନି ବୋଲି ଜାଣି ଆଶ୍ଚର୍ଯ୍ୟ ହେଲି ମୁଁ!

ଆଗକୁ ସେଇ ଗୋଟେ କିଲୋମିଟର plane ରାସ୍ତା ବୋଲି ଜାଣିଥିଲି। କିନ୍ତୁ ସେତିକି ବି ଚାଲିବା କଷ୍ଟ ହଉଥାଏ Oxygen କମ୍ ଯୋଗୁ। ତା ସାଙ୍ଗକୁ ପ୍ରବଳ ଥଣ୍ଡା! ଝିଅ ବାରମ୍ବାର ବସି ପଡୁଥାଏ ରାସ୍ତା କଡ଼ରେ। ଚାଲିବା ଠୁ ବେଶୀ କାନ୍ଧର ବ୍ୟାଗ୍ କଷ୍ଟ ଦଉଥାଏ।

ଶେଷ ଉଠାଣି ଉଠି ଆରପଟକୁ ଗଡ଼ିଚୁ କି ନାଇଁ ଦୃଶ୍ୟମାନ ହେଲା ବାବାଙ୍କ ବିଜେ ସ୍ଥଳୀ, ସାକ୍ଷାତ ସ୍ଵର୍ଗ, କେଦାରନାଥ ମନ୍ଦିର। ବାସ୍! କୁଆଡ଼ୁ ଦେହରେ ବଳ ଆସିଲା ଆମେ ଜାଣିନୁ, ସିଧା ଚାଲିଲୁ ମନ୍ଦିର ଦିଗରେ। ରାସ୍ତାରେ counter ଠି registration number ଦେଖେଇ ଦର୍ଶନ chit ନେଇ ଗଲୁ। Tour operator ପଠେଇ ଥିବା map ଦେଖି ଦେଖି ମନ୍ଦିରର ପୁରା ପାଖରେ ଥିବା ଆମ hotel ଯାଏଁ ପହଞ୍ଚି ଗଲୁ । ରୁମ୍ କୁ ଯାଇ ବ୍ୟାଗ୍ କାନ୍ଧରୁ ଓହ୍ଲେଇ ରଖିଦେଲୁ ତ ଅଧା କଷ୍ଟ କମିଗଲା।

Current ନଥିଲା ବୋଲି hotel ବାଲା candle ଜଳେଇ ଆଣିଦେଲେ। ସେଠି current ଯିବା ପୁରା common, ଆଉ ଗଲେ କେତେବେଳେ ଫେରିବ ବୋଲି ଠିକ୍ ଠିକଣା ନଥାଏ।

ରୁମ୍ ର ଯୋଉଠି ହାତ ମାରିଲେ ବରଫ ଭଳି ଥଣ୍ଡା! ଏତେ ଥଣ୍ଡା ଯେ କମ୍ବଳ, ଗଦି ସବୁ ଓଦା ହେଲା ଭଳି ଲାଗୁଥାଏ। ଏଥିରେ ଶୋଇବୁ କେମିତି ରାତିରେ ଭାବି ଚିନ୍ତା ଲାଗୁଥାଏ। ଠିକ୍ ସେତେବେଳେ hotel ରୁ ଗରମ୍ ଚା ତିନି କପ୍ ଆସି ପହଞ୍ଚିଲା ଆମ ପାଇଁ। ସେ ଭୀଷଣ ଥଣ୍ଡାରେ ଚା ପିଇ ଟିକେ ଜୀବନ ପଶିଲା ଦେହରେ। ଦୁଇ ଢୋକ ପିଇଲା ବେଳକୁ ଚା ଥଣ୍ଡା ହେଇଗଲା ଅବଶ୍ଯ!

7.30 pm ବେଳକୁ ମନ୍ଦିରରେ ଆଳତୀ ହବ ବୋଲି ଜାଣିଥିଲୁ ଆମେ।  ତେଣୁ ଆଉ ରୁମ୍ ରେ time waste ନ କରି, ଆଉ ଗୋଟେ ଲେଖାଏଁ layer ର jacket sweater ଉପରେ ପିନ୍ଧି ବାହାରି ଗଲୁ ମନ୍ଦିରକୁ।

ମାତ୍ର 100 meter ଦୂର ଥିଲା ମନ୍ଦିର!
ବେଢ଼ାରେ ଭୀଷଣ ଗହଳି। ଗୋଟେ ପାଖରୁ vip ticket କରିଥିବା ଲୋକଙ୍କ ଧାଡ଼ି ଲାଗିଛି। ଅନ୍ୟ ଦର୍ଶନ ଧାଡ଼ିଟି କୋଉଠି ବୋଲି ପଚାରି ପଚାରି ଗୁଡ଼ାଏ ବାଟ ତଳକୁ ଗଲାପରେ ନୂଆ ତିଆରି ହେଇଥିବା ଓମ୍ statue ଠି ପହଞ୍ଚିଲୁ । ସମସ୍ତେ ଆଳତୀ ଦେଖିବାକୁ ବେଢ଼ାରେ ଠିଆ ହେଇଥାନ୍ତି। ତେଣୁ ଦର୍ଶନ line ରେ ବେଶୀ ଲୋକ ନଥାନ୍ତି। ଆମେ ଦୌଡ଼ି ଦୌଡ଼ି ଲୋକଙ୍କ ପଛରେ ଲାଗିଲା ବେଳକୁ ହିଁ ଆଳତୀ ଆରମ୍ଭ ହେଇଗଲା।

ମୁଁ ବେଢ଼ାରେ ନ ରହି ଦର୍ଶନ ଧାଡ଼ିରେ ଲାଗିବାକୁ କହିଲି ବୋଲି ମୋ ସ୍ୱାମୀ ଟିକେ ଅସନ୍ତୁଷ୍ଟ ଥିଲେ ପ୍ରଥମେ। ମାତ୍ର ଯେତେବେଳେ ଜାଣିଲେ ଆଳତୀ ଭିତରେ ହଉଚି, ଆମେ ମନ୍ଦିର ବାହାରେ ସେ ବେଢ଼ାରେ ଠିଆ ହେଇଥିଲେ ବି କିଛି ଦେଖି ପାରି ନଥାନ୍ତୁ, ଟିକେ ଖୁସି ହେଲେ। ପ୍ରାୟ ଅଧା ଘଣ୍ଟା ଧରି ଆଳତୀ ହେଲାବେଳେ ଆମ ଧାଡ଼ି ଖୁବ୍ ଧୀରେ ଧୀରେ ଆଗକୁ ବଢୁଥିଲା। ଆଳତୀ ସାରି ତାକୁ ବାହାରକୁ ଆଣିଲା ବେଳକୁ ଆମେ ଧାଡ଼ିର ପ୍ରାୟ ଶେଷ ମୁଣ୍ଡରେ ପହଞ୍ଚି ଗଲୁଣି। ତେଣୁ ବାହାରେ ଯାହା କରୁଥିଲେ, ଆମେ ସେସବୁ ଦେଖି ପାରିଲୁ ।

ଆଳତୀ ପରେ ପରେ ଦର୍ଶନ ପାଇଁ ଲୋକେ ଯୋଉ rate ରେ ଆସି ଧାଡ଼ି ଲମ୍ବେଇଲେ ପଛରେ, ତାକୁ ଦେଖି ଲାଗିଲା ଆମେ ଆଗତୁରା ଆସି ଠିଆ ହେଇଯିବା ପୁରା wise decision ଥିଲା!

Police ନିଜେ ଆମକୁ ଜୋତା ଷ୍ଟାଣ୍ଡ ରେ ଜୋତା ନ ରଖି, ଧାଡ଼ିର ଶେଷ ଆଡ଼କୁ ଲୁହା railing ବାହାର ପଟକୁ ରଖି ଦେଇ ମନ୍ଦିରକୁ ପଶିବାକୁ କହିଲେ। କାରଣ ଦର୍ଶନ ପରେ ପଛପଟେ ବୁଲି ସେଇଠୁ ଜୋତା ନବାକୁ ସୁବିଧା ହବ। ତେବେ ଆମ ଆଗରେ ଥିବା ପିଲାଟି ସେମିତି ଥରେ ଆଗରୁ ରଖିଲା ବେଳେ ତା ଜୋତା ଚୋରି ହେଇଚି ବୋଲି କହିଲା।
ତେବେ ଆମେ ଯାହା ହବ ଦେଖାଯିବ କହି, ବାବାଙ୍କୁ ହାତ ଟେକିଦେଇ, ଜୋତା ସେଇ railing ବାହାରକୁ ଗଳେଇ ଦେଇ ଚାଲିଲୁ।

କିଛି ସମୟ ଭିତରେ ଆମେ ଥିଲୁ ମନ୍ଦିର ସାମ୍ନା ଧାଡ଼ିରେ! ଆଉ କିଛି ମିନିଟ୍ ଭିତରେ ବାବାଙ୍କ ଦର୍ଶନ ମିଳିବ! ଏ ଜନ୍ମର ସବୁଠାରୁ ବଡ଼ ସ୍ଵପ୍ନ ସାକାର ହବ! ସେ ଖୁସିରେ ଆଉ ଚତୁଃପାର୍ଶ୍ଵରେ କଣ ଘଟୁଛି, କିଛି ଜଣା ପଡ଼ୁ ନ ଥିଲା ମତେ! ପୁରା numb ମୁଁ । କେମିତି ସେଇଠୁ ସେ ଧାଡ଼ିରେ ଆଗକୁ ଗଲି, କେମିତି ବାବାଙ୍କ ସାମ୍ନାରେ ପହଞ୍ଚିଲି, ମୋର କିଛି ମନେ ନାହିଁ ଆଉ!!

ବାବା କେଦାରନାଥ ମୋ ଆଖି ସାମ୍ନାରେ! ମାତ୍ର 2/3 second  ଭିତରେ ଆଗକୁ ବଢ଼ିବାକୁ ପଡ଼ିଲା। କିନ୍ତୁ ସେଇ ଯୋଉ ଫୁଲରେ ଢଙ୍କା ହେଇଥିବା ରୂପକୁ ଦେଖିଲି, ଆଖିରେ, ମନଶ୍ଚକ୍ଷୁରେ print ହେଇଗଲା ସେ ରୂପ। ଏ ଆଖି ଜୀବନରେ ଯେବେ ଯେବେ ବନ୍ଦ କରିବି, ସେ ରୂପକୁ ଦେଖି ପାରିବି ନିଶ୍ଚୟ 朗
ଏବେ ଯଦି ମରି ବି ଯାଏ, ଆଉ କୌଣସି ଅବଶୋଷ ରହିବନି ମୋ ମନରେ! ସେଇ ଯୋଉ ଦିବ୍ୟ ଅନୁଭୂତି, ତାକୁ କଣ ଭାଷାରେ ବର୍ଣ୍ଣନା କରିବା ସମ୍ଭବ! କେବଳ ପରିପୂର୍ଣ୍ଣତାର ଗୋଟେ ଅନୁଭବ ସିଏ!

ପ୍ରକୃତିସ୍ଥ ହେଲା ବେଳକୁ ଠେଲାପେଲାରେ କେତେବେଳେ କେମିତି ମୁଁ ଆସି ବାହାରେ ପହଞ୍ଚି ଯାଇଚି, ଜାଣିନି! ବାହାର ପଟେ ମନ୍ଦିରକୁ ସ୍ପର୍ଶ କରି, ମୁଣ୍ଡ ଲଗେଇ ରୋମାଞ୍ଚିତ ହେଲି। ବାବାଙ୍କ ଦର୍ଶନ ସହ ମୋର ଏଗାରତମ ଜ୍ୟୋତିର୍ଲିଙ୍ଗ ଦର୍ଶନ complete ହେଲା । ଆଉ କେବଳ କାଶୀ ବିଶ୍ଵନାଥ ରହିଲେ 

ସେଇଠୁ ବାହାରି ମନ୍ଦିର ପଛ ପାଖ ଦେଇ ଚପଲ ରଖିଥିବା ଜାଗାକୁ ଗଲୁ। ଭାଗ୍ୟ ଭଲ ଆମ ସମସ୍ତଙ୍କ ଜୋତା ଥିଲା। ଏବେ ଯାଇ ଦେହକୁ ଥଣ୍ଡା ଜଣା ପଡ଼ିଲା! ଚାରି ପାଖରେ ବରଫକୁ ଛୁଇଁ ବୋହି ଆସୁଥିବା ହେମାଳ ପବନ ମଞ୍ଜ ଥରେଇ ଦଉଥାଏ।
ମନ୍ଦିର ପଛ ପାଖରେ ଥିବା ଭୀମ ଶିଳା ପାଖକୁ ଗଲୁ, ଯିଏ 2013 ର ସର୍ବ ବିନାଶକାରୀ ବନ୍ୟାରେ ଉପରୁ ଗଡ଼ି ଆସି ମନ୍ଦିରକୁ ରକ୍ଷା କରିଥିଲା। ତାକୁ ଛୁଇଁ ପ୍ରଣାମ କଲୁ। ମନ୍ଦିର ପଛପଟେ ଥିବା ଅମୃତ କୁଣ୍ଡ ଠି କେହି ନଥିଲେ ସେତେବେଳେ।

ସେଇଠୁ ରୁମ୍ କୁ ଫେରିଲା ବେଳକୁ current ଆସି ଯାଇଥିଲା। Geyser on କରି ପାଣି ଗରମ୍ ହେଲାପରେ ଟିକେ fresh ହେଇ dinner ପାଇଁ ଗଲୁ। ରାଜସ୍ଥାନୀ ଖାଇବା ସବୁ ଥିଲା ଥାଳିରେ । ପେଟ ପୁରା ଖାଇ ଦେଇ ରୁମ୍ କୁ ଆସିଲୁ। ଝିଅ ପୁରା ହାଲିଆ ହେଇ ଯାଇ ଥିବାରୁ ଶୋଇବାକୁ ଚାହିଁଲା। ତାକୁ ଶୁଆଇ ଦେଇ ଆମେ ପୁଣିଥରେ ଟିକେ night view ଦେଖିବାକୁ ମନ୍ଦିରକୁ ଚାଲିଲୁ।

ଏବେ ସାଙ୍ଗରେ mobile ନେଇ ଆସିଥିଲୁ । ରାତି ପ୍ରାୟ 10 ଟା ହେଲାଣି। ମନ୍ଦିର ବନ୍ଦ ହେଇ ସାରିଥିଲା। ତେବେ କାଲି ରାତି ତିନିଟା ରୁ ସ୍ପର୍ଶ ଦର୍ଶନ କରିବାକୁ ଚାହୁଁଥିବା ଲୋକେ ଏବେ ଠୁ ଧାଡ଼ିରେ ବସି ସାରିଥିଲେ!
Minus 1 degree ଦେଖୋଉ ଥିଲା current temperature. ସେଇ ଶୀତ କାକରରେ ରାତିସାରା ସେ ଲୋକମାନେ ସେଇଠି ଶୋଇ ରହିବେ ଭାବି ଛାତି ଥରିଗଲା ଆମର!

ନନ୍ଦୀ ପାଖକୁ ଯାଇ ମୁଣ୍ଡିଆ ମାରିଲି। ଧନ୍ୟବାଦ ଦେଲି ମୋ ଏତେ ଦିନର ପ୍ରାର୍ଥନା ବାବାଙ୍କ କାନରେ ପକେଇ ମତେ ଡାକି ଥିବାରୁ। ଘର ଲୋକଙ୍କୁ video call କରି ଦେଖେଇଲୁ ସିଧା ସଳଖ ସେ ସମୟର ଦୃଶ୍ୟ। 11 ଟା ହେଲାଣି, ତଥାପି ଭିଡ଼ କମିବାର ନାଁ ଧରୁନି!

ବେଶ୍ କିଛି ସମୟ ସେଠି କାଟିବା ପରେ ରୁମ୍ କୁ ଫେରି ଆସି ମୋଟା କମ୍ବଳ ଭିତରେ ପଶି ଗଲୁ। ସକାଳେ ଯେତେବେଳେ ନିଦ ଭାଙ୍ଗିବ, ଦେଖିବୁ କହି alarm ଦେଲୁନି ।
Minus 3 degree temperature ରେ room ଭିତରେ ସେ କମ୍ବଳ ଭିତରେ ବି ଥରୁଥିଲା ଦେହ। କିନ୍ତୁ ବାବାଙ୍କୁ ଦର୍ଶନ କରି ସାରିଥିବାର ପ୍ରଶାନ୍ତି ଯୋଗୁ ବେଶ୍ ଶାନ୍ତିରେ ଶୋଇ ପଡ଼ିଲୁ ସମସ୍ତେ ସେଦିନ….

     …. କ୍ରମଶଃ

©Lipsa Panda

ଭ୍ରମଣ କାହାଣୀ-ଉତ୍ତରାଖଣ୍ଡ- Do Dham- Day 4- Journey to Kedarnath (till Phata)

ପୂର୍ବ ଲେଖାରେ ଲେଖିଥିଲି Dehradun, Mussoorie ର ବିଭିନ୍ନ ଦର୍ଶନୀୟ ସ୍ଥାନ ଭ୍ରମଣ ବିଷୟରେ।

ଆଜି ସକାଳୁ ଆମର do dham group tour ଆରମ୍ଭ ହବାର ଥିଲା। 6 am ସୁଦ୍ଧା tour operator ଙ୍କୁ Haridwar railway station ସାମ୍ନାରେ ଭେଟ କରିବାକୁ group ରେ message ଆସି ସାରିଥିଲା ପୂର୍ବଦିନ ଠୁ। ତେଣୁ ରାତି ଚାରିଟା ରୁ ଉଠି ଆମର ନିତ୍ୟକର୍ମ ସାରି, ଆମେ ରହୁଥିବା ହୋଟେଲରୁ check out କରି ବାହାରି ଗଲୁ । Railway station walkable distance ରେ ଥିବାରୁ ଚାଲି ଚାଲି ପହଞ୍ଚି ଗଲୁ ସେଠି। Group ର ଦୁଇ ତିନିଜଣ ଆସି ଯାଇଥିଲେ। Tour operator ମଧ୍ଯ କିଛି ସମୟ ଭିତରେ ଆସି ଗଲେ। କେବଳ ଗୋଟିଏ ପରିବାର ତାଙ୍କ ଟ୍ରେନା late ଚାଲି ଥିବାରୁ ଆସି ପାରି ନଥିଲେ। 7.30 ସୁଦ୍ଧା ପହଞ୍ଚିବେ ବୋଲି ଜଣେଇ ଦେଇଥିଲେ।

ପୂର୍ବ trip ଗୁଡ଼ା ଭଳି ବେଶୀ ଲୋକ ନଥିଲେ ଏଇ ଥର । 8 ଜଣ members, ସେ ବି ଦୁଇଟି family ଏବଂ 3 ଜଣ solo traveller ଥିଲେ । Kedarnath trip ର ପୂର୍ବର ଖରାପ experience ଯୋଗୁ group tour ପାଇଁ ବେଶୀ interest ଦେଖେଇ ନଥିଲେ ବୋଲି tour operator ଙ୍କ ସହ କଥାବାର୍ତ୍ତା ହେଇ ଜାଣିଲୁ। ତା ଛଡ଼ା ଏ trip ରେ tour operator ଆମ ସହ ନ ଯାଇ କେବଳ ହରିଦ୍ଵାରରେ ଭେଟ ହେଇ, ଆମକୁ ନେଇ ଯିବାକୁ ଥିବା ଡ୍ରାଇଭର ମାନଙ୍କ ସହ ଚିହ୍ନା ପରିଚୟ କରେଇ ଦେବାର ଥିଲା। 8 ଜଣ ହେତୁ 2 ଟା dzire ଗାଡ଼ିର ବ୍ୟବସ୍ଥା ହେଇଥିଲା। ଗୋଟିଏ ଗାଡ଼ିରେ ଆମ ପରିବାରର 3 ଜଣଙ୍କ ସହ solo traveller ଜଣେ କିଏ ଯିବାର ଥିଲା। ତେଣୁ ଆମକୁ almost personal ଗାଡ଼ିରେ ଯିବା ଭଳି ଲାଗିଲା 😊

ଅପେକ୍ଷା କରିଥିବା family(ମା, ପୁଅ ) ଆସି ପହଞ୍ଚିବା ପରେ Tour operator ଆମକୁ ଦୁଇଟା ଯାକ ଗାଡ଼ିର ଡ୍ରାଇଭର ସହ ଭେଟ କରେଇ, ଚାରିଦିନ ଯାତ୍ରାର schedule ବତେଇ ଦେଇ ବିଦା ହେଇ ଚାଲିଗଲେ। ଆମ ଗାଡ଼ି ଆଗ ପଛ ହେଇ ବାହାରିଲା ବହୁ ପ୍ରତୀକ୍ଷିତ ଯାତ୍ରା ଅଭିମୁଖେ…

Rishikesh ଯାଏଁ ଆମେ ଆସି ବୁଲି ଯାଇ ଥିବାରୁ ସେ ଯାଏଁ ଚିହ୍ନା ଚିହ୍ନା ଥିଲା ରାସ୍ତା। ତପୋବନ ପରେ ବଦ୍ରୀନାଥ route ଧରିଲୁ ଆମେ। ଖୁସି, ଡର, ଚିନ୍ତା ମିଶାମିଶି କେମିତି ଗୋଟେ ଅଜବ ପ୍ରକାରର ଭାବନା ଚାଲିଥାଏ ମୁଣ୍ଡରେ।

ଏତେ ବର୍ଷ ଧରି ଅପେକ୍ଷା କରିଥିବା trip ରେ ଯାଉଚୁ ବୋଲି ଉତ୍ସାହ ଯେତିକି, ଏବେ Char Dham ଯାତ୍ରାରେ ଥିବା ଯାତ୍ରୀ ମାନଙ୍କର ଭୟଙ୍କର ଭିଡ଼ ଯୋଗୁ ଦୁର୍ଦ୍ଦଶାର ଖବର ସବୁ ଶୁଣି ଭୟ ବି ସେତିକି! ସବୁଠୁ ବଡ଼ ଚିନ୍ତା ଥାଏ କେଦାରନାଥର ସେ difficult trek! ବାବା କି କି ପରୀକ୍ଷା ଆଗକୁ ନବାକୁ ଯାଉଚନ୍ତି ଭାବି ଭାବି ଚିନ୍ତିତ ଥାଉ ସମସ୍ତେ। ମୁଁ ତ ଏମିତିରେ overthinking ରେ PhD holder!
ଗତ ରାତିରେ ମାତ୍ର ଦୁଇଘଣ୍ଟା ଶୋଇଥିଲେ ବି ଆଜି ଆଖିକୁ ନିଦ ଆସୁ ନଥାଏ tension ରେ।

Rishikesh ପରେ ପରେ ହିଁ ପାହାଡ଼ ଚଢା଼ ଆରମ୍ଭ ହେଇଗଲା। ଏଠି ବି ଗୋଟେ ପାଖରେ ହିମାଳୟ, ଅନ୍ୟ ପାଖରେ ଗଙ୍ଗା ନଦୀ। River rafting କରି କରି ଡଙ୍ଗା ସବୁ ତଳକୁ ତଳକୁ ବୋହି ଚାଲିଥାନ୍ତି ଗଙ୍ଗାରେ। ସେଥିରେ ବସିଥିବା ଯାତ୍ରୀ ମାନଙ୍କ ଖୁସିର କୋଳାହଳ ଶୁଣି ଶୁଣି ଗଲା ବେଳକୁ ଆମକୁ ଭଲ ଲାଗୁଥାଏ। ତା ସାଙ୍ଗକୁ ବଦ୍ରୀନାଥ, କେଦାରନାଥ ଏତିକି କିଲୋମିଟର ର ବୋର୍ଡ ଦେଖି ପ୍ରତି ଥର ହୃତ୍ ସ୍ପନ୍ଦନ ବଢ଼ି ଯାଉଥାଏ।

ଜଳଖିଆ ଖାଇବାକୁ ଥିଲା କୋଉଠି ଗୋଟେ। ଗୁଡ଼ାଏ ରାସ୍ତା ଯିବା ପରେ ପ୍ରାୟ 10 ଟା ବେଳକୁ ରାସ୍ତା କଡ଼ରେ ଥିବା ଗୋଟେ ରେଷ୍ଟୁରାଣ୍ଟରେ ଅଟକିଲୁ ଆମେ। ଏକାଠି ବସି order ଦେଲାବେଳେ ହିଁ ଗ୍ରୁପ୍ ର ସମସ୍ତେ କଥାବାର୍ତ୍ତା ହେଇ ଜାଣିଲୁ ପରସ୍ପରକୁ।

Alu paratha (70/-) order କରି ଖାଇଲୁ ସମସ୍ତେ। ଶୀଘ୍ର ଖାଇ ସାରି ବାହାରି ପଡ଼ିଲୁ ଆଗକୁ। ଆଜି ଆମର phata ଯାଏଁ ଯାଇ night stay କରିବାର ଥିଲା ସେଠି। Haridwar ଠୁ Phata 216 km. 6/7 hrs ଲାଗିବା କଥା। ତେବେ ପ୍ରବଳ jam ହଉଚି ବୋଲି news ରୁ ଶୁଣୁଥିଲୁ। ତେଣୁ କେତେ ସମୟ ଲାଗିବ କହି ହବନି ବୋଲି ଜାଣି ପାରୁଥିଲୁ ସମସ୍ତେ । ତେବେ ରାସ୍ତାରେ ପଡୁଥିବା 3 ଟି ଜାଗାରେ ରହି, ସେସବୁ ଦେଖି ଦେଇ phata ଯିବାର ଥିଲା ଆମର।

ପ୍ରବଳ ଖରା ହେଉଥିଲେ ମଧ୍ୟ ସେ ପାହାଡ଼ି ରାସ୍ତାରେ ଗାଡ଼ିରେ ଏସି ଲାଗିବା ସମ୍ଭବ ନୁହେଁ ବୋଲି ଡ୍ରାଇଭର କହି ଦେଇଥିଲା। ପାହାଡ଼ ଉପରକୁ ଯେତେ ଯିବୁ, ସେତେ ଥଣ୍ଡା ଲାଗିବ ବୋଲି ଆଶା ଥିଲା। କିନ୍ତୁ ଥଣ୍ଡା ଲାଗିବାର ନାଁ ଗନ୍ଧ ନଥିଲା। ଏତେ ଖରାରେ ଗାଡ଼ିରୁ ଓହ୍ଲାଇ କେମିତି କିଛି ଦେଖିବୁ ବୋଲି ଚିନ୍ତା ଲାଗୁଥିଲା।

କିଛି ସମୟ ଭିତରେ ଆସିଗଲା ଆମ 1st stop: Devprayag. Devprayag sangam ହେଲା ଭାଗୀରଥୀ ଆଉ ଅଳକାନନ୍ଦା ନଦୀର ସଙ୍ଗମ ସ୍ଥଳ, ଯୋଉଠି ଏ ଦୁଇ ପବିତ୍ର ନଦୀ ମିଶି “ଗଙ୍ଗା” ନାଁ ନେଇ ତଳକୁ ବୋହି ଯାଇଛନ୍ତି। ରାସ୍ତା କଡ଼ରେ ଗାଡ଼ି ଠିଆ କରୁ କରୁ ଧାଇଁଲୁ ସମସ୍ତେ ଖରାକୁ ଖାତିର୍ ନ କରି। ରାସ୍ତା ଧାରରେ ଠିଆ ହେଇ ତଳକୁ ଚାହିଁ ଦେଖିଲୁ ସେ ସଙ୍ଗମ ସ୍ଥଳକୁ। ଗୋଟିଏ ପାଖରୁ ଭାଗୀରଥିର ସ୍ଵଚ୍ଛ, ସୁନୀଳ ପାଣି ତ ଅନ୍ୟ ପାଖରୁ ଅଳକାନନ୍ଦାର ମାଟିଆ ରଙ୍ଗର ପାଣି। ସଙ୍ଗମ ସ୍ଥଳରୁ ବେଶ୍ କିଛି ଦୂର ଯାଏଁ ନ ମିଶି, ସେଇ ଦୁଇଟି ରଙ୍ଗର ପାଣି ଧାରା ବୋହି ଯିବାର ସ୍ପଷ୍ଟ ଦିଶୁଥାଏ। ତଳକୁ ଯିବାକୁ ସାମ୍ନା ପଟେ ପାହାଚ ଥିବାର ଦେଖିଲୁ। କିଛି ଲୋକଙ୍କୁ ସେଠି ବୁଡ଼ ପକେଇ ଗାଧୋଉଥିବାର ବି ଦେଖିଲୁ । କିନ୍ତୁ ଏ ମୁଣ୍ଡଫଟା ଖରାରେ ଆମେ ତଳକୁ ଓହ୍ଲାଇ, ପୁଣି ଉପରକୁ ଉଠିବା କଥା ଭାବି ସୁଦ୍ଧା ପାରୁ ନଥିଲୁ 😇

ଆଗକୁ ବଢ଼ିଲୁ ଆମେ । ରାସ୍ତାରେ ପାହାଡ଼ ଉପରୁ ଆସୁଥିବା ଝରଣା ପାଣିକୁ ପାଇପ୍ ଦ୍ଵାରା ଖସୁଥିବା ଦେଖି ସେଥିରେ ଗାମୁଛା ଭିଜେଇ ମୁଁ ମୁହଁରେ ଘୋଡ଼ି ହେଇ ବସିଲି। ମୋ ଅବସ୍ଥା ଦେଖି ଆମ ଗାଡ଼ିର ଡ୍ରାଇଭର ହସି ହସି ବେଦମ୍। ମଝିରେ ମଝିରେ ଦୟା କରି ଟିକେ ଗାଡ଼ିର ଏସି on କରି ଦଉଥାଏ ତ
ଗାଡିକୁ ଠିଆ କରି। ଆଗକୁ ପାଗ ବଦଳିବ ବୋଲି ଆଶ୍ୱାସନା ଦଉଥାଏ ବାରମ୍ବାର।

ତା ପର stop ଥିଲା Dhari Devi temple.
Dhari Devi ଉତ୍ତରାଖଣ୍ଡ ରାଜ୍ୟର କୁଳଦେବୀ ତଥା ଚାରି ଧାମର ରକ୍ଷାକର୍ତ୍ତ୍ରୀ। ଦେଶର 108 ଶକ୍ତିପୀଠ ମାନଙ୍କ ଭିତରୁ ଗୋଟିଏ।
ଅଳକାନନ୍ଦା ନଦୀ ମଝିରେ ଅବସ୍ଥାନ କରନ୍ତି ସେ। 2013 ମସିହାରେ ଯେତେବେଳେ ଅଳକାନନ୍ଦା ନଦୀରେ dam ତିଆରି ପାଇଁ ତାଙ୍କୁ ତାଙ୍କ ମନ୍ଦିରରୁ ସ୍ଥାନାନ୍ତରିତ କରାଗଲା, କିଛି ଘଣ୍ଟା ଭିତରେ ବାଦଲଫଟା ବର୍ଷା ହେଇ କେଦାରନାଥର ସେ ପ୍ରଳୟଙ୍କରୀ ବନ୍ୟା ଆସି ସବୁ କିଛି ଧ୍ଵସ୍ତ ବିଧ୍ୱସ୍ତ କରି ଦେଇଥିଲା। ଲୋକଙ୍କ ବିଶ୍ୱାସ ମା ଙ୍କୁ ତାଙ୍କ ମୂଳ ସ୍ଥାନରୁ ହଟେଇବା ଯୋଗୁ ତାଙ୍କ କୋପ ଲାଗି ଏ ବିନାଶ ଲୀଳା ସଂଘଟିତ ହେଲା। ଏବେ ନଦୀର 611 meter ଉପରେ ଠିକ୍ ସେହି ସ୍ଥାନରେ ମନ୍ଦିର ପୁନର୍ନିମିତ ହେଇ ମା ଅବସ୍ଥାନ କରୁଛନ୍ତି।

ପାର୍କିଂ ସ୍ଥାନରୁ କିଛି ପାହାଚ ତଳକୁ ଓହ୍ଲାଇବା ପରେ ମା ଙ୍କ ମନ୍ଦିର ପଡ଼େ। ପ୍ରାୟ 1 କିଲୋମିଟର cement ରାସ୍ତାରେ ତଳକୁ ଆସିବାକୁ ପଡ଼େ। ସେଠି ବି ଘୋଡ଼ା ମିଳୁଥିଲା ଯିବା ଆସିବା ପାଇଁ।

ମା ଙ୍କ ଦେହର ଉପର ଭାଗ ଏଠି ପୂଜା ପାଉଥିବା ବେଳେ, ତଳ ଭାଗ କାଳୀ ରୂପରେ କାଳୀମଠ ଠି ପୂଜା ପାଆନ୍ତି। ମା ଙ୍କ ମୂର୍ତ୍ତି ଦିନର ଅଲଗା ଅଲଗା ସମୟରେ ଅଲଗା ରୂପ ଧାରଣ କରେ। ସକାଳୁ ଛୋଟ ଝିଅ ଭଳି, ମଧ୍ୟାହ୍ନରେ ସ୍ତ୍ରୀ ଲୋକଟି ଭଳି, ଆଉ ରାତିରେ ବୁଢ଼ୀ ଲୋକ ଭଳି ଦୃଶ୍ୟମାନ ହୁଅନ୍ତି ମା। ସମୟ ସହ ତାଙ୍କ ବୟସ ବଢ଼େ ବୋଲି ବିଶ୍ବାସ ରହିଛି।

ଆମେ ଦର୍ଶନ କଲା ବେଳକୁ ପ୍ରାୟ 2 ଟା । ତେଣୁ ସେତେବେଳେ ତାଙ୍କର ଯୁବତୀ ସ୍ତ୍ରୀ ଲୋକର ସମୟ। ଆମେ ବି ଦେଖିଲୁ ପୂର୍ଣ୍ଣ ଯୌବନା ସ୍ତ୍ରୀ ଲୋକ ଜଣେ ରୂପରେ ମା ଙ୍କୁ। ଦର୍ଶନ ସାରି ବାହାରକୁ ଆସିଲା ବେଳକୁ ପ୍ରଚଣ୍ଡ ଖରା ସାଙ୍ଗକୁ ପ୍ରବଳ ଭୋକ। ସେଇଠୁ ତଳକୁ ଖସି ଅଳକାନନ୍ଦା ନଦୀ ପାଖକୁ ଯାଉଥାନ୍ତି ଲୋକେ। ସେ ଜାଗାରୁ ଉପରକୁ କେମିତି ଚଢିବୁ ଭାବି ଆମ ମୁଣ୍ଡ ଘୁରି ଯାଉଥାଏ, ଆଉ ଆମେ ପାଣି ପାଖକୁ ଯିବୁ କଣ!

ଧିରେ ଧିରେ ଉପରକୁ ଚାଲିବା ଆରମ୍ଭ କଲା ବେଳକୁ ରାସ୍ତା କଡ଼ରେ ଥିବା ପୂଜା ଦୋକାନ ଭିତରୁ ଗୋଟିଏ ରେ ବେଞ୍ଚ୍ ଉପରେ କିଛି ଲୋକ ଭାତ ଖାଉ ଥିବାର ଦେଖିଲୂ। କଣ ମିଳେ ସେଠି ବୋଲି ପଚାରିଲୁ ତ dal chawal half plate 50/- ବୋଲି କହିଲା ଦୋକାନୀ। ଯାହା ମିଳୁଚି, ଖାଇ ଦବା ବୋଲି 3 plate ମଗେଇଲୁ ଆମେ । ଭାତ ସହିତ rajma, salad ଆଉ ପୁଦିନା ଚଟଣି ରଖି ଦୋକାନୀ ଟି ବାଢ଼ି ଦେଲା ଆମକୁ। ସେ ଚାଉଳ ଟିକେ ଅଲଗା ପ୍ରକାରର ଥିଲା। ଅପେକ୍ଷାକୃତ ଛୋଟ ଆଉ ଟାଣ ଥିଲା। କିନ୍ତୁ rajma taste ଏତେ ଭଲ ଲାଗିଲା ଯେ, ପେଟ ସାଙ୍ଗକୁ ଆତ୍ମା ତୃପ୍ତ ହେଇଗଲା ଆମର। ଭୋକ ଜୋର୍ ବୋଲି ଏତେ ସ୍ୱାଦ ଲାଗିଲା ହୁଏତ। କି ଖାଇ ନଥିଲେ ଉପରକୁ ଉଠି ପାରି ନଥାନ୍ତୁ ବୋଲି ମା ଦୟାକରି ସୁଖାଦ୍ୟ ବ୍ୟବସ୍ଥା କଲେ କେଜାଣି!

ଦୋକାନୀକୁ ସୁଆଦିଆ ଖାଇବା ପାଇଁ ଧନ୍ୟବାଦ ଦେଲୁ ତ କୃତ୍ୟ କୃତ୍ୟ ହେଇଗଲେ ସେ। ମା ତାଙ୍କୁ ତୀର୍ଥଯାତ୍ରୀଙ୍କ ସେବା କରିବାକୁ ସୁଯୋଗ ଦେଇଛନ୍ତି କହି ହାତ ଯୋଡ଼ିଲେ। ଆମେ ବି ହାତ ଯୋଡ଼ି ବିଦାୟ ନେଇ ଉପରକୁ ଆସିଲୁ।

ଆମ ସହ ଥିବା ଅନ୍ୟ ସମସ୍ତେ lunch ପାଇଁ ଆଗରେ ଗୋଟେ hotel ଦେଖି ରଖିଲେ । ଆମେ ସେଠି ଥିବା view point କୁ ଯାଇ ଅଳକାନନ୍ଦାର ସୁନ୍ଦର ବାଙ୍କ ସବୁକୁ ଦେଖୁଚୁ, ହଠାତ୍ ପାଗ ବଦଳିଗଲା। ଅକାଶରେ କଳା ହାଣ୍ଡିଆ ମେଘ ଘୋଟି ଯାଇ ବର୍ଷା ଆରମ୍ଭ ହେଇଗଲା। ଡ୍ରାଇଭର୍ ମତେ କହିଲା: ମା ଏଯାଏଁ ଆମର ପରୀକ୍ଷା ନଉଥିଲେ। ତାଙ୍କ ଦର୍ଶନ ମାତ୍ରେ ହିଁ ବର୍ଷା କରି ଆମ କଷ୍ଟ ନିବାରଣ କଲେ। ଏ ପ୍ରତ୍ୟକ୍ଷତା ତ ଚମତ୍କୃତ କଲା ଆମକୁ!
ତା ପରଠୁ ହିଁ ଥଣ୍ଡା ବଢ଼ି ବଢ଼ି ଚାଲିଲା।

ଆଗକୁ ଆସିଲା Rudraprayag. ସେଠି ହେଲା କେଦାରନାଥ ଠୁ ଆସୁଥିବା ମନ୍ଦାକିନୀ ଓ ବଦ୍ରୀନାଥ ଠୁ ଆସୁଥିବା ଅଳକାନନ୍ଦା ର ସଙ୍ଗମସ୍ଥଳ। ସୁନ୍ଦର view point ତିଆରି ହେଇଥାଏ । ଏଠି ମଧ୍ଯ ଦୁଇ ନଦୀର ଭିନ୍ନ ରଙ୍ଗର ପାଣି ମିଶୁ ଥିବାର ମନୋରମ ଦୃଶ୍ୟ ଦେଖିବାକୁ ପାଇଲୁ। ଏଇଠୁ ଆମକୁ କେଦାରନାଥ ଦିଗରେ ମୋଡ଼ିବାର ଥିଲା।

ଏବେ ଆମର ସିଧା phata ଯାଇ hotel ରେ ଓହ୍ଲେଇବାର ଥିଲା। ମାତ୍ର ଆଗକୁ ଆଗକୁ ପାହାଡ଼ି ରାସ୍ତା ଘାଟି ପୂର୍ଣ୍ଣ ହେଇ ଥିବାରୁ ସ୍ପିଡ କମି କମି ଯାଉଥିଲା। ତା ସହ ଉପର ଆଡ଼କୁ ବରଫ ଆଚ୍ଛାଦିତ ହିମାଳୟର ଶିଖର ଦୃଶ୍ୟ ହବାକୁ ଲାଗିଲା। ଉପତ୍ୟକା ସବୁର ଦୃଶ୍ୟ ଯେତିକି ସୁନ୍ଦର, ସେତିକି ଭିତ୍ତିପ୍ରଦ ଥିଲା। ତା ସାଙ୍ଗକୁ ଅଣଓସାରିଆ ରାସ୍ତାରେ ଗାଡ଼ି ମାନ ଟ୍ରାଫିକ୍ ଜାମ୍ ରେ ଫସିବାକୁ ଲାଗିଲା।

ଗୁଡ଼ାଏ ଜାଗାରେ ଅଟକି ଅଟକି ଗାଡ଼ି ଯାଇ phata ରେ ପହଞ୍ଚିଲା ବେଳକୁ ରାତି 7 ହେଲାଣି। Hotel ଯାଏଁ ତ ଗାଡ଼ି ପହଞ୍ଚିବା ଯାଏଁ ଧର୍ଯ୍ୟ ରହିଲାନି। ଖଣ୍ଡେ ଦୂରରୁ ଆମେ ଛୋଟ ହାତ ବ୍ୟାଗ୍ ମାନ ଧରି ଚାଲି ଚାଲି ପଳେଇ ଗଲୁ hotel କୁ । ସେଇ 200 meter ରାସ୍ତାକୁ ଅଧା ଘଣ୍ଟା ଲାଗିଗଲା ଆମ ଗାଡ଼ିକୁ।

ଆମ ପରିବାର ପାଇଁ double bed room ବ୍ୟବସ୍ଥା ଥିଲା । ମାତ୍ର ସେଇ ରୁମ୍ ରେ ଗୋଟିଏ ଧାଡ଼ିରେ ଦୁଇଟି ରୁମ୍ ଓ ଦୁଇଟା ଯାକ ରୁମ୍ ରେ double bed ପଡ଼ିଥିଲା । ତେଣୁ ଗୋଟେ ରୁମ୍ ର bed ରେ ଜିନିଷ ରଖି ଅନ୍ୟଟିରେ ଶୋଇବାକୁ ସ୍ଥିର କଲୁ ଆମେ। ସେଠି temperature 12/13 degree. ପ୍ରବଳ ଥଣ୍ଡାରେ ହାଡ଼ ଥରି ଯାଉ ଥାଏ। କାଲି ଆମକୁ ରାତି ଦୁଇଟାରୁ ବାହାରି କେଦାରନାଥ ଅଭିମୁଖେ ଯାତ୍ରା କରିବାର ଥିଲା। ତେଣୁ ଉପରକୁ ବ୍ୟାଗ୍ ରେ ଯେତିକି ଜିନିଷ ନବୁ, ସେସବୁ ପ୍ୟାକ୍ କରିବା ଆରମ୍ଭ କରିଦେଲୁ। ବଡ଼ ବ୍ୟାଗ୍ ସବୁ ଏଠି ଛାଡ଼ି ଯିବାର ଥିଲା। ପ୍ୟାକ୍ କରୁ କରୁ dinner ready ବୋଲି ଡାକିଲେ hotel ବାଲା ।

ଉପର floor ରେ dining hall. ସେଠି ପହଞ୍ଚି ଦେଖିଲୁ ସୁନ୍ଦର ଖାଇବା ବ୍ୟବସ୍ଥା। ରୁଟି, ଭାତ, ଡାଲି ସାଙ୍ଗକୁ ଦୁଇ ପ୍ରକାର ତରକାରୀ ଓ ସାଲାଡ଼, ଆଚାର। ହାଲିଆରେ ଆଉ ବେଶୀ ଖାଇବାକୁ ଆଗ୍ରହ ନଥିଲା। ଅଳ୍ପ କିଛି ଖାଇ ଦେଇ ଟିକେ ସେ ଛୋଟ ମାର୍କେଟ୍ ରେ ରାଉଣ୍ଡ ଗୋଟେ ମାରିବାକୁ ଗଲୁ। ହେଲେ jacket ପିନ୍ଧିଥିଲେ ବି ଏତେ ଥଣ୍ଡା ଯେ ପାଦ ଏଠି ସେଠି ପଡ଼ୁ ଥାଏ। ଏଠି ଏମିତି ତ ଉପରେ କେଦାରନାଥ ରେ minus temperature ରେ କେମିତି ଲାଗିବ ଭାବୁଥିଲୁ। ପ୍ରାୟ 20/25 ଟା ଦୋକାନ ଥିଲା ସେ ଛୋଟ ଜାଗାଟିରେ। ଶେଷ ମୁଣ୍ଡ ଯାଏଁ ଯାଇ ଫେରି ଆସିଲୁ ରୁମ୍ କୁ। ଶୀଘ୍ର ଶୋଇଲେ ପୁଣି ରାତି 2 am ରୁ ଯିବାର ଥିଲା। 1 am ପାଇଁ alarm ଦେଇ ସେ ମୋଟା କମ୍ବଳ ଭିତରେ ପଶି ଶୋଇବାକୁ ଚେଷ୍ଟା କରୁ କରୁ କେତେବେଳେ ନିଦ ହେଇଗଲା ଜାଣି ହେଲାନି… .... କ୍ରମଶଃ

©Lipsa Panda

### ଭ୍ରମଣ କାହାଣୀ-ଉତ୍ତରାଖଣ୍ଡ- Do Dham- Day 3- Dehradun, Massouri ###

ପୂର୍ବ ଲେଖାରେ ଲେଖିଥିଲି ନୀଳକଣ୍ଠ ମନ୍ଦିର, ରିଷିକେଶର local sightseeing ତଥା ତ୍ରିବେଣୀ ଘାଟରେ ଗଙ୍ଗା ଆରତୀ ଦର୍ଶନ ବିଷୟରେ।

ଆଜି ସକାଳୁ ଉଠି Dehradun, Mussoorie ଯିବାର ଥିଲା ଆମର ହରିଦ୍ଵାରରୁ daily bus service ଯୋଗେ।
9 ଟା ସୁଦ୍ଧା ready ହବାର ଅଛି ଭାବି ଧୀରେ ସୁସ୍ଥେ ନିତ୍ୟକର୍ମ ସାରିଲା ବେଳକୁ, 8 ଟା ବେଳକୁ hotel ବାଲା ଆସି ଡାକିଲା agent ଡାକିବାକୁ ଆସି ଗଲାଣି ବୋଲି । ଆଜି ଜଳଖିଆ ସୁଦ୍ଧା ଖାଇ ନଥିଲୁ। ତଥାପି ତା ସହ ବସ୍ ଯାଏଁ ଯିବା ବେଳେ ରାସ୍ତାରେ କିଛି କେକ୍ କିଣିନେଲୁ ଗାଡ଼ିରେ ବସି ଖାଇବା ପାଇଁ।

ବସ୍ ଟା ଏମିତି ଜାଗାରେ ଠିଆ ହେଇଗଲା ଯେ, ସେ ପାଖାପାଖି କିଛି ଚା ଦୋକାନ ସୁଦ୍ଧା ନଥିଲା। ତେବେ 8.30 ସୁଦ୍ଧା ସେଇ stop ରୁ ଉଠିବାକୁ ଥିବା ଲୋକେ ଆସି ଯିବାରୁ ଆମ ବସ୍ ଛାଡ଼ିଲା। ରାସ୍ତାରେ ଆଉ ଗୋଟେ ଦୁଇଟା ଜାଗାରୁ ବାକି ଲୋକ ଚଢ଼ିଲେ।

ଆମର ସେଦିନର ଲିଷ୍ଟ୍ ରେ Dehradun ର ଗୋଟେ fun park, ଗୋଟେ ମନ୍ଦିର ସାଙ୍ଗକୁ Mussoorie lake ଆଉ kempty falls ଥିଲା । ଗାଡ଼ି ସେ fun park ସାମ୍ନାରେ ରଖି ଗାଇଡ୍ park ର ticket price 650/-, କିନ୍ତୁ ଆମ ମାନଙ୍କ ପାଇଁ 250/- ରେ ମିଳିବ ବୋଲି କହିଲା। ତା ସହ ଏଠିକି ଯିବାକୁ ଇଚ୍ଛା ନ କଲେ alternate place ହିସାବରେ ସହସ୍ର ଧାରା ଯାଇହେବ ବୋଲି option ତ ଦେଲା, ହେଲେ ତା ପାଇଁ 100/- extra ଦବାକୁ ପଡ଼ିବ ମୁଣ୍ଡପିଛା ବୋଲି କହିଲା । ତେବେ fun park ସମସ୍ତେ ତ ନିଜ ନିଜ ସହରରେ ଯାଆନ୍ତି, ଏଠି ତା ପଛରେ time waste କରିବା for ରେ ନଥିଲେ କେହି। ତେଣୁ 100 extra ହଉ ପଛେ, ସମସ୍ତେ sahastradhara ଯିବାକୁ ଇଚ୍ଛା କଲେ। ଅବଶ୍ଯ sahastradhara Mussoorie ଯିବା ରାସ୍ତାରେ ହିଁ ପଡୁଚି ବୋଲି ପଛରେ ଜାଣିବା ପରେ, ଏଇଟା ଏମାନଙ୍କର extra 100/- ନବାର ଗୋଟେ ଚାଲ୍ ବୋଲି ବୁଝି ପାରିଲୁ ଆମେ ସମସ୍ତେ।

Sahastradhara ସେଇ ଜାଗା ଯୋଉଠି ଦ୍ରୋଣାଚାର୍ଯ୍ୟ ତପସ୍ୟା କରିଥିଲେ ଗୋଟିଏ ଗୁମ୍ଫାରେ ଏବଂ ନିଜ ଶର ମାଧ୍ୟମରେ Baldi ନଦୀର ପାଣିର ଧାରାକୁ ସହସ୍ର ଭାଗରେ ବିଭକ୍ତ କରିଥିଲେ ତା ପ୍ରଖର ସ୍ରୋତକୁ କମ୍ କରିବାକୁ ।
ପାଖରେ Tapkeswar ମହାଦେବ ମନ୍ଦିର। ଗୁମ୍ଫା ଭିତରେ ଥିବା ଶିବ ଲିଙ୍ଗ ଉପରେ ଝରଣା ପାଣି ଟୋପା ଟୋପା ହେଇ ପଡ଼ୁ ଥିବାରୁ ଏଭଳି ନାମକରଣ ବୋଲି ବିଶ୍ବାସ କରାଯାଏ।

ସେଠି guide ଆମକୁ 40 ମିନିଟ୍ ରହିବାକୁ କହି ଚାଲିଗଲା। ଆଗେ ଆମେ ଶିବ ମନ୍ଦିରକୁ ଦର୍ଶନ ପାଇଁ ଗଲୁ। 20/25 ପାହାଚ ଚଢି଼ ଉପରକୁ ଗଲେ ଛୋଟିଆ ଗୋଟେ ଗୁମ୍ଫା ଭିତରେ ମହାଦେବ। ଗୁମ୍ଫା ଛାତରୁ ଅନବରତ ଟୋପା ଟୋପା ପାଣି ପଡ଼ି ଅଭିଷେକ କରୁଛି ବାବାଙ୍କୁ। ଖରା ବର୍ଷା ଶୀତ, ସବୁ ସମୟରେ ଠିକ୍ ସେତିକି ପାଣି ପଡ଼ିବା ହିଁ ସେ ସ୍ଥାନର ବିସ୍ମୟ ତଥା ବିଶେଷତ୍ଵ।
ତଳେ ଥିବା ଅନ୍ୟ ଶିବ ଲିଙ୍ଗ ଉପରେ ମନ୍ଦିର ବାହାରେ ଥିବା ଝରଣାରୁ ପାଣି ଆଣି ଅଭିଷେକ କରିବାକୁ ଢାଳ ମାନ ରଖା ଯାଇଥିଲା। ଆମେ ସବୁ ଧାଡ଼ିରେ ଯାଇ ପାଣି ଢାଳିଲୁ।

ପରେ ଉପରେ ଥିବା ଦ୍ରୋଣ ଗୁମ୍ଫା ତଥା ନଦୀ ଆଡ଼କୁ ଗଲୁ।
ଦ୍ରୋଣଙ୍କ ମୂର୍ତ୍ତୀ ରାସ୍ତା ଆରମ୍ଭରେ ଦଣ୍ଡାୟମାନ।
ଉପରକୁ କିଛି ପାହାଚ ଅତିକ୍ରମ କରି ଗୁମ୍ଫା ଭିତରକୁ ଯିବାକୁ ଗୋଟେ ରାସ୍ତା ଓ ବାହାରିବାକୁ ଅନ୍ୟ ପଟେ ରାସ୍ତା ଥିଲା। କିନ୍ତୁ ଝରଣା ପାଣି ଆସି ସେ ପ୍ରବେଶ ଆଉ ପ୍ରସ୍ଥାନ ଦ୍ଵାର ଉପରେ ପଡ଼ୁ ଥିବାରୁ ତଥା ରାସ୍ତା ଶିଉଳୀରେ ପୂର୍ଣ୍ଣ ଥିବାରୁ, ଓଦା ହେଇଯିବା ଓ ପଡ଼ିବା ଡରରେ ପ୍ରାୟ ଲୋକ ଯାଉ ନଥାନ୍ତି।

ମୁଁ ଓଦା ହେଲେ ହେବି ପଛେ ଗୁମ୍ଫା ଭିତରଟା ଦେଖିବାକୁ ଇଚ୍ଛା କରି ପାଦ ଚିପି ଚିପି ଖୁବ୍ ସତର୍କତାର ସହ ଭିତରକୁ ଗଲି। ଭିତରେ ଗୋଟେ ଗୋଟେ ଜାଗାରେ ପ୍ରାୟ ଆଣ୍ଠୁଏ ପାଣି। ମୋ ଆଗରେ ଯାଉଥିବା ଲୋକଟିକୁ ଦେଖି, ଠିକ୍ ସେଇ ଜାଗା ମାନଙ୍କରେ ପାଦ ରଖି ରଖି ଅନ୍ୟ ପାଖରେ ବାହାରି ଆସିଲା ବେଳକୁ ଉପରୁ ପଡୁଥିବା ପାଣିରେ almost ଓଦା ହେଇ ସାରିଥିଲି। କିନ୍ତୁ ବାହାରେ ଭୀଷଣ ଗରମ ସତ୍ତ୍ୱେ ସେ ଗୁମ୍ଫା ଭିତରଟା ଅସମ୍ଭବ ଭାବେ ଥଣ୍ଡା ସାଙ୍ଗକୁ ସେ ସଫା ଝରଣା ପାଣିରେ ଚାଲିବାର ଅନୁଭୂତି ଏତେ ରୋମାଞ୍ଚକର ଥିଲା ଯେ, ମୋ ସ୍ୱାମୀ ଆଉ ଝିଅ ସେଠିକି ନ ଯାଇ ବଡ଼ ଜିନିଷ ଗୋଟେ miss କଲେ ବୋଲି ଲାଗିଲା ମତେ!

ଉପରେ ଆଉ ଗୋଟେ ଗୁମ୍ଫା ଭିତରେ ପାଣି ମଝିରେ ବସିବାକୁ ଗୋଟେ ପଥର ଥିଲା। Stalagmites formation ଥିଲା ସେଠି । ଲୋକେ ଏପଟକୁ ନ ଆସି ନଦୀରେ ଗାଧୋଇବାକୁ ଚାଲି ଯାଉଥିଲେ ତଳକୁ । ମୁଁ କିନ୍ତୁ ସେଇ ପଥର ଉପରେ ଯାଇ 10 ମିନିଟ୍ ବସି ଅପୂର୍ବ ଶାନ୍ତି ଅନୁଭବ କଲି।

ଏବେ ତଳକୁ ଓହ୍ଲାଇ ନଦୀ ପାଣିରେ ପଶିଲୁ ଆମେ ତିନିହେଁ। ସେ ପାଣିରେ ଗୁମ୍ଫାରୁ ଝରି ଆସୁଥିବା ପାଣିର sulphur ମିଶି ନଦୀ ପାଣିକୁ ଔଷଧୀୟ କରୁ ଥିବାରୁ ଲୋକେ ଚର୍ମ ରୋଗ ଭଲ କରିବାକୁ ସେଇଠି ଗାଧାନ୍ତି। ତେଣୁ ପାଖ ଦୋକାନ ମାନଙ୍କରେ changing room ସୁବିଧା ସହ rent ରେ ଡ୍ରେସ୍ ମିଳୁଥିଲା। Male dress 30/-, female dress 50/-.  ଆମର ଗାଧୋଇବାର ନ ଥିବାରୁ ଆମେ ଖାଲି ପାଣିରେ ଗୋଡ଼ ବୁଡ଼େଇ କିଛି ସମୟ ଠିଆ ହେଲୁ। ଥାକ ଥାକ ହେଇ ବୋହି ଆସୁଥିବା ନଦୀ ପାଣିରେ ଲୋକ ମାନଙ୍କୁ ଧୁମ୍ ପହଁରି ମଜା ନଉ ଥିବାର ଦେଖି ଖୁସି ହେଲୁ।

ସମୟ ହେଇ ଯିବାରୁ ସେଇଠୁ ଫେରିବା ରାସ୍ତାରେ ଗୋଟେ ଜାଗାରେ chole, kulche ମିଳୁଚି ଦେଖି ଖାଇ ଦବୁ ବୋଲି order କରି ବସିଚୁ, guide ର ଫୋନ୍ ଆସିଲା । ବାକି ସମସ୍ତେ ଆସି ଗଲେଣି ଜାଣି ଆମେ ସେ ଖାଇବା parcel କରି ନେଇ ଗଲୁ ଗାଡ଼ିରେ ଖାଇବାକୁ। ପ୍ଲେଟ 40/-, କିନ୍ତୁ ରିଷିକେଶ ରେ ଗଲା କାଲିର ଖାଇବା ଠାରୁ ବେଶୀ tasty ଥିଲା ଏଠି।

ଗାଡ଼ିରେ ବସି ସେତିକି ଖାଇ ସାରିଛୁ କି ନାଇଁ, ବସ୍ ରଖିଲା next stop ଠି। Prakasheshwar Mahadev ମନ୍ଦିର। Dehradun ରୁ mussoorie ଯିବା ରାସ୍ତାରେ ମନ୍ଦିରଟି। ଖୁବ୍ ସୁନ୍ଦର ମନ୍ଦିର। ମୁଖ୍ୟ ଶିବଲିଙ୍ଗ ସହ ଏକ ସ୍ଫଟିକ ଶିବଲିଙ୍ଗ ପୂଜା ପାଉଛନ୍ତି ସେଠି। ସେଠିକାର ବିଶେଷତ୍ଵ ହେଲା ଦାନ ଦକ୍ଷୀଣା ଦେବା strictly prohibited! ଏଭଳି ମନ୍ଦିର ବୋଧେ ଭାରତରେ ବିରଳ! ଆଉ ଏକ ବିଶେଷତ୍ୱ ହେଲା ଏଠି ପ୍ରସାଦ ଭାବେ ଚା ମିଳେ। ଦର୍ଶନ ସାରି, ସ୍ପଟିକ ଲିଙ୍ଗଙ୍କୁ ଜଳାଭିଷେକ କରି ପ୍ରାସାଦରେ ମିଳୁଥିବା ଚା ପିଇଲୁ। ସ୍ୱାଦ ସେଇ ହରିଦ୍ଵାର ଭଳି disappointing 

ମନ୍ଦିର ବାହାରେ ଥିବା Bakery ରୁ pizza, hot dog, sandwich pack କରି ନେଇ ଆସିଲୁ ।

Next stop ଥିଲା Mussoorie lake. Dehradun ଠୁ Mussoorie ରାସ୍ତା ସମ୍ପୂର୍ଣ୍ଣ ଘାଟି ରାସ୍ତା ଥିଲା। ରାସ୍ତାର ଦୁଇ ପାର୍ଶ୍ବରେ Cafe ମାନ। ନାଁ ସବୁ fascinating!

ସେ ରାସ୍ତାରେ ଗଲାବେଳେ ପିଲାଦିନେ ସାହିତ୍ୟ ବହିରେ ପଢ଼ିଥିବା “ହିମାଳୟର ହିମଛାୟା ତଳେ ମସୁରୀ” ର କିଛି କିଛି ଧାଡ଼ି ମନେ ପଡ଼ି ଯାଉଥିଲା। ଆମେ ଦୁଇଜଣ ଝିଅକୁ ସେସବୁ ବର୍ଣ୍ଣନା କରୁଥିଲୁ। କଣ ପଢ଼ିଥିଲୁ, ଆଉ ଏବେ ଯାହା ଦେଖୁଚୁ, କେତେ ସମାନତା ଅଛି, କେତେ ବଦଳିଚି, compare କରୁଥିଲୁ। ଆମେ ଯେ ସେଇ ବହିରେ ପଢ଼ିଥିବା ଜାଗାକୁ ଦିନେ ଆସିବୁ, ସେକଥା ସେତେବେଳେ କେବେ ବି ଭାବି ନଥିଲୁ ନିଶ୍ଚୟ!

ଅଙ୍କାବଙ୍କା ରାସ୍ତା ଦେଇ ଆମ ବସ୍ ହିମାଳୟ ଉପରକୁ ଚଢି଼ ଚାଲିଥିଲା ବେଳେ ତଳେ ଥିବା Dehradun ସହରର ତଥା ସାପ ଭଳି ଦିଶୁଥିବା ରାସ୍ତାର ଦୃଶ୍ୟ ଖୁବ୍ ମନୋରମ ଦିଶୁଥିଲା। ଆମ ନବୀନ ପଟ୍ଟନାୟକ ସାର୍ ପଢ଼ିଥିବା Doon ସ୍କୁଲ୍ କୁ ଦେଖେଇ ଦେଲା ଗାଇଡ୍। 
ଆମ ମୁଖ୍ୟମନ୍ତ୍ରୀ ଏଭଳି premium ଜାଗାରୁ ପାଠ ପଢ଼ିଛନ୍ତି ବୋଲି ଆମେ ଆମ ସାହାଯାତ୍ରୀଙ୍କୁ ଜଣେଇ ଦେଲୁ ଟିକେ 

Mussoorie ପ୍ରାୟ 6500 feet ଉପରେ ଅବସ୍ଥିତ ଏକ hill station. ତଳେ Dehradun ରେ 40 degree, କିନ୍ତୁ ଉପରେ 25/26 degree ଥିଲା । ହେଲେ ବି ଖରା କାଟୁଥିଲା ଜୋର୍।

Mussoorie Lake ଟି ଗୋଟିଏ ଛୋଟିଆ କୃତ୍ରିମ ହ୍ରଦ। ବସ୍ ରହିବା ସ୍ଥାନରୁ ଟିକେଟ୍(20/-) କରି କିଛି ପାହାଚ ତଳକୁ ଓହ୍ଲାଇ lake ପାଖରେ ପହଞ୍ଚି ବାକୁ ହୁଏ। ସେଠି କିଛିଟା ଖାଇବା ପିଇବା ଦୋକାନ, boating ଆଉ କେତେଟା rides ଯେମିତିକି Para gliding, skiing ଇତ୍ୟାଦିର ସୁବିଧା ଥାଏ । ଆମେ summer ରେ ଯାଇ ଥିବାରୁ skiing ପାଇଁ ବରଫ ନଥିଲା । ଆଉ ଆମେ para gliding ପାଇଁ interested ନଥିଲୁ । ତେଣୁ boating ପାଇଁ ticket(50/-) କରି ସେ ଛୋଟ lake ରେ 7/ 8 rounds ବୁଲିଲୁ। Boating ତ ସବୁଠି କରି ହେବ। କିନ୍ତୁ ଚାରି ପାଖରେ ହିମାଳୟର ଯୋଉ ସୁନ୍ଦର landscape ଦେଖିଲୁ ସେଠି, ସେତିକି ହିଁ ଯଥେଷ୍ଟ ଥିଲା ପଇସା ଉଠିଯିବା ପାଇଁ।

ତା ପରେ ସାଙ୍ଗରେ pack କରି ଆଣିଥିବା ଜିନିଷ ସବୁ ପାର୍କର ଗୋଟେ ବେଞ୍ଚ୍ ରେ ବସି ଖାଇବା ବେଳେ ଦେଖିଲୁ ସେଠି Gadhwali dress rent ରେ ମିଳୁଚି ପିନ୍ଧି ଫଟୋ ଉଠେଇବା ପାଇଁ।
ମୋ ଝିଅ ଆଉ ମୁଁ ସେ ଡ୍ରେସ୍ ପିନ୍ଧି କିଛି ଫୋଟୋ ଉଠେଇଲୁ, ଗୋଟେ ଫଟୋ କୁ 100, ଦୁଇଟା ଫଟୋ କୁ 200/- ( ଯେତେ ଜଣ member ଥିଲେ ବି ସେଇ 100/-) . ମାନେ ଏଠି ଡ୍ରେସ୍ ପିଛା ଟଙ୍କା ନ ନେଇ ଫଟୋ ପିଛା ନଉଥିଲେ।

ଫଟୋ ଉଠେଇ print କରିବା ଭିତରେ ସେଠି ଥିବା restaurant ରେ ଚା ପିଇଲୁ। 20/-, କିନ୍ତୁ ସେଇ କଦର୍ଯ୍ୟ taste ର ଚା! 
ଫଟୋ ନେଇ ଉପରକୁ ଚଢିବା ବେଳକୁ ଅବସ୍ଥା ଢିଲା ହେଇଗଲା!  Higher altitude ରେ ପାହାଡ଼ ଚଢିବା କେତେ କଷ୍ଟକର ବୁଝି ହଉଥିଲା।

ୟା ପରେ ଆମ ଶେଷ stop ଥିଲା kempty falls. 5 ଟା ସୁଦ୍ଧା ସେଠି ପହଞ୍ଚି ଗଲୁ। 7 ଟା ଯାଏଁ ରହିବାକୁ ମିଳିବ ବୋଲି ଗାଇଡ଼ କହିଦେଲା। ଝରଣାର ତଳ ଆଡ଼କୁ ନ ଯାଇ ଉପରକୁ ଗଲେ ଭଲ view point ସବୁ ମିଳିବ ବୋଲି କହିଲା। ବସ୍ ରହିବା ଜାଗାରୁ ପ୍ରାୟ ଅଧା କିଲୋମିଟର ଚାଲି ଚାଲି ଝରଣା ପାଖରେ ପହଞ୍ଚି ଦେଖିଲୁ ଖୁବ୍ ଉଚ୍ଚରୁ ତଳକୁ ଖସୁଚି ପାଣି। ଆମକୁ ଉପର ଆଡ଼କୁ ଯିବାକୁ ଥିଲା। ଝରଣାର ଗୋଟେ ପାଖରେ ତିଆରି ହେଇଥିବା ପାହାଚ ଦେଇ ଉପରକୁ ଯିବା ବେଳେ side ରେ ଗୁଡ଼ାଏ ଦୋକାନ ଥିଲା। ସବୁଠି ଡ୍ରେସ୍ rent ରେ ମିଳୁଥିଲା ଗାଧୋଇବାକୁ। Changing room rate 30/40 ବୋଲି ଲେଖାଥାଏ। ହେଲେ ସେ ପାଣି ପୁରା ବରଫ ଭଳି ଥଣ୍ଡା। ଆମେ ସିନା ଗାଧୋଇଲୁନି, ଗୁଡ଼ାଏ young ପିଲା ଗାଧୋଉଥିବା ଦେଖିଲୁ। Pool ଭଳି ଠାଏ ଠାଏ ଜାଗା ତିଆରି ହେଇଥିଲା। ସେଠି tube ସବୁ ଯୋଗେଇ ଦଉ ଥିଲେ ଦୋକାନୀ ମାନେ ପହଁରିବାକୁ। ତା ସହ maggie, sweet corn, ଚା, କଫି ଇତ୍ୟାଦି ମିଳୁଥିଲା। ଏଠି ବି Gadhwali dress rent ରେ ମିଳୁଥିଲା।

ଆମେ ଗୁଡ଼ାଏ ବାଟ ଉପରକୁ ଯିବା ପରେ ଗୋଟେ ଉଚ୍ଚରୁ ପଡୁଥିବା ପାଣି ସାମ୍ନାରେ ଥିବା ପଥରରେ ବେଶ୍ କିଛି ସମୟ ବସିଲୁ। ସ୍ଵଚ୍ଛ, ହେମାଳ ପାଣିରେ ଗୋଡ଼ ବୁଡ଼େଇ ଖେଳିଲୁ ସେଠି।
ତା ପରେ ଆଉ କେତେବାଟ ଉପରକୁ ଅଛି ଜାଣିବାକୁ ଚଢି ଚଢି ଯାଇ ଦେଖିଲୁ ଗୋଟେ ଦୋକାନରେ last point ବୋଲି ଲେଖା ଅଛି। ସେଠି ପଚାରି ବୁଝିଲୁ ରାସ୍ତାଟି ଆଗରେ ପ୍ରାୟ 10 km ଉପରେ ଥିବା ଗୋଟେ ଗାଁ କୁ ଯାଇଚି।

ସେଇଠୁ ଝରଣା କୂଳେ କୂଳେ ତଳକୁ ଫେରି ଆସିଲୁ। ତଳେ ଗୋଟେ ଦୋକାନରେ ଚା order କଲୁ । Haridwar ଆସିଲା ଦିନୁ ଭଲ ଚା ଟିକେ ମିଳିନି ଶୁଣି ଲୋକଟି ଭଲ ଚା କରି ଦବ କହି କିଛି ମସଲା ପକେଇ ପ୍ୟାକେଟ୍ କ୍ଷୀର(mother diary) ସାଙ୍ଗକୁ Tata tea ରେ ଚା କଲା। ଚା ତ ଭାରି ଭଲ ଲାଗିଲା, ତେବେ ତା usual rate 20 ଜାଗାରେ 30/- ନେଲା ଆମଠୁ! ଯା ହଉ, ଭଲ ଚା ଟିକେ ମିଳିଲା ବୋଲି ଖୁସି ଲାଗିଲା ଟିକେ। ଝିଅ plain Maggie ଖାଇଲା 50/- ଦେଇ।

ଏବେ ବସ୍ ରେ ବସି ଫେରିବାକୁ ଲଗିଲୁ। ଅନ୍ଧାର ସାଙ୍ଗକୁ ଶୀତ ବଢ଼ି ବଢ଼ି ଚାଲିଥାଏ। ଆଗରେ ବସିଥିବା ପରିବାରଟି ନିଜ ସିଧା ଯାଏଁ ଝରକା ବନ୍ଦ କରି, ଗରମ୍ ଲାଗୁଚି କହି ଯେତିକି ଫାଙ୍କା ରଖିଲେ, ସେଥିରେ ପଛକୁ ଥଣ୍ଡା ପବନ ପିଟିଲା ଆମକୁ 
ତାଙ୍କୁ ଏକଥା କହିଲା ପରେ ବି ସେ ନ ଶୁଣିବା, ଜିଦ୍ କରି ସେତିକି ଝରକା ଖୋଲା ରଖିବା ଭାରି କଷ୍ଟ ଦେଲା। ଗ୍ରୁପ୍ tour ର ଏଇଟା ଗୋଟେ demerit. ସାଙ୍ଗରେ ଖରାପ ଲୋକ ପଡ଼ିଲେ ତ ହଇରାଣ ହବାକୁ ପଡ଼ିବ ସମସ୍ତଙ୍କୁ ।

ତେବେ ଫେରିବା ରାସ୍ତାରେ ହିମାଳୟର ଆଖି ଝଲସା ରୂପ ଦେଖିବାକୁ ମିଳିଲା evening lights on ହେଇଯିବା ପରେ । ପୁରା ଉପତ୍ୟକା ଚିକ୍ ମିକ୍ କରୁଥାଏ। ସାଧାରଣତଃ ହାଲିଆରେ ଫେରିବା ରାସ୍ତାରେ ନିଦ ହେଇଯାଏ। କିନ୍ତୁ ଏଭଳି ସୁନ୍ଦର ଦୃଶ୍ୟ ଦେଖି ଆଖି ପଲକ ବି ପଡ଼ିଲାନି ଆମର।

Haridwar ରେ ପହଞ୍ଚିଲା ବେଳକୁ ରାତି 11. କାଲି ସକାଳୁ ଆମର do dham group tour start ହବାର ଥିଲା । ଏଯାଏଁ ଆମେ ନିଜେ ନିଜେ individual tour କରୁଥିଲୁ।
ସକାଳ 6 ସୁଦ୍ଧା ଆମ team କୁ railway station ବାହାରେ ଭେଟ ହବାର ଅଛି ବୋଲି message ଆସି ସାରିଥିଲା tour operator ଠାରୁ। ତେଣୁ ରୁମ୍ କୁ ଫେରିବା ରାସ୍ତାରେ 2 ଟା meal parcel ନେଇ ଆସିଲୁ । ରୁମ୍ ରେ dinner ଖାଇ ଦେଇ ଜିନିଷ ସବୁ pack କରି ଶୋଇଲା ବେଳକୁ ରାତି ପ୍ରାୟ ଗୋଟାଏ ହେଲାଣି। 4 ଟା ରାତିରୁ ଉଠିବା ପାଇଁ alarm ଦେଇ ଶୋଇବାକୁ ଚେଷ୍ଟା କଲୁ। ହାଲିଆ ଥିଲେ ବି ଆସନ୍ତା କାଲିର ଯାତ୍ରା ବିଷୟରେ ଭାବି ଭାବି ଶୋଇବାକୁ ବେଶ୍ କିଛି ସମୟ ଲାଗିଗଲା…

   …. କ୍ରମଶଃ

©Lipsa Panda

### ଭ୍ରମଣ କାହାଣୀ-ଉତ୍ତରାଖଣ୍ଡ- Do Dham- Day 2- Nilkanth, Rishikesh ###

ପୂର୍ବ ଲେଖାରେ ଲେଖିଥିଲି ହରିଦ୍ଵାରରେ ମନସା ଦେବୀ ଓ ଚଣ୍ଡି ଦେବୀ ମନ୍ଦିର ତଥା Har Ki Pauri ରେ ଗଙ୍ଗା ଆରତୀ ଦର୍ଶନ ବିଷୟରେ।

ଆଜି ସକାଳୁ ଉଠି Dehradun, massouri ଯିବାର ଥିଲା daily bus service ଯୋଗେ। ଆମ hotel ବାଲାକୁ ତା ପାଇଁ ଜଣ ପିଛା 600/- ଲେଖାଏଁ ଦେଇ seat book କରି ଦବାକୁ କହିଥିଲୁ। ସକାଳ 8 ସୁଦ୍ଧା ready ହବାକୁ କହିଥିଲେ ସେମାନେ ଆମକୁ। ତେଣୁ ଆମେ 6 ସୁଦ୍ଧା ଉଠି ଆମ ନିତ୍ୟକର୍ମ ସାରି ଜଳଖିଆ ଖାଇ ଦେଇ ଆସିବୁ ବୋଲି ପାଖ ମାର୍କେଟ୍ କୁ ବାହାରି ଗଲୁ।

ଆମ hotel ରୁ main road କୁ ଆସିବା ରାସ୍ତାରେ ହିଁ Amritsari chole bhature ଠେଲା ଗୋଟିଏ ଦେଖି ସେଠି ଜଳଖିଆ କାମଟି ସାରି ଦେଲୁ। 50/- plate ରେ 2 ଟି bhature ଦଉ ଥିଲା। ଆଉ ସ୍ୱାଦ ଖୁବ୍ ଭଲ ଥିଲା।
କିନ୍ତୁ ସେଇ ପାଖରେ ଥିବା ଗୋଟେ ଚା ଦୋକାନରେ 15/- ଦେଇ ଯୋଉ ଚା ପିଇଲୁ, ବେକାର ଲାଗିଲା ପୁରା ।

ତା ପରେ ସେଇ ପାଖ ଆଖରେ ଥିବା ATM ରୁ ଟଙ୍କା କିଛି କାଢ଼ିବୁ ବୋଲି ଖୋଜି ଖୋଜି ଖଣ୍ଡେ ଦୂର ଚାଲିଗଲୁ ପଛେ, କୋଉ ବି ATM ରେ cash ନଥିଲା । Local ଙ୍କ କହିବା ଅନୁସାରେ weekend ଆଉ ଏତେ ଭିଡ଼ ଯୋଗୁ ସବୁ ATM ଖାଲି ହେଇ ଯାଇଚି । କୋଉ ବି ଦୋକାନୀ online payment accept ନ କରିବା ହିଁ ଏଭଳି ଅସୁବିଧାର ମୁଖ୍ୟ କାରଣ!

ତେବେ ସେଇ ATM ଖୋଜୁ ଖୋଜୁ Maya Devi ମନ୍ଦିର ଆଖିରେ ପଡ଼ିବାରୁ ତା ଭିତରକୁ ଯାଇ ମା ଙ୍କ ଦର୍ଶନ କରି ଦେଇ ଆସିଲୁ। ଏବେ hotel କୁ ଫେରି ଛୋଟ ବ୍ୟାଗ୍ ରେ ଗୋଟେ ଦିନ ପାଇଁ ଅଳ୍ପ କିଛି ଜିନିଷ ପ୍ୟାକ କରି ବସ୍ ର ଲୋକ କେତେବେଳେ ଡାକିବ ଅପେକ୍ଷା କରି ରହିଲୁ।

ପ୍ରାୟ 9.30am ବେଳକୁ hotel ବାଲା ଆସି କହିଲା ପାହାଡ଼ ଉପରେ କୌଣସି କାରଣରୁ ଜାମ୍ ଲାଗି ଆଜିର trip cancel ହେଇ ଯାଇଚି । ଆଜି Haridwar, Rishikesh local places ପାଇଁ ଥିବା ବସ୍ ରେ ଯାଇ ସେସବୁ ବୁଲି ଦବାକୁ ଆମକୁ suggest କଲା ସେ । କିନ୍ତୁ ସେଇ local places ଭିତରେ Rishikesh ର Nilkanth ମନ୍ଦିର ଆସୁ ନଥିଲା, ଯୋଉଠିକି ମୁଁ ଯିବାକୁ ଇଚ୍ଛା କରୁଥିଲି। ତେଣୁ କାଲି Dehradun ମସୁରୀ trip କରିବୁ ଭାବି ଆଜି ଦିନଟି ଆମେ scooty rent କରି ନିଜେ ନିଜେ ବୁଲିବାକୁ ସ୍ଥିର କଲୁ।

ଆମ hotel ବାଲା scooty arrange କରିବାକୁ ଚେଷ୍ଟା କଲେ ମଧ୍ୟ ସେତେବେଳକୁ ଗାଡ଼ି ସବୁ ପ୍ରାୟ ଯାଇ ସାରିଥିଲା।
ଅଯଥାରେ ଆମର time waste ହେଲା ବୋଲି ବ୍ୟସ୍ତ ଲାଗିଲେ ବି ନିଜେ market ରେ scooty ଖୋଜିବାକୁ ବାହାରି ଆସିଲୁ।

ରାସ୍ତାରେ ଯିବାବେଳେ auto ବାଲା ମାନେ ଆସି sightseeing ପାଇଁ ଡାକୁ ଥାଆନ୍ତି। କେବଳ Haridwar ର ମନ୍ଦିର ସବୁ ବୁଲେଇବାକୁ 800/- charge କରୁଥାନ୍ତି। ସେଥିରେ ଆମେ ଦେଖି ନଥିବା Kankhal ର ମନ୍ଦିର ଦୁଇ ତିନିଟା ବାକି ଥାଏ କେବଳ।
କହି ରଖେ Kankhal ହେଲା ମା ପାର୍ବତୀଙ୍କ ବାପଘର। ସେଠି ଦକ୍ଷ ପ୍ରଜାପତି ମନ୍ଦିର ସାଙ୍ଗକୁ ମା ସତୀ ଆହୁତି ଦେଇଥିବା ଯଜ୍ଞ କୁଣ୍ଡ ଅଛି। ତେବେ ଆମର ଆଜି Rishikesh ଯିବାର ଥିବାରୁ ଆମେ scooty ଖୋଜିବାକୁ ଆଗକୁ ବଢ଼ିଲୁ। Local ଲୋକଙ୍କ ଠୁ ପଚାରି ବୁଝି ଯୋଉ ଜାଗାରେ ପହଞ୍ଚିଲୁ, ସେଠି 3/4 ଟା ଦୋକାନ ଥିଲା। ଦୁଇ ଜାଗାରେ ତାଙ୍କ ଗାଡ଼ି ସବୁ ଭଡ଼ାରେ ପଳେଇ ଗଲାଣି କହିବା ଶୁଣି ନିରାଶ ହେଲୁ। 800/- Activa rent price କହୁଥିଲେ କିନ୍ତୁ ।

ପାଖରେ ଥିବା ଅନ୍ୟ ଗୋଟେ ଦୋକାନରେ ପଶି ଯୋଉ ଲୋକଟିକୁ ଦେଖିଲୁ, ତା ବିଷୟରେ ମୁଁ youtube ରୁ ଦେଖିଥିଲି। ଆଗେ ତ ତା ସବୁ ଗାଡ଼ି ଯାଇ ସାରିଲାଣି କହି ମନା କରୁଥିଲା, ହେଲେ “Aap Aman ho na? Maine youtube me apko kisine recommend kiya tha, dekha tha” ଏତିକି କହି ଦେବାରୁ ପିଲାଟି ଖୁସି ହେଇ ତା ଦୋକାନରୁ ସବୁ ଗାଡ଼ି ଯାଇ ସାରିଥିଲେ ବି ତା personal Scooty ଟି ଆମକୁ ଦେଇଦେଲା।
ତା ସାଙ୍ଗକୁ ମୁଁ vlog ତ ବନାଏନି, ତେବେ ଭ୍ରମଣ କାହାଣୀ ଲେଖାଲେଖି କରେ, ଯୋଉଟା କିଛି ପାଠକଙ୍କ କାମରେ ଆସେ ସେସବୁ ଜାଗାକୁ ଗଲାବେଳେ ବୋଲି କହିଲି ତ ଆମଠୁ 700/- ନେଲା rent!
ହଁ, ତେବେ security ପାଇଁ 1500/- ଆଉ ID card deposit କରିବାକୁ ପଡ଼ିବ ସେଠି । ଯଦି କିଏ କେବେ Haridwar ଯାଆନ୍ତି, Railway station, bus stand ପାଖରେ ସେ ଦୋକାନଟା। ସେଇଠୁ rent ପାଇଁ ଗଲେ, ଆଉ ତାକୁ ମୋ ନାଁ କହିଲେ, ସେ ମୋ ପରିଚିତ ମାନଙ୍କୁ 700/- ରେ ଦବ ବୋଲି ବି promise କରିଚି 
ଦୋକାନ ନାଁ ମୁଁ କହିଦେବି କାହାର ଦରକାର ହେଲେ।

କୋଉ ନୂଆ ଜାଗାକୁ ଗଲେ ମଧ୍ଯ 2 wheeler ଗୋଟେ ମିଳିଗଲା ତ ଆମେ ତା ପରେ ସେଠିକାର local ପାଲଟି ଯାଉ । ତା ପରେ ଖାଲି ସେ ଜାଗାକୁ ଘାଣ୍ଟିବା କଥା ଆଉ 

ଏଠି ବି ସିଧା petrol pump କୁ ଯାଇ 500/- petrol ପକେଇ ଦେଇ ସିଧା ଛୁଟିଲୁ Rishikesh ଦିଗରେ। ଅଧା ରାସ୍ତାରେ ଖରା ପ୍ରବଳ କାଟିଲା ତ ବ୍ୟାଗ୍ ରୁ hat, ଚଷମା କାଢ଼ିବାକୁ ଯାଇ ଜାଣିଲୁ ତିନିଜଣଙ୍କ sunglasses ଅଲଗା ବ୍ୟାଗ୍ ରେ ରହି ଯାଇଚି। ସେଇ ରାସ୍ତାରେ ଗୋଟେ ଦୋକାନରୁ ତିନିଟା କଳା ଚଷମା କିଣିବା ସାଙ୍ଗକୁ ଆଖୁ ରସ ପିଇଲୁ। ଭାଗ୍ୟକୁ ସେଠି ବି, ଆଉ ଆଗକୁ ରିଷିକେଶରେ ସବୁଠି online payment accept କରନ୍ତି ଜାଣି relax ହେଲୁ ଟିକେ!

ଆମକୁ Rishikesh town ଭିତରକୁ ନ ପଶି ଆଗେ ନୀଳକଣ୍ଠ ଯିବାର ଥିଲା। ନୀଳକଣ୍ଠ ସେଇ ସ୍ଥାନ, ଯୋଉଠି ସମୁଦ୍ର ମନ୍ଥନ ରୁ ବାହାରି ଥିବା ବିଷ ପିଇ ଦେବ ଦେବ ମହାଦେବ ନୀଳକଣ୍ଠ ପାଲଟି ଥିଲେ। ସେ ସ୍ଥାନଟି ପାହାଡ଼ ର ମଝାମଝିରେ ଥିଲା।

ହରିଦ୍ଵାର ଠୁ ନୀଳକଣ୍ଠ 54 km ତଥା ରିଷିକେଶ ରୁ 27 km. ତେବେ ପାହାଡ଼ି ରାସ୍ତା ଯୋଗୁ Rishikesh ରୁ ଘଣ୍ଟାଏ ପରେ ଲାଗିବ ବୋଲି ଗୁଗଲ ମ୍ୟାପ୍ କହୁଥିଲା। ରିଷିକେଶ outskirt ରେ ଥିବା ରାସ୍ତା ଦେଇ ନୀଳକଣ୍ଠ ଯିବା ବେଳକୁ ବେଲ ପଣା ମିଳୁଛି ଦେଖି ଗିଲାସେ ଲେଖାଏଁ ପିଇଲୁ। 20/- glass. କିନ୍ତୁ ଆମର ଯେମିତି ଓଡ଼ିଶାରେ ଛେନା, ନଡ଼ିଆ କୋରା ପଡ଼ି ମିଳେ, ସେଠି ସେମିତି ନଥିଲା । ଖାଲି ଚିନି ଆଉ ପାଣି ମିଶେଇ ସେ ପଣା ତିଆରି କଲା ଆମ ଆଗରେ।

Outskirt ରାସ୍ତାଟି ପୁରା ପାହାଡ଼ି । ଗୋଟେ ପାଖରେ ପାହାଡ଼, ଅନ୍ୟ ପାଖରେ ଗଙ୍ଗା ନଦୀ! ଅଣ ଓସାରିଆ ଘାଟି ରାସ୍ତା। ଆମକୁ ଛାଡ଼ି ପ୍ରାୟ ସମସ୍ତେ ବୁଲେଟ୍ କି 4 wheeler ରେ ଯାଉଥାନ୍ତି ।ହେଲେ ଆଜି ହିମାଳୟରେ ଆମେ Scooty ରେ ଯାଉଥିଲୁ! ଇଏ ଗୋଟେ ସ୍ଵପ୍ନ ଭଳି ଲାଗୁଥିଲା। ଖାଲି ଖରା କାଟୁ ନଥିଲେ ବୋଧେ ଆମେ ସ୍ଵର୍ଗ ଭ୍ରମଣ କଲାଭଳି ଅନୁଭବ କରୁଥାନ୍ତୁ!

Rishikesh ତ yoga ଆଉ river rafting ପାଇଁ famous. ନଦୀରେ rafting କରି କରି ଆସୁଥିବା group ମାନଙ୍କୁ ଦେଖି ଭଲ ଲାଗିଲା।

Garud chatti ମନ୍ଦିର ଠି ଓହ୍ଲାଇ ମୁଣ୍ଡିଆ ମାରିଲୁ। ସେଇଠୁ ନୀଳକଣ୍ଠ ଯିବାକୁ ହେଲେ 20/- ଟିକେଟ୍ କରିବାକୁ ପଡ଼ିବ।

Laxman jhula ଦେଇ ଆଗକୁ ଗଲା ବେଳକୁ ରାସ୍ତା କଡ଼ରେ ଗୋଟେ chhole kulche ବାଲା ଠିଆ ହେଇଥିଲା।  ଆଗକୁ ଆଉ କିଛି ମିଳିବ କି ନାହିଁ ଭାବି ସେଇଠି ଗୋଟେ ଗୋଟେ plate ଆଣି lunch କାମଟି ସାରିଦେଲୁ। 50/- plate, କିନ୍ତୁ ଭାରି tasty ଥିଲା।

ସେଇଠୁ ଉପରକୁ ଗଲାବେଳେ ରାସ୍ତାରେ Patna waterfall ଆସିଲା । କିନ୍ତୁ ଫେରିଲା ବେଳକୁ ଦେଖିବୁ ବୋଲି ଆମେ ଆଗକୁ ବଢ଼ିଲୁ। ଯେତେ ଉପରକୁ ଉପରକୁ ଯାଉ ଥାଉ, ଖରା ସେତେ ବେଶୀ କାଟୁଥାଏ। ତା ସାଙ୍ଗକୁ ଗାଡ଼ିର speed କମି କମି ଯାଉଥାଏ। ରାସ୍ତା କଡ଼ରେ ମଝିରେ ମଝିରେ କିଛି cold drinks ଦୋକାନ କୁ ଛାଡ଼ିଦେଲେ, ଆଉ ଅଲଗା କିଛି ଦିଶୁ ନଥାଏ। Sunstroke ହେଇ ନ ଯାଉ ବୋଲି ଡର ଲାଗୁଥିଲା।
ଗୋଟେ ଜାଗାରେ ନଳକୂଅଟିଏ ଦେଖି ସେଥିରେ ଗାମୁଛା ଓଦା କରି, ତାକୁ ମୁଣ୍ଡରେ ପକେଇ ଟିକେ ଶାନ୍ତି ହେଲୁ।

ମନ୍ଦିରରେ ପାଖରେ ପହଞ୍ଚିବା ବେଳକୁ ପ୍ରାୟ 2 ଟା। Scooty ବୋଲି taxi stand ଠି ନ ଅଟକେଇ ଭିତରକୁ ଛାଡ଼ିଦେଲେ। ହେଲେ ଭିତରେ ଯୋଉଠି ଅଟକାଇଲେ, ସେଠି ଦୋକାନୀ ମାନେ ତାଙ୍କଠୁ ଭୋଗ କିଣିବାକୁ ବାଧ୍ୟ କଲେ। ଆମେ କିଣିବାର ନାହିଁ କହିଲୁ ତ 50/- charge କଲେ ପାର୍କିଂ ପାଇଁ। ସେତିକି ଦେଇ ଦେଇ ଆଗକୁ ଚାଲିଲୁ। ଭୋଗ ତଥା ସେଠିକାର ହାତବୁଣା ଲୁଗା ଦୋକାନ ମାନ ଥିଲା ରାସ୍ତାର ଦୁଇ ପାଖରେ । ପ୍ରାୟ ଅଧା କିଲୋମିଟର ଯିବାପରେ ମନ୍ଦିର entrance ବାହାରେ ଗୋଟେ ଭୋଗ ଦୋକାନରେ chapal ରଖି ମନ୍ଦିରକୁ ପଶିଲୁ।

South architecture ର ମନ୍ଦିର । North କୁ ଆସି, ସେ ପୁଣି ଏ ପାହାଡ଼ ମଝିରେ south style ମନ୍ଦିର ଦେଖି ଆଶ୍ଚର୍ଯ୍ୟ ଲାଗିଲା।
ସୋମବାର ଯୋଗୁ ପ୍ରବଳ ଗହଳି। ପ୍ରାୟ ଘଣ୍ଟାଏ ଧାଡ଼ିରେ ଠିଆ ହେବା ପରେ ବାବାଙ୍କ ଦର୍ଶନ ମିଳିଲା। ଶିବ ଲିଙ୍ଗ ଉପରେ ଦୁଇ ପାଖରୁ ପାଣି ପଡୁଥିଲା। ଦର୍ଶନ କରି ମନକୁ ଅପୂର୍ବ ଶାନ୍ତି ମିଳିଲା।

ମନ୍ଦିର ପରିସରରେ ଉପରୁ ଆସୁଥିବା ଝରଣା ପାଣିକୁ ପାଇପ୍ ଯୋଗେ ଆଣି ଲୋକଙ୍କ ଗାଧୋଇବାକୁ ବ୍ୟବସ୍ଥା କରା ଯାଇଛି। ଲୋକ ସେଠି ଗାଧୋଇ ବାବାଙ୍କୁ ଦର୍ଶନ କରନ୍ତି।

ବାବାଙ୍କୁ ଦର୍ଶନ କରି ବାହାରକୁ ଆସିବା ପରେ ରାସ୍ତାରେ ଥିବା ହାତବୁଣା ଡ୍ରେସ୍ ଦୋକାନରୁ କିଛି ଡ୍ରେସ୍ କିଣିଲୁ। ଗୁପଚୁପ(10 ରେ 5 ଟା ) ଆଉ ଚଣା ମସଲା ଖାଇଲୁ।

ଏବେ ଆମକୁ ରିଷିକେଶ ଫେରି ସନ୍ଧ୍ୟା ସୁଦ୍ଧା ତ୍ରିବେଣୀ ଘାଟରେ ପହଞ୍ଚି ଗଙ୍ଗା ଆରତୀ ଦେଖିବାର ଥିଲା। ତେଣୁ ଆଉ ଡେରି ନ କରି ବାହାରି ଆସିଲୁ ସେଇଠୁ । ଆସିଲା ବେଳେ ଗଡାଣି ରାସ୍ତାରେ ବେଶୀ ସମୟ ଲାଗିଲାନି।

ପ୍ରଥମେ ରିଷିକେଶ ପଶୁ ପଶୁ lakshman jhula ପାଖରେ ଅବସ୍ଥିତ Trayambakeshwar temple କୁ ଗଲୁ। 14 ମହଲାର ମନ୍ଦିର। ସବୁ floor ରେ ଅଲଗା ଅଲଗା ଦେବୀ ଦେବତାଙ୍କ ମୂର୍ତ୍ତୀ ସାଙ୍ଗକୁ shopping ପାଇଁ ଦୋକାନ ମାନ ଅଛି। ଗୋଟେ ପରେ ଗୋଟେ ମହଲା ଚଢ଼ି ଚଢ଼ି 14 floor ରେ ପହଞ୍ଚି ସେଇଠୁ repair ପାଇଁ ବନ୍ଦ ହେଇ ପଡ଼ିଥିବା lakshman jhula ତଥା ଗଙ୍ଗା ନଦୀର ସୁନ୍ଦର ଦୃଶ୍ୟ ଦେଖିବାକୁ ପାଇଲୁ। ପୁରା ଉପର ମହଲାରେ Trayambakeshwar ପୂଜା ପାଉଛନ୍ତି।

ସେଇଠୁ ତଳକୁ ଆସି ରାମ ଝୁଲା ଗଲୁ। ସେଠି ଝୁଲା ଉପରେ ଚାଲିବା ବେଳେ ବୁଲା ବିକାଳୀ ମାନେ ହରିଦ୍ଵାର, ରିଷିକେଶର ଦର୍ଶନୀୟ ସ୍ଥାନ ମାନଙ୍କର ଫଟୋ ମାନ ବିକ୍ରୀ କରୁଥିଲେ, ଯାହା ମୋ ଅଜା ଆଈ ତୀର୍ଥ କରି ଆସିଲା ବେଳେ କିଣିକି ନେଇଥିଲେ, ଆଉ ଯାହାକୁ ଦେଖି ଦେଖି ମୁଁ ନିଜେ ନ ଆସିଥିଲେ ମଧ୍ଯ ଜାଗା ସବୁକୁ ମୁଖସ୍ଥ କରି ଦେଇଥିଲି ଦିନେ । ତିରିଶ ବର୍ଷ ପରେ ଆଜି ବି ସେଇ ଫଟୋ ବିକ୍ରୀ ଜାରୀ ରହିଛି ଦେଖି ଟିକେ nostalgic ଲାଗିଲା 

ସେଇଠି ବି ସନ୍ଧ୍ୟାରେ ଗଙ୍ଗା ଆରତୀ ହୁଏ। କିନ୍ତୁ ଆମେ ତ୍ରିବେଣୀ ଘାଟରେ ସବୁଠାରୁ ଭଲ ଗଙ୍ଗା ଆରତୀ ହୁଏ ବୋଲି ଶୁଣିଥିଲୁ। ତେଣୁ ସେଇଠିକି ଯିବାକୁ ବାହାରିଲୁ ।

ନୂଆ ତିଆରି ହେଇଥିବା ଜାନକୀ ଝୁଲା ଦେଇ ତ୍ରିବେଣୀ ଘାଟରେ ପହଞ୍ଚିଲା ବେଳକୁ ଆରତୀ ଆରମ୍ଭ ହଉଥିଲା। ଦୌଡ଼ି ଦୌଡ଼ି ଯାଇ ଠିକ୍ ସମୟରେ ପହଞ୍ଚି ଗଲୁ।

କି ସୁନ୍ଦର ସେ ଆରତୀ! ପ୍ରାୟ ଅଧା ଘଣ୍ଟା ଯାଏଁ ଚାଲିଲା। ଗଲା କାଲି Har Ki Pauri ରେ ବହୁତ୍ ଦୂରରେ ଥିବାରୁ ଗଙ୍ଗା ଆରତୀ ଠିକ୍ ଭାବେ ଦେଖି ନ ପାରି ଥିବାର ଦୁଃଖ ଦୂର ହେଇଗଲା ଆଜି।

ଆରତୀ ପରେ ଲୋକମାନେ ଫେରି ଯିବା ପରେ ଆମେ ସେଇ ପାହାଚରେ ବେଶ୍ କିଛି ସମୟ ବସି ରହିଲୁ। ଏଠି ବି ଲୋକ ଗାଧୋଉଥାନ୍ତି ସେ ଥଣ୍ଡା ପାଣିରେ। ଆମେ ମାନେ ମା ଗଙ୍ଗାଙ୍କୁ ଶେଷ ଥର ପାଇଁ ଛୁଇଁ, ପୂର୍ବ ପୁରୁଷଙ୍କ ଉଦ୍ଦେଶ୍ୟରେ କିଛି ପାଣି ଟେକି ଦେଲୁ ଆଉ ବୋତଲରେ ପାଣି ଭର୍ତ୍ତି କରି ନେଇ ଆସି ବାହାରିଲୁ।

50/- ଦେଇ burger tikki chat, 100/- ଦେଇ dahi papdi chat ଖାଇ ହରିଦ୍ଵାର ଫେରିବାକୁ ବାହାରିଲୁ। ରାସ୍ତାରେ ATM ରୁ ଟଙ୍କା କାଢ଼ି ନେଇ ଆସିଲୁ, ଗତକାଲି ଭଳି ହରିଦ୍ଵାରରେ ହଇରାଣ ନ ହବାକୁ।

Rishikesh ରୁ ଫେରିଲା ବେଳକୁ ସେଠିକାର ଯୋଗ ଆଶ୍ରମ, ଖାସ୍ କରି ପରମାର୍ଥ ଆଶ୍ରମ, ଭାରତ ମାତା ମନ୍ଦିର ତଥା ତପୋବନ ଆଦି ଦେଖି ପାରି ନଥିବାରୁ ମନ ଦୁଃଖ ଥିଲା। କିନ୍ତୁ ସେସବୁ ଦେଖିବାକୁ off season ରେ ଆଉ ଥରେ ନିଶ୍ଚୟ ଏଠିକି ଆସିବୁ ବୋଲି ସ୍ଥିର କରି ଫେରିଲୁ।

ଫେରିବା ରାସ୍ତାରେ ରାସ୍ତା କଡ଼ରେ ଥିବା ମନ୍ଦିର ମାନ ତଥା ଗଙ୍ଗା ନଦୀରେ ଥିବା ବିଭିନ୍ନ ବ୍ରିଜ୍ ମାନଙ୍କରେ ସଜା ହେଇଥିବା ଲାଇଟ୍ ସବୁ ଦେଖି ଦେଖି ଆସିଲୁ । ଖୁବ୍ ଭଲ ଲାଗୁଥିଲା। ରାତି 10 ଟା ସୁଦ୍ଧା scooty return କରିବାକୁ ଥିଲା। ତେଣୁ ସିଧା ସେଇଠିକି ଯାଇ ସ୍କୁଟି ଫେରେଇ, security deposit amount ଆଣି ପାଖରେ ଥିବା ମାର୍କେଟ କୁ ଗଲୁ। ସେଠି ଥାଳି ଅର୍ଡ଼ର କରି dinner ଖାଇ ଦେଲୁ । ଏଠି ବି କାଲି ଭଳି ଥାଳି ଥିଲା, rate ସେଇ 70/-. 40/- ଦେଇ କ୍ଷୀର କୁଲାଡ଼ ଗୋଟେ ଆଣି ପିଇ ପିଇ ରୁମ୍ କୁ ଫେରିଲୁ।

ଆସନ୍ତା କାଲି ମସୁରୀ ଯିବାକୁ ଥିଲା। ତେଣୁ କାଲି ପାଇଁ ଛୋଟ ବ୍ୟାଗ୍ ଗୋଟିଏ ପ୍ୟାକ୍ କରି ଦେଇ ଶୀଘ୍ର ଶୋଇ ପଡ଼ିଲୁ…

     …. କ୍ରମଶଃ

©Lipsa Panda

### ଭ୍ରମଣ କାହାଣୀ-ଉତ୍ତରାଖଣ୍ଡ- Do Dham- Day 1- Haridwar Sightseeing ###

ସବୁ ଜିନିଷ ପତ୍ର ପ୍ୟାକ୍ ସରିଥିଲେ ବି ଅଫିସ୍ କାମ ସାରି ରାତି ଏଗାରଟାରେ Secunderabad ରୁ ଛାଡ଼ିବାକୁ ଥିବା ଦକ୍ଷୀଣ ଏକ୍ସପ୍ରେସ ଧରିବା ଆମ ପାଇଁ ଟିକେ କଷ୍ଟକର ଥିଲା। ଶୁକ୍ରବାର ରେ ଏମିତିରେ ଟିକେ ବେଶୀ କାମ। କିନ୍ତୁ ଇଶ୍ୱରଙ୍କ ଦୟାରୁ ଠିକ୍ ଟାଇମ୍ ରେ ପହଞ୍ଚି ଯାଇ ଟ୍ରେନ ଧରିଲୁ।

ଟ୍ରେନ ଅବଶ୍ଯ 40 min late ରେ ଛାଡ଼ିଲା । ତେବେ ଏଇ route ଆମ ପାଇଁ ନୂଆ ଥିଲା। ଟ୍ରେନ ଟି Telangana, Maharashtra, Madhya Pradesh, Uttar Pradesh, Haryana ହେଇ ଦିଲ୍ଲୀ ପହଞ୍ଚିବାର ଥିଲା ରବିବାର ପାହାନ୍ତାରେ। ନୂଆ ରାସ୍ତା ଦେଇ ଯିବା ମୋ ପାଇଁ ସବୁବେଳେ ଆନନ୍ଦଦାୟକ। ତା ଛଡ଼ା ଏଇ route ରେ ଥିବା ଅସଂଖ୍ୟ tunnels, ଖାସ୍ କରି MP strech ରେ, ବେଶୀ ଭଲ ଲାଗିଲା । Chambal ଉପତ୍ୟକା ଦେଇ ଟ୍ରେନ ଯିବାବେଳେ ବି ଖୁବ୍ ଭଲ ଲାଗୁଥିଲା ସେ landscape.

Train ଘଣ୍ଟାଏ late ରେ ଦିଲ୍ଲୀରେ ପହଞ୍ଚିଲା। Nizamuddin station ରେ ହିଁ ନିତ୍ୟକର୍ମ ସାରି ଦେଇ kashmere gate ଯାଏଁ ଗଲୁ, ସେଇଠୁ inter state bus stand ରୁ Haridwar କୁ bus ଧରିବୁ ବୋଲି।
Up state transport ର bus ଲାଗିଲା ତ ସେଥିରେ seat reserve କରି ଦେଇ bus station ରେ ଥିବା ଛୋଟ food stall ମାନଙ୍କରୁ ଗୋଟିଏ ରେ ଜଳଖିଆ ଖାଇ ଦେଲୁ। 60/- ରେ ଆଳୁ ପରଟା ତଥା chhole, bhature ମିଳୁଥିଲା ସେଠି। ଚା ନା ରେ କ୍ଷୀର ଧୂଆ ପାଣି କପେ ମିଳିଲା 

Bus 7 ଟା ରେ ଛାଡ଼ିଲା। Haridwar ପାଇଁ fare 388/- ଥିଲା । ଦିନ ବଢ଼ିବା ସହିତ ଗରମ୍ ବଢ଼ି ବଢ଼ି ଚାଲିଥିଲା। ହରିଦ୍ଵାରରେ 12 ଟା ବେଳକୁ ପହଞ୍ଚିଲା ବେଳକୁ ମୁଣ୍ଡ ଫଟା ଖରା। ରାସ୍ତାରେ ଅବଶ୍ଯ ଗୋଟେ ଜାଗାରେ କିଛି ସମୟ ପାଇଁ ଅଟକି ଥିଲା ବସ୍। ତେବେ “ଦେବଭୂମି ଉତ୍ତରାଖଣ୍ଡକୁ ସ୍ଵାଗତ” ବୋର୍ଡ଼ ଟା ଆଖିରେ ପଡ଼ିବା କ୍ଷଣି ମନ ଖୁସିରେ ଝୁମି ଉଠିଲା।

Bus stand ରେ ଓହ୍ଲାଇ ଦେଖିଲୁ ପ୍ରବଳ ଭିଡ଼। ଉତ୍ତରାଖଣ୍ଡର Char Dham Yatra ଆରମ୍ଭ ହେଇ ସାରିଥିଲା। ତେଣୁ ଭିଡ଼ ସ୍ୱାଭାବିକ। ତେବେ ଗଛ ମୂଳ ମାନଙ୍କରେ କି ପଡ଼ିଆରେ ଦଳ ଦଳ ହେଇ ବସିଥିବା ତୀର୍ଥଯାତ୍ରୀ ମାନଙ୍କୁ ଦେଖି ମୁଁ ଭାବୁଥିଲି, ମୋ ଅଜା ଆଈ ଯେତେବେଳେ ତୀର୍ଥ ଯାତ୍ରାରେ ଏଠିକି ଆସିଥିବେ ପ୍ରାୟ ତିରିଶ ବର୍ଷ ତଳେ, ଏମିତି ତାଙ୍କ ଗ୍ରୁପ୍ ସହ ଏଇ ଜାଗା ମାନଙ୍କରେ କୋଉଠି ବସିଥିବେ ସେତେବେଳେ!

ବସ୍ ଷ୍ଟାଣ୍ଡ୍ ଠୁ Har Ki Pauri ଯିବାକୁ ରିକ୍ସା ଡାକିଲୁ ତ ସେ ଚୋର ଆମ luggage ଦେଖି, ଆମକୁ ସିଧା ନେଇ ତା ଚିହ୍ନା hotel ରେ ଢୁକେଇଲା। ଆଗେ ତ ଆମକୁ ସେ hotel ବାଲା 2000/- ବାଲା room ଦେଖେଇଲା ।  ଆମର କମ୍ range ର hotel ଦରକାର କହିଲାରୁ ରିକ୍ସାବାଲା ଠୁ ଆରମ୍ଭ କରି ସେ hotel staff ଆମକୁ ଗାଲୁ ମାରିବା ଆରମ୍ଭ କଲେ ଏଇଟା peak season କହି । ଏବେ ୟା ଠୁ କମ୍ ରେଟ୍ ରେ ଆଉ ରୁମ୍ city ର କୋଉଠି ମିଳିବନି ବୋଲି ପବନ କଲେ।
କିନ୍ତୁ ମୁଁ ମୋ research paper ଖଣ୍ଡକ purse ରୁ କାଢ଼ିଲି, ଯୋଉଥିରେ hotel ନା ସହ tariff ସବୁ ଲେଖିଥିଲି । ମୋ list ଦେଖି ରିକ୍ସାବାଲା ବୁଝିଗଲା ଆମକୁ ଠକିବା ସହଜ ନୁହେଁ। ଆଉ ଗୋଟେ hotel କୁ ନେଇଗଲା, ଯୋଉଠି 1200/- ଥିଲା tariff. କିନ୍ତୁ ଆମେ 3 ଦିନ ପାଇଁ ରହିବୁ ବୋଲି ଟିକେ bargain କଲୁ ତ 1000/- ରେ ରାଜି ହେଇଗଲା।
ରିକ୍ସାବାଲା 20/- per head ନେଲା bus stand ରୁ hotel ଯାଏଁ । ସେତିକି ନିଅନ୍ତି Har Ki Pauri ଯାଏଁ ବୋଲି ମୁଁ ଜାଣିଥିଲି।

Haridwar ରେ ଧର୍ମଶାଳା ମାନଙ୍କରେ 500/600 ରେ ରୁମ୍ ମିଳିଯାଏ। କିନ୍ତୁ ସେଠି common latrine, bathroom ଥାଏ ପ୍ରାୟତଃ । ପୁଣି ସେସବୁ ଟିକେ ପୁରୁଣା construction ଥିବ ଭାବି ଆମେ private hotel ରେ ରହିବାକୁ prefer କଲୁ । ତା ଛଡ଼ା ଆମ hotel ଟି railway station, bus stand ଠୁ ଖୁବ୍ ପାଖରେ ଥିଲା ବୋଲି ଆମେ ଟିକେ ଆଶ୍ୱସ୍ତ ଥିଲୁ ମଧ୍ଯ।

ସେଇ hotel ରେ ହିଁ ପଚାରି ବୁଝିଲୁ ତାଙ୍କର daily bus service ସହ contact ଅଛି Dehradun, Massouri trip ପାଇଁ । ତେଣୁ ପରଦିନ ସେ trip କରିବୁ ଭାବି ଆଜି day 1 ରେ Haridwar ର local tour କରିବାକୁ ଭାବିଲୁ।

Room ରେ fresh ହେଇ room service ରେ  Alu paratha, ରୁଟି, chole ମଗେଇ ଖାଇ ଦେଲୁ । 80/- ଥିଲା ସେସବୁର rate. ରୁଟି piece 10/- ଥିଲା ।

Lunch ଖାଇ ଦେଇ ମନସା ଦେବୀ ମନ୍ଦିରକୁ ଯିବାକୁ ବାହାରିଲୁ। Hotel ଠୁ 1 km ହେଲେ ବି ସେ ଧୁମ୍ ଖରାରେ ଚାଲି ଚାଲି ଯିବାକୁ ସାହସ ହେଲାନି। ଜଣ ପିଛା 20/- ଦେଇ ରିକ୍ସା ରେ ଚାଲିଲୁ। ରିକ୍ସା ଯୋଉଠି ଛାଡ଼ିଲା, ସେଇଠୁ ତଳକୁ ଓହ୍ଲାଇ ପ୍ରାୟ 500 ମିଟର ଯିବାପରେ ଟିକେଟ୍ କାଉଣ୍ଟର ଆସିଲା।
ପ୍ରବଳ ଭିଡ଼ ଥାଏ। ସେଥିରେ waiting time 2 hrs ବୋଲି ବୋର୍ଡ ଗୋଟେ ଝୁଲା ଯାଇଥିଲା ଆଗରେ। 2 hrs waiting ମାନେ ବହୁତ୍ late ହେଇଯିବ ଭାବିଲା ବେଳକୁ, ସେଠି ଠିଆ ହେଇଥିବା security ବତେଇଲା vip ticket କରିଦେଲେ ଆଉ waiting time ଏତେ ରହିବନି । ଆମର Mansa Devi + Chandi Devi combined ticket କରିବାର ଥିଲା । 419/- including transportation ପଡ଼ିଥାନ୍ତା। କିନ୍ତୁ VIP ticket କଲେ 670/- ଥିଲା।
ସେପଟେ local ଲୋକ କିଛି ଆସି ଜଣ ପିଛା 1400/- ଦେଲେ no waiting time ବୋଲି କହି black ରେ ticket କରିବାକୁ କହୁଥାନ୍ତି ଆମକୁ ।

ଆମେ କିନ୍ତୁ କାଉଣ୍ଟରରୁ 670 ଦେଇ ଟିକେଟ୍ କଲୁ। ଗୋଟେ ଅଲଗା ଧାଡ଼ିରେ ଯାଇ ropeway ରେ ଚଢିବାକୁ ଗଲା ବେଳକୁ 419 ବାଲା ticket ଧାଡ଼ିରେ ଥିବା ଲୋକ ଜଣକୁ ପଚାରିଲୁ କେତେ ସମୟ ହେଲା ଧାଡ଼ିରେ ରହିଛନ୍ତି ସେମାନେ । ତା ଠୁ 2 ଘଣ୍ଟା ବୋଲି ଶୁଣି ଲାଗିଲା vip ticket କରି ଆସିଗଲୁ ଭଲ ହେଲା। କାରଣ ଆମ ପାଖରେ ବେଶୀ ସମୟ ନଥିଲା। ମନସା ଦେବୀ, ଚଣ୍ଡି ଦେବୀଙ୍କ ଦର୍ଶନ ସାରି ଆମକୁ ସନ୍ଧ୍ୟା ପୂର୍ବରୁ Har Ki Pauri ରେ ପହଞ୍ଚିବାର ଥିଲା ଗଙ୍ଗା ଆରତୀ ଦେଖିବାକୁ।

Ropeway ବା Udan Khatola ରେ 4 ଜଣ ବସିବାକୁ ସୁବିଧା ଥିଲା। ଆମେ ତିନିଜଣ ଗୋଟେ ପରିବାରରୁ ଥିବାରୁ, ଆଉ ଆମ ପଛରେ family ମାନ ସବୁ ଥିବାରୁ, ଗୋଟେ ropeway ରେ କେବଳ ଆମକୁ ଯିବାକୁ ସୁଯୋଗ ମିଳିଗଲା। ଉପରକୁ ଉଠିଲା ବେଳକୁ ପୁରା ହରିଦ୍ଵାରର view ସାଙ୍ଗକୁ ମା ଗଙ୍ଗାଙ୍କ ସମ୍ପୂର୍ଣ୍ଣ ଦର୍ଶନ ମିଳିଲା। କିଛି ଲୋକ ପାହାଡ଼ି ରାସ୍ତାରେ trek କରି ଆସୁ ଥିବାର ଦେଖିଲୁ। ଏତେ ଖରାରେ ବି ଲୋକ ଚାଲି ଚାଲି ଆସୁଥିଲେ ଦେଖି ଆଶ୍ଚର୍ଯ୍ୟ ଲାଗିଲା!
ପ୍ରାୟ 10 min ରେ ପହଞ୍ଚି ଗଲୁ ଉପରେ।

ଉପରେ ମଧ୍ଯ ପ୍ରବଳ ଭିଡ଼ ଥିଲା। ମା ମନସା ଦେବୀଙ୍କ ପାଖରେ ପ୍ରାର୍ଥନା କଲେ ମନସା ପୂର୍ଣ୍ଣ ହୁଏ ବୋଲି ବିଶ୍ଵାସ ରହିଛି। ତେଣୁ ଧାଡ଼ିରେ ଠିଆ ହେଇଥିବା ଲୋକେ ମା ଙ୍କ ଜୟକାର ଦେଇ ଦେଇ ଧୀରେ ଧୀରେ ଆଗକୁ ବଢ଼ୁ ଥାନ୍ତି। ପ୍ରାୟ ଅଧା ଘଣ୍ଟା ପରେ ମା ଙ୍କ ଦର୍ଶନ ମିଳିଲା। ଦେବୀ ମନ୍ଦିର ସବୁ ପରି କେବଳ ମା ଙ୍କ ସିନ୍ଦୂର ବୋଳା ମୁହଁଟି ପୂଜା ପାଉଛନ୍ତି ସେଠି । ମୁଣ୍ଡିଆ ମାରି ମା ଙ୍କ ମନ୍ଦିର ବେଢ଼ାରେ ଥିବା ଅନ୍ୟ ସବୁ ପାର୍ଶ୍ଵ ଦେବୀ ଦେବତାଙ୍କ ମନ୍ଦିର ବୁଲି ଦେଖିଲୁ। ତା ପରେ ସେଇଠୁ ପୁଣି ଥରେ rope way ରେ ତଳକୁ ଆସିବାକୁ ଧାଡ଼ିରେ ଲାଗିଲୁ।
ତା ବ୍ୟବସ୍ଥା ଥିଲା ଅଲଗା ପ୍ରକାରର। ଲୋକଟିଏ ଗୋଟେ ଚିଟ୍ ରେ ଆମକୁ ଗୋଟେ ନମ୍ବର ଲେଖି ଦଉଥିଲା। Same number ଗୋଟେ batch ର ଲୋକଙ୍କୁ ଦିଆ ଯାଉଥିଲା। ସେଇ number ଡକା ହେଲାଯାଏଁ ଆମକୁ waiting ଜାଗାରେ ଥିବା chair ରେ ବସି ଅପେକ୍ଷା କରିବାକୁ କୁହାଗଲା। ଆମ ନମ୍ବର ଡକାଗଲା ତ ଯାଇ ଧାଡ଼ିରେ ଠିଆ ହେଲୁ। ତେଣୁ ସୁରୁଖୁରୁରେ ଆମ number ଆସିଲା ତ ropeway ରେ ତଳକୁ ଆସିଗଲୁ । ଫେରିଲା ବେଳକୁ ଆମ ସାଙ୍ଗରେ ଗୋଟିକିଆ ଯାତ୍ରୀ ଜଣେ ମିଳିଲେ adjust ହବାକୁ ଆମ box ରେ ।

ତଳେ ଆସି ଚଣ୍ଡି ଦେବୀ ମନ୍ଦିର ପାଇଁ ଗାଡ଼ି ଯୋଉଠି ମିଳିବ, ସେ ଯାଏଁ ତୀର ଚିହ୍ନ ଦେଖି ଦେଖି ଆସିଲୁ। ଯୋଉ ରାସ୍ତାରେ ରିକ୍ସା ରୁ ଓହ୍ଲାଇ ଯାଇଥିଲୁ, ପ୍ରାୟ ସେ ଯାଏଁ ଆସିବାକୁ ପଡ଼ିଲା। ସେଠି ବସ୍ ବାହାରୁ ଥିବା ଜାଗାରେ ଯାଇ ଅଳ୍ପ ସମୟ ଅପେକ୍ଷା କରିଛୁ କି ନାଇଁ, ବସ୍ ଆସି ଲାଗିଲା। ବସ୍ ରେ ପ୍ରାୟ 12 km ଯିବାକୁ ହେଲା ଚଣ୍ଡି ଦେବୀଙ୍କ ମନ୍ଦିର ପାଇଁ। ଗଙ୍ଗା ନଦୀର ଗୋଟେ ପାଖରେ ପାହାଡ଼ରେ ମନସା ଦେବୀ ମନ୍ଦିର ତ ଅନ୍ୟ ପଟେ ଚଣ୍ଡୀ ଦେବୀ ମନ୍ଦିର।

ସେଠି ବି ଧାଡ଼ିରେ ଯାଇ ଚିଟ୍ number security ଠୁ ନେଇ ଆମ ପାଳି ଆସିବା ଯାଏଁ ଅପେକ୍ଷା କଲୁ।
ଏଠି ବି ropeway ରେ ଆମ ତିନିଜଣଙ୍କୁ ଯିବାକୁ ମିଳିଲା। ଉପରକୁ ଗଲା ବେଳକୁ ପାହାଡ଼ର ସେପାଖ ସହ ବିସ୍ତୃତ ଗଙ୍ଗା ନଦୀର ଶଯ୍ୟା ଦିଶୁଥାଏ। ବର୍ଷା ଦିନେ ପାହାଡ଼ ଉପରୁ ଝରଣା ମାନ ବୋହି ଏ ସ୍ଥାନରୁ ଦୃଶ୍ୟ ଅପୂର୍ବ ଦିଶୁଥିବ ବୋଲି ଜାଣି ହଉଥାଏ।

6/7 min ରେ ଉପରେ ପହଞ୍ଚି ଧାଡ଼ିରେ ଲାଗିଗଲୁ। ଏଠି ସେତେ ବେଶୀ ଭିଡ଼ ନଥିଲା। ଧୁମ୍ ଖରା ପାଇଁ ବୋଧେ! ତା ଛଡ଼ା ଆଜିର ଟିକେଟ୍ ଆସନ୍ତା କାଲି ପାଇଁ ବି valid ଥିବାରୁ, ହାତରେ ସମୟ ଥିବା ଲୋକେ ଆରାମ୍ ରେ କାଲି ଦେଖିବେ ଭାବି ରହି ଯାଇଥିବେ। ଆମେ କିନ୍ତୁ ଆଜି ଦର୍ଶନ ସାରିବାକୁ ଚାହୁଁଥିଲୁ ସମୟ କମ୍ ଯୋଗୁ।

ପ୍ରାୟ 15 min ପରେ ମା ଙ୍କ ଦର୍ଶନ ମିଳିଲା। ଦର୍ଶନ ସାରି ଅନ୍ୟ ଏକ ଦିଗରେ ଥିବା Anjani mata ମନ୍ଦିରକୁ ଯିବାକୁ ଭାବିଲା ବେଳକୁ ଲାଗିଲା ଡେରି ହେଇଯିବ ଗଙ୍ଗା ଆରତୀ ପାଇଁ। ତେଣୁ ଆଉ ସିଆଡ଼େ ନ ଯାଇ ତଳକୁ ଓହ୍ଲାଇ ଆସିଲୁ। ବସ୍ ଷ୍ଟାଣ୍ଡ ରୁ ବସ୍ ପାଇଁ କିଛି ସମୟ ଅପେକ୍ଷା କରିବାକୁ ପଡ଼ିଲା। ତେବେ ସେ ବସ୍ ଆମକୁ ଚଣ୍ଡି ଛକ ପାଖରେ ଛାଡ଼ିଲା। ସେଇଠୁ Har Ki Pauri ବେଶ୍ କିଛି ଦୂର ଥିଲା। ତେଣୁ ଆମେ 10/- ଲେଖାଏଁ ଦେଇ battery ରିକ୍ସାରେ ପଳେଇ ଆସିଲୁ।

ଗଙ୍ଗା ଆରତୀ 6.30pm ପରେ ଆରମ୍ଭ ହୁଏ। ତା ପାଇଁ ପ୍ରବଳ ଭିଡ଼ ହଉ ଥିବାରୁ ଘଣ୍ଟାଏ ଆଗରୁ ଆସି ଜାଗା reserve କରିବାକୁ ପଡ଼େ। ତେବେ ଆମେ ଆସି ପହଞ୍ଚିଲା ବେଳକୁ ଲୋକ already full ହେଇ ସାରିଥାନ୍ତି। ରଥଯାତ୍ରା ଭଳି ଲୋକ!
ଗଙ୍ଗା ନଦୀର କୂଳେ କୂଳେ ଆଖି ଯୋଉ ଯାଏଁ ପାଇଲା, ଲୋକ ଭର୍ତ୍ତି। ପାହାଚ ତଳକୁ ଓହ୍ଲାଇ ମା ଗଙ୍ଗାଙ୍କ ଜଳ ଆଣି ମୁଣ୍ଡରେ ମାରିଲୁ।
କି ଥଣ୍ଡା ସେ ପାଣି!
Glacier ତରଳି ସେଇ ପାଣି ବୋହି ଆସୁଛି ବୋଲି ଜାଣି ହଉଥାଏ। ହେଲେ ଏତେ ତଳକୁ ଆସିବା ଯାଏଁ ବି ପାଣି ଏତେ ଥଣ୍ଡା ଥିବ ବୋଲି ମୁଁ ଭାବି ପାରୁ ନଥିଲି ।

ଏତେ ଲୋକ ଭିଡ଼ ଭିତରେ ବି exactly କୋଉ ଜାଗାରେ ଆରତୀ ହବ ବୋଲି କେହି କହି ପାରୁ ନଥାନ୍ତି। ଭିଡ଼ କାଟି କାଟି ଯେତେ ପର୍ଯ୍ୟନ୍ତ ଚାଲିବା ସମ୍ଭବ ହେଲା, ଗଲୁ। ତା ପରେ ଧନୁଷ ସେତୁର ଆଗରେ ଥିବା ଅନ୍ୟ ଏକ ସେତୁ ଉପରେ ଠିଆ ହେଇ ଆରତୀ କୁ ଅପେକ୍ଷା କରି ରହିଲୁ। ଆରତୀ ଆରମ୍ଭ ହେଲା ତ ବ୍ରିଜ୍ ତଳ ଦେଇ ଖଣ୍ଡେ ଦୂରରୁ ଦେଖିଲୁ ତାକୁ ।

କି ଅପୂର୍ବ ସେ ଅନୁଭବ! ଏ ସ୍ଥାନରେ ହଉଥିବା ଗଙ୍ଗା ଆରତୀ କାହିଁକି ଏତେ ପ୍ରସିଦ୍ଧ ବୋଲି ବୁଝି ହେଇ ଯାଉଥିଲା! ଦୁନିଆଁର କୋଣ ଅନୁକୋଣରୁ ଲୋକ ଛୁଟି ଆସନ୍ତି ଏଠିକି ସନ୍ଧ୍ୟା ଆଳତୀ ଦେଖିବାକୁ। ପ୍ରାୟ 15 min ଧରି ଆଳତୀ ହେଲାପରେ, ସରିବାରୁ ଲୋକେ ଫେରିବା ଆରମ୍ଭ କଲେ।

ଗହଳି କମି ଯିବାପରେ ଆମେ ସେଇଠି କୂଳରେ ପ୍ରାୟ ଘଣ୍ଟାଏ ବସିଲୁ। ସେଇ ବରଫ ଥଣ୍ଡା ପାଣିରେ ଚେନ୍ ବନ୍ଧା ହେଇଥିବା ସ୍ଥାନରେ ଲୋକେ ଗାଧୋଇ ଚାଲିଥାନ୍ତି। ମା ଙ୍କ ପ୍ରବାହ ଖୁବ୍ ତେଜ ସେଠି। ତା ପରେ ବି କିଛି ଲୋକ ଚେନ୍ ବାହାରକୁ ଯାଇ ଗାଧୋଇ ଚାଲିଥାନ୍ତି! ଆମେ ଖାଲି ମୁହଁ ହାତ ଧୋଇ ବି ଥରିଗଲୁ!
ଦେହରେ ଥଣ୍ଡା ପବନ ବାଜି ଅପୂର୍ବ ପ୍ରଶାନ୍ତିରେ ମନ ଭରି ଯାଉଥାଏ। ଡ୍ରେସ୍ ପତ୍ର ଆଣିଥିଲେ ମୁଁ ବି ବୋଧେ ବୁଡ଼ ପକେଇ ଥାନ୍ତି!

ସେଇଠି ବସିଥିବା ସମୟରେ ବୁଲି ବୁଲି ବିକୁଥିବା ଚା ବାଲା ଠୁ ଚା ପିଇଲୁ। 10/-. ସ୍ୱାଦ ସେତେ ଭଲ ନଥିଲା। ତେବେ ସେ ଥଣ୍ଡାରେ ଚା ଟିକେ ଦେହରେ ଜୀବନ ଭରି ଦେଲା।

ମନ ତ ଭରୁ ନଥାଏ। ହେଲେ ପୁଣି ହୋଟେଲ ଫେରି ଶୀଘ୍ର ଶୋଇବାକୁ ଥିଲା। ପରଦିନ ସକାଳୁ ମସୁରୀ ଯିବାକୁ ପ୍ଲାନ୍ ଥିଲା ପୁଣି। ତେଣୁ ସେଇଠୁ ବାହାରି map ଦେଖି ଦେଖି hotel କୁ ଫେରିବା ରାସ୍ତାରେ dinner ଖାଇଦେଲୁ । ଢେର୍ ସାରା hotel ରାସ୍ତା କଡ଼େ କଡ଼େ । Meal 70/-. 4 ଟା ରୁଟି, ଡାଲି, 2 ପ୍ରକାର ତରକାରୀ, ଆଚାର, salad, ଚାମୁଚେ ଭାତ । ତେବେ ଆମର 2 ଟା ଥାଳି ଯଥେଷ୍ଟ ହେଇ ଯାଉଥିଲା ତିନି ଜଣଙ୍କୁ।

Dinner ସାରି ଫେରିବା ରାସ୍ତାରେ ବଡ଼ ବଡ଼ କଡ଼େଇ ରେ ଗରମ୍ ହଉଥିବା କ୍ଷୀର ମାନ ଦେଖି ଗ୍ଲାସ୍ 30/- ଦେଇ kulad ରେ କ୍ଷୀର ଆଣି ପିଇଲୁ। ହୋଟେଲରେ ଆସି ଆସନ୍ତା କାଲିର ଯାତ୍ରା ପାଇଁ ଟିକେଟ୍ ବୁକିଂ କରି ଦେଇ ରୁମ୍ କୁ ଆସି ଶୋଇ ପଡ଼ିଲୁ। 600/- ଥିଲା ଜଣ ପିଛା ଟିକେଟ୍।
ହାଲିଆରେ ଶୀଘ୍ର ନିଦ ହେଇଗଲା ସେଦିନ….

     …. କ୍ରମଶଃ

©Lipsa Panda

### ଭ୍ରମଣ କାହାଣୀ-ଉତ୍ତରାଖଣ୍ଡ- Do Dham- ଉପକ୍ରମଣିକା ###

କେଦାରନାଥ!!
ଇଏ କେବଳ ଗୋଟେ ଜାଗା, ଗୋଟେ ଜ୍ୟୋତିର୍ଲିଙ୍ଗ କି ଗୋଟେ ସାଧାରଣ ଶିବ ମନ୍ଦିର ନୁହେଁ। ଇଏ ହେଲା ମୋ ଭଳି କୋଟି କୋଟି ଭାରତୀୟଙ୍କର dream destination!
ଜୀବନରେ ଥରୁଟିଏ ହଉ ପଛେ କେମିତି ସେ ପୃଥିବୀର ସ୍ଵର୍ଗକୁ, କେଦାର ଘାଟିକୁ ଯାଇ ବାବା କେଦାରନାଥଙ୍କ ଦର୍ଶନ କରି ପାରିବି, ଏଇ ଆଶା ନେଇ ଲକ୍ଷ ଲକ୍ଷ ଲୋକ ଜିଇଁ ଥାଆନ୍ତି। ଅନେକ ନିଜ ଅସମ୍ପୂର୍ଣ୍ଣ ସ୍ଵପ୍ନ ସହ ଦୁନିଆଁରୁ ଚାଲି ବି ଯାଆନ୍ତି ସିନା, ସେଠିକି ଥରେ ଯିବା ସମ୍ଭବ ହୁଏନି ଜୀବଦ୍ଦଶାରେ।
ଠିକ୍ ସେଇଆ ଘଟିଥିଲା ମୋ ଅଜା, ଆଈଙ୍କ ସହ ।
ମୋ ପିଲାଦିନେ ସେମାନେ ଉତ୍ତର ଭାରତ ଭ୍ରମଣରେ ଯାଇଥିଲେ। ବିଭିନ୍ନ ଜାଗା ଦେଖି ଦେଖି ଯେତେବେଳେ ବଦ୍ରୀନାଥରେ ପହଞ୍ଚିଲେ, ସେତେବେଳକୁ ଦୁହିଁଙ୍କୁ ପ୍ରବଳ ଜ୍ଵର। ସମତଳ ଅଞ୍ଚଳରୁ ଯାଉଥିବା ଲୋକଙ୍କ ପାଇଁ ହିମାଳୟର ସେ ହିମ ଶୀତଳ ଜଳବାୟୁ ସମ୍ଭାଳିବା କଷ୍ଟକର ନିଶ୍ଚୟ। ତେଣୁ ଆଉ ନିଜ ରୁଗ୍ଣ ଶରୀର ସହ କେଦାରନାଥର ସେ difficult trek ରେ ଯିବା ତାଙ୍କ ପକ୍ଷେ ସମ୍ଭବ ହେଇ ନଥିଲା।
ଆଜି, 2024 ମସିହାରେ ଯେତେବେଳେ ସେ trek ଏତେ କଷ୍ଟସାଧ୍ଯ ମନେ ହେଉଛି, 1995 ମସିହା କଥା ନ କହିବା ଭଲ।
ତେବେ ସେମାନେ ମାସେ କାଳ ବିଭିନ୍ନ ତୀର୍ଥ ସ୍ଥାନ ବୁଲାବୁଲି ସାରି ଫେରିବା ପରେ ବି କେଦାରନାଥ ଯାଇ ପାରି ନଥିବାର ଦୁଃଖ ତାଙ୍କ ମନରେ ରହିଥିଲା। ତାଙ୍କଠୁ ବେଶୀ ସେଇ ଦୁଃଖ ମୁଁ ଅନୁଭବ କରିଥିଲି। କାରଣ ଏତେ ପାଖକୁ ଯାଇ ବି ସେମାନେ ବାବାଙ୍କ ଦର୍ଶନ କରି ନ ପାରି ଫେରି ଆସିବାକୁ ମୁଁ ସହଜରେ ଗ୍ରହଣ କରି ପାରୁ ନଥିଲି।

ଅବଶ୍ଯ ସେତେବେଳେ ସଂସାରର ସବୁ ଦାୟିତ୍ଵ ସାରି ବୁଢ଼ା ବୁଢ଼ୀ ହେଲା ବେଳେ ଲୋକ ତୀର୍ଥ କରିବାକୁ ଯାଉଥିଲେ, ଯେମିତିକି ସିଆଡ଼ୁ ଫେରି ନ ପାରିଲେ ବି ଆଉ ବିଶେଷ ଫରକ ପଡ଼ିବନି ପରିବାର ଉପରେ। ହେଲେ ସେ ଉତ୍ତର ବୟସରେ ଶରୀର ଆଉ ଦୁର୍ଗମ ରାସ୍ତା ଦେଇ ଚାଲିବା, ପାହାଡ଼ ପର୍ବତ ଚଢ଼ିବା ଅବସ୍ଥାରେ ନ ଥିବାରୁ ଲୋକେ ଅନେକ ଜିନିଷ ନ ଦେଖି ପାରି ଫେରି ଆସିବାକୁ ବାଧ୍ଯ ହଉଥିଲେ।
ତେଣୁ ମୁଁ ସେଇ ସମୟରେ ହିଁ ସ୍ଥିର କରିଥିଲି ମୁଁ ବୁଢ଼ୀ ହେଲାଯାଏଁ ଅପେକ୍ଷା କରିବିନି ତୀର୍ଥ ଭ୍ରମଣ ପାଇଁ। ନିହାତି ଚେଷ୍ଟା କରିବି ଗୋଡ଼ହାତ ଚଳୁ ଥିବା ବୟସରେ ହିଁ ମୋ ସ୍ବପ୍ନର ସ୍ଥାନ ସବୁ ବୁଲି ଆସିବାକୁ।

ବାହାଘର ପରେ ମୋ ସ୍ୱାମୀଙ୍କୁ ମୋ ଏ ଇଚ୍ଛା କଥା ଜଣେଇ ଦେଇଥିଲି। ତାଙ୍କୁ ସେତେ ବୁଲାବୁଲି ଭଲ ଲାଗେନି ବୋଲି ଜାଣି ପାରିଥିଲି, ଯେବେ ଜାଣିଲି ପେଣ୍ଠ ତାଙ୍କ ଘରଠାରୁ ମାତ୍ର 30 km ଦୂରରେ ଥାଇ ବି ସେ ଆମ ବାହାଘର ପରେ, ପ୍ରାୟ ତାଙ୍କୁ 32 ବର୍ଷ ବେଳକୁ ସେଇଠିକି ଗଲେ! 
ତେବେ ମୋ ସ୍ଵପ୍ନ ପୂରଣ ପାଇଁ ସେ କୁଣ୍ଠିତ ନ ହେଇ ସହଯୋଗ କରିବାଟା ମୋ ପାଇଁ ସୌଭାଗ୍ୟର କଥା ବୋଲି ମୁଁ ଭାବେ।

ମୁଁ ବି ଆଉ ଟିକେ ଢିଲା ହୁଅନ୍ତି କି କଣ, ହେଲେ ମୋ ଶାଶୁଙ୍କ ଅବର୍ତ୍ତମାନରେ ଆମ ଘରେ ରହି କାମଦାମ କରୁଥିବା ସ୍ତ୍ରୀ ଲୋକଟି ମତେ ପ୍ରତିଥର ଗାଁ କୁ ଯିବାବେଳେ ମନେ ପକେଇ ଦିଏ ମୋ ଶାଶୁଘରେ ଚାଲି ଆସୁଥିବା ଏକ ପରମ୍ପରା ବିଷୟରେ।
ତାଙ୍କ ଘରେ ସ୍ତ୍ରୀ ଲୋକ ମାନେ କାଳେ ବେଶୀଦିନ ବଞ୍ଚନ୍ତିନି!
So called ବିଶ୍ଵାସୀ ଲୋକଟି ସେ ଘରର ଇତିହାସ ବିଷୟରେ କହୁଚି ଯେତେବେଳେ, ସତ କହୁଥିବ ନିଶ୍ଚୟ ବୋଲି ଭାବେ ମୁଁ। ତେବେ କାହିଁକି କେଜାଣି ଘରର ଇତିହାସ ଆଳରେ ସେ ନିଜ ଭିତିରି ଇଚ୍ଛା ଗୋଟିକ ପ୍ରକାଶ କରୁଛି ମୋ ଆଗରେ ବୋଲି ମୁଁ ଅନୁଭବ କରେ।

ସେ ଲୋକର କଥାକୁ ବିଶ୍ବାସ କରି ଯେ ମୁଁ ଶୀଘ୍ର ମରିଯିବି, ତେଣୁ ତା ଆଗରୁ ସବୁ ଜାଗା ବୁଲି ଦେବି, ଏ କଥା କେବେ ଭାବି ନଥିଲି ଆଦୌ । ମାତ୍ର covid ସମୟରେ ଯେତେବେଳେ ଆଖ ପାଖର ଚିହ୍ନା ଲୋକ ମାନଙ୍କ ହଠାତ୍ ମୃତ୍ୟୁ ଖବର ମାନ ଶୁଣି ଶୁଣି ଏମିତିରେ shock ରେ ଥିଲି, ସେ ସମୟରେ ମୋ ନନାଙ୍କ ସାମାନ୍ୟ ପେଟ ଖରାପ ବୋଲି ଭାବୁଥିବା ରୋଗଟି ଆଗକୁ ଯାଇ ପରୀକ୍ଷା ନିରୀକ୍ଷା କରିବା ପରେ cancer ବୋଲି detect ହବାଟା ଶକ୍ତ ଧକ୍କା ଦେଇଥିଲା ମତେ। ଇଶ୍ୱରଙ୍କ କୃପାରୁ ରୋଗଟି initial stage ଥିବା ଯୋଗୁ operation ପରେ ମୋ ନନା ତ ସୁସ୍ଥ ହେଇଗଲେ, ହେଲେ ଜୀବନଟା ଯେ ପାଣି ଫୋଟକା ଭଳି କେତେବେଳେ ମିଳେଇ ଯିବ, ସେ ଧାରଣା ଦୃଢ଼ ହେଇଗଲା ମୋ ମନରେ। ତା ପରଠୁ ମୁଁ ବେଶୀ ବେଶୀ serious ହେଇ, ଆଉ ସମୟକୁ ଅପେକ୍ଷା ନ କରି, ନିଜ ଛୋଟ ବଡ଼ ସ୍ଵପ୍ନ ସବୁକୁ ସାକାର କରିବା ଚେଷ୍ଟାରେ ଲାଗି ପଡ଼ିଚି ଯଥା ଶୀଘ୍ର!

ସ୍ଵପ୍ନ କହିଲେ ଦୁର୍ବାର ଇଚ୍ଛା ମୋର, ଜୀବଦ୍ଦଶାରେ ଦ୍ଵାଦଶ ଜ୍ୟୋତିର୍ଲିଙ୍ଗ ତଥା ଚାରିଧାମ ସମ୍ପୁର୍ଣ୍ଣ କରିବାକୁ। ସେ ଲକ୍ଷ୍ୟ ନେଇ ତିନି ଧାମ ଦର୍ଶନ ତଥା ଦଶଟି ଜ୍ୟୋତିର୍ଲିଙ୍ଗ ଦର୍ଶନ ସରିଥିଲା। ଏବେ ଇଚ୍ଛା ଥିଲା ଉତ୍ତରାଖଣ୍ଡର Do Dham, କେଦାରନାଥ ଏବଂ ବଦ୍ରୀନାଥ ବୁଲିଗଲେ ମୋର ଚାରିଧାମ ସାଙ୍ଗକୁ 11 ଜ୍ୟୋତିର୍ଲିଙ୍ଗ ଦର୍ଶନ ମଧ୍ଯ ସମ୍ପୂର୍ଣ୍ଣ ହେଇଯିବ। କିନ୍ତୁ ଗତ କିଛି ବର୍ଷ ହେଲା କେଦାରନାଥ ପାଇଁ ପ୍ଲାନ୍ କରି କରି କିଛି ନା କିଛି କାରଣରୁ ଶେଷ ମୁହୂର୍ତ୍ତରେ ପ୍ଲାନ୍ cancel ହେବା ଦେଖି ମନ ଦୁଃଖରେ ଥିଲି। ବାବା ଯେବେ ଡାକିବେ, ସେବେ ଯାଇ ତାଙ୍କ ଦର୍ଶନ ସମ୍ଭବ ବୋଲି ବାବାଙ୍କ ଆଗରେ ହାତ ଟେକି ଦେଇଥିଲି ମୁଁ କେବେଠୁ।

ହେଲେ ଏମିତି କୌଣସି ଶିବ ମନ୍ଦିର ନାହିଁ, ଯୋଉଠି ନନ୍ଦୀ କାନରେ ମୁଁ ନ କହିଛି ବାବାଙ୍କ ପାଖରେ ମୋ ପ୍ରାର୍ଥନା ପହଞ୍ଚେଇ ଦବାକୁ! କେବେ ତାଙ୍କ ଆଦେଶ ଆସିବ, ମତେ ତାଙ୍କ ଧାମକୁ ଯିବାକୁ ସୁଯୋଗ ମିଳିବ ବୋଲି ଚାତକ ଭଳି ଚାହିଁ ରହିଥିଲି।

ଗତ ବର୍ଷ Yatra vats team ସହ କାଶ୍ମୀର trip ପରେ ତାଙ୍କୁ ସିକ୍କିମ୍, Uttarakhand ର do Dham, meghalaya ଇତ୍ୟାଦି trip ରଖିବାକୁ suggest କରିଥିଲି। ସେମାନେ ବି customer feedback କୁ ଗୁରୁତ୍ୱର ସହ ନେଇ ୟା ଭିତରେ ସିକ୍କିମ୍ trip ରଖିଥିଲେ ଆଉ ଆମେ ତାଙ୍କ ସହ ସେ trip ସାରିଥିଲୁ ମଧ୍ଯ। ପୁଣି ଥରେ ସେତେବେଳେ ତାଙ୍କୁ ମନେ ପକେଇ ଦେଇଥିଲି, ଏଇ summer ରେ kapat ଖୋଲିବା ପରେ କେଦାରନାଥ, ବଦ୍ରୀନାଥ tour ରଖିବାକୁ।

ଯୋଗକୁ ସେମାନେ may 10 ରେ Kedarnath kapat ଖୋଲିବା ପରେ ପରେ may 15 ରୁ 19 ଯାଏଁ do dham trip plan ରଖିଥିଲେ। ଆମେ ତ ଏମିତିରେ ଚାତକ ଭଳି ଅପେକ୍ଷା କରି ରହିଥିଲୁ, ତାଙ୍କ plan ଜାଣିବା ମାତ୍ରେ ଆଗେ ଆମର ତିନୋଟି ସିଟ୍ book କରିଦେଲୁ।

ବାକି ତାଙ୍କର trip 15 ତାରିଖ,ବୁଧବାରରେ ହରିଦ୍ଵାରରୁ ଆରମ୍ଭ ହଉଚି ଜାଣିବା ପରେ, ଆମେ weekend ରେ travel କରି Monday, Tuesday ଦୁଇ ଦିନ ନିଜେ ନିଜେ ହରିଦ୍ଵାର, ରିଷିକେଶ ବୁଲିବୁ ଭାବି ଦିଲ୍ଲୀ ଯାଏଁ train ticket book କରିଦେଲୁ ।

ଏମିତିରେ କାଶ୍ମୀର, ସିକ୍କିମ୍ ବୁଲିବା ବେଳେ ଶୀତବସ୍ତ୍ର ସବୁ କିଣି ପକେଇ ଥିଲୁ। ତେଣୁ ଏବେ ଏ trip ପାଇଁ ସେଇ ଶୀତବସ୍ତ୍ର ସହ ବର୍ଷା ପାଇଁ ଆବଶ୍ୟକୀୟ ବସ୍ତ୍ର କିଛି ମିଶେଇ ପ୍ୟାକ୍ କରିବାକୁ ଥିଲା। Youtube ରୁ video ସବୁ ଦେଖି ଦେଖି ଯାହା ସବୁ ଦରକାରୀ ଜିନିଷ, ତାର ଲିଷ୍ଟ୍ ତିଆରି କରି ଧୀରେ ଧୀରେ ପ୍ୟାକ୍ କରି ରଖି ଅପେକ୍ଷା କଲୁ ଆମ ଯାତ୍ରା ଦିନ ପାଇଁ…

     …. କ୍ରମଶଃ

©Lipsa Panda

### ଭ୍ରମଣ କାହାଣୀ- କୁଟୁଣିପଦର -କୋରାପୁଟ ###

ମୋର ଭ୍ରମଣ କାହାଣୀ ସବୁ ପଢ଼ି ବହୁତ୍ ଜଣ ପଚାରନ୍ତି ଆମେ ଏତେ ଲମ୍ବା ରାସ୍ତା ଗାଡ଼ିରେ ଯାଉ କେମିତି ଆଉ କାହିଁକି!
“କେମିତି” ର ଉତ୍ତର ହେଲା ସେଇଟା ନିଜ ନିଜ stamina ଉପରେ ନିର୍ଭର କରେ।
“କାହିଁକି” ର ଉତ୍ତର ହେଲା ଆମେ ଆମ journey କୁ enjoy କରୁ  । ଆଉ ଯଦି ଠିକ୍ ଭାବେ plan କରି ପାରିଲା ଜଣେ, ତ ସେଇ ରାସ୍ତା ଦେଇ ଯିବାବେଳେ ବି ଜଣେ ଛୋଟ ଛୋଟ diversion ସବୁ କରି, ବହୁତ୍ କିଛି ଦେଖି ଦେଖି ଯାଇ ପାରିବ।

କୋରାପୁଟର ବିଭିନ୍ନ ଦର୍ଶନୀୟ ସ୍ଥାନ ସବୁ ବିଷୟରେ ଶୁଣି ଶୁଣି ସେଇଠିକି ଯିବାକୁ ଖୁବ୍ ଇଚ୍ଛା ଥିଲେ ବି ମୁଁ କେବେ ଯାଇ ପାରୁ ନଥିଲି।
ତେବେ covid ବେଳେ ଥରେ ନିଜ ଗାଡ଼ି ନେଇ ଓଡ଼ିଶା ଆସିବା ପରେ ଆମେ ପ୍ରାୟତଃ ଗାଡ଼ିରେ ଯିବାକୁ ପସନ୍ଦ କଲୁ। ବିଭିନ୍ନ ସମୟରେ ଅଲଗା ଅଲଗା ରାସ୍ତା ଦେଇ ଯିବା ଆସିବା କଲାବେଳେ ପ୍ରତି ଥର କିଛି କିଛି ନୂଆ ଜାଗା ଦେଖି ଦେଖି ଗୁଡ଼ାଏ ଜାଗା ଦେଖି ସାରିଲୁଣି ଆମେ ୟା ଭିତରେ ।

ସେଇ ସବୁ ଜାଗାକୁ #detour hashtag ଦେଇ ମୁଁ ପୋଷ୍ଟ କରିବି ଆଗକୁ, ଯେମିତି ସେଇ ଜାଗା ସବୁ କିଏ ଯିବାକୁ ଚାହିଁଲେ easy ହବ ତାଙ୍କୁ 

ଏଇ ଥର ଗଲାବେଳେ କୁଟୁଣି ପଦର, ସହସ୍ର ଶିବଲିଙ୍ଗ ବୁଲି ଦେଖି ଦେଇଗଲୁ!
ଏଇ ଜାଗାଟି କୋରାପୁଟ ରୁ ରାୟଗଡ଼ା ଯିବା ରାସ୍ତାରେ Main Road ରୁ 10 km ଭିତରକୁ ଯିବାକୁ ପଡ଼େ।
ଛୋଟିଆ ଗାଁ ଭିତରେ ଅବସ୍ଥିତ ଏଇ ସ୍ଥାନରେ ଏତେ ସାରା ଶିବ ଲିଙ୍ଗ କେମିତି, କୁଆଡ଼ୁ ଆସିଲା, ସେ ଏକ ବିସ୍ମୟ!

ଗାଁ କୁ ରାସ୍ତାଟି ଅଣଓସାରିଆ ହେଲେ ବି ଭଲ କୁହାଯିବ।
Odisha tourism ବିଭାଗକୁ ଧନ୍ୟବାଦ ସେ ଜାଗାକୁ ରାସ୍ତା କରି ତାକୁ ଲୋକ ଲୋଚନକୁ ଆଣି ଥିବାରୁ।

ଛୋଟିଆ ଉଚ୍ଚା ସ୍ଥାନରେ ଥିବା ମନ୍ଦିରକୁ ଯିବାକୁ ମାର୍ବଲ ପାହାଚ ସବୁ ତିଆରି ହେଇଛି। କିନ୍ତୁ ସେ ପାହାଚ ଏତେ ଛୋଟ ଛୋଟ ଯେ, ତାର ଅଧା ସଂଖ୍ୟାର ପାହାଚ ତିଆରି ହେଇ ପାରିଥାନ୍ତା ବୋଲି ମତେ ଲାଗିଲା।
ତଳେ ପୂଜା ସାମଗ୍ରୀ ଥିବା ଦୋକାନ ଟିଏ ଅଛି।

ମନ୍ଦିର ଭିତରେ ଜଣେ ଆଦିବାସୀ ପୂଜକ ବସିଥିଲେ। ଆମକୁ ଦେଖି ଖୁବ୍ ଖୁସି ହେଇ ଢେର୍ ସାରା ଆଶୀର୍ବାଦ ଦେଲେ ଓ ମୟୂର ପୁଚ୍ଛ ରେ ଝାଡ଼ିଦେଲେ। କିନ୍ତୁ ଆମେ ଲକ୍ଷ୍ୟ କଲୁ ସେ କୌଣସି ମନ୍ତ୍ର ଉଚ୍ଚାରଣ କରୁ ନ ଥିଲେ ପୂଜା କଲାବେଳେ। ସେ ଜାଣିଥିବା ସମସ୍ତ ଦେବାଦେବୀ ଙ୍କ ନାଁ ନେଇ ଆମ ମାନଙ୍କର ମଙ୍ଗଳ ପାଇଁ ତାଙ୍କ ନିକଟରେ ପ୍ରାର୍ଥନା କରୁଥିଲେ।

ତା ପରେ ବି ଆମକୁ ଅମାପ ଶାନ୍ତି ମିଳୁଥିଲା ସେ ବିନା ମନ୍ତ୍ର ଉଚ୍ଚାରଣର ଆଶୀର୍ବାଦ ରୁ। ହୁଏତ ସେଇଟା ତାଙ୍କ ନିର୍ମଳ ମନରୁ ବାହାରୁ ଥିଲା ବୋଲି କି କଣ!

ଆମେ ତାଙ୍କୁ ଏଭଳି ଜାଗାରେ ଏତେ ସାରା ଶିବ ଲିଙ୍ଗ କୁଆଡ଼ୁ ଆସିଲା ବୋଲି ପଚାରିଲୁ ତ ମାଟି ଖୋଳା ହେଲାବେଳେ ଏସବୁ ସେ ଜାଗାରୁ ବାହାରି ଥିଲା ବୋଲି କହିଲେ ଆମକୁ।

Local ଲୋକ ଜଣେ କିଏ ମନ୍ଦିରକୁ electric current ଦେଇଛନ୍ତି ବୋଲି କହୁଥିଲେ। ଆମେ କିଛି ଟଙ୍କା ଦେଲା ବେଳକୁ ଟିକେ କୁଣ୍ଠିତ ହେବା ଦେଖି ଆମକୁ ଭଲ ଲାଗିଲା।

ପାଖରେ ମା ତାରିଣୀଙ୍କ ମନ୍ଦିର ତଥା ଅନ୍ୟ ଏକ ଗୁମ୍ଫାରେ ଦୁଇଟି ଶିବ ଲିଙ୍ଗ ରହିଛି ବୋଲି ରାସ୍ତା ଦେଖେଇ ଦେଲେ। ପାଖ ଗୁମ୍ଫା ଭିତରେ ଥିବା ଶିବ ଲିଙ୍ଗ ସ୍ଥାନକୁ ଆଣ୍ଠେଇ ପଶିବାକୁ ପଡ଼ିଲା। ମାତ୍ର bulb connection ଥିବାରୁ ଭିତରଟା ଅନ୍ଧାର ନଥିଲା। ତେଣୁ ଡର ଲାଗୁ ନଥିଲା।

ତାରିଣୀ ମନ୍ଦିର ରେ ଗୁଡ଼ାଏ ଖଣ୍ଡା ପୂଜା ପାଉଥିଲା। ସେସବୁର ଦଶହରା ସମୟରେ ସ୍ଵତନ୍ତ୍ର ପୂଜା ହୁଏ ବୋଲି ପୂଜାରୀଙ୍କ ଠାରୁ ଶୁଣିଥିଲୁ।

ଅଳ୍ପ କିଛି ସମୟ ସେ ପାହାଚରେ ବସି ଚାରି ପାଖର ସବୁଜ ପରିବେଶକୁ ନିରୀକ୍ଷଣ କଲୁ।

ତେବେ ସେ ପାହାଚ ମାନଙ୍କରେ ଗାଁ ର ଗୁଡ଼ାଏ ଲୋକ ଗାମୁଛା ପାରି ଭିକ ମାଗିବାକୁ ବସି ଯାଇଥିବା ଦେଖି ମତେ ସେତେ ଭଲ ଲାଗିଲାନି।

Tourism sector develop ହେଲେ local ଲୋକଙ୍କୁ job ମିଳିବ ବୋଲି ଆମେ ଭାବନ୍ତି। କିନ୍ତୁ ଏମିତି ଭିକ ମାଗି ରୋଜଗାର କରିବା ପନ୍ଥା କେବେ ବି ଠିକ୍ ନୁହେଁ ବୋଲି ମୋର ମତ!

ଆମେ ସେଇଠୁ ଫେରିବାକୁ ବାହାରିଲା ବେଳକୁ ଆଉ ଅନେକ ଲୋକ ଆସୁଥିଲେ ନିଜ ଗାଡ଼ି ମାନ ଧରି। ତେଣୁ ଆମେ ଶୀଘ୍ର ପହଞ୍ଚି ଯାଇଥିଲୁ ବୋଲି କେହି ନଥିଲେ ବୋଲି ଅନୁଭବ ହେଲା।

©Lipsa Panda

### ଭ୍ରମଣ କାହାଣୀ – Madhya Pradesh Diary -Day 5: Omkareshwar, Mamleshwar, Maheshwar Fort, Return journey ###

ପୂର୍ବ ଲେଖାରେ ଲେଖିଥିଲି Omkareshwar Jyotirlinga ଦର୍ଶନ ବିଷୟରେ। ଗତ କାଲି ସନ୍ଧ୍ୟାରେ ଯାଇ ମନ୍ଦିର ଦର୍ଶନ କରିଥିଲୁ ବୋଲି ଆଜି ପାଇଁ boating ବାକି ରଖିଥିଲୁ।

Omkareshwar Jyotirlinga ଦର୍ଶନ complete ବୋଲି ସେତେବେଳେ ମାନିବ, ଯେତେବେଳେ ନର୍ମଦା ନଦୀର ଏପାଖରେ ଥିବା Mamaleshwar ଙ୍କୁ ଦର୍ଶନ କରିବ ଜଣେ। ତେଣୁ ଆଜି ସକାଳୁ ଉଠି ନିତ୍ୟକର୍ମ ସାରି ଆଶ୍ରମ canteen ରେ ଜଳଖିଆ ଖାଇ ଦେଇ Mamleshwar ଯିବୁ ବୋଲି ସ୍ଥିର କଲୁ।
ଜଳଖିଆରେ ଥିଲା poha 10/-, upma 15/-, sagu khichdi 15/-,tea 10/-,coffee 10/-, milk 7/-.
ସବୁଥିରୁ ଗୋଟେ ଗୋଟେ ନେଇ ଆସିଲୁ। ଦୁଇଦିନ ଧରି MP ର ମିଠା poha ଖାଇବା ପରେ ଆଜି ମହାରାଷ୍ଟ୍ରର ଲୁଣି ଓ ବାଦାମ୍ ପକା poha ଭାରି ଭଲ ଲାଗିଲା। Upma ଆଉ sabudana khichdi ବେଶ୍ ସୁଆଦିଆ ଥିଲା। Sagu khichdi ରେ ବାଦାମ ଗୁଣ୍ଡ ପଡ଼ି ଭିନ୍ନ ଆଉ ଭଲ ଲାଗୁଥିଲା ତା ସ୍ୱାଦ । ଚା, କଫି ଭଲ ଲାଗୁଥିଲା କ୍ଷୀର ଭଲ quality ର ଯୋଗୁ ।

ପେଟ ଶାନ୍ତି କରି ବାହାରି ପଡ଼ିଲୁ Mamaleshwar ମନ୍ଦିର ଅଭିମୁଖେ। ସକାଳୁ ସକାଳୁ ସେଠି ସେତେ ଭିଡ଼ ନଥିଲା। କାରଣ ପ୍ରାୟ ଲୋକ ujjain ରୁ ଆସନ୍ତି ଏଠିକି। ତେଣୁ ଦିନ ଦଶ ପରେ ଭିଡ଼ ଦେଖିବାକୁ ମିଳେ ଏଠି ପ୍ରାୟତଃ।

Mamaleshwar ଙ୍କୁ ଦର୍ଶନ କରିବା ପରେ ମୋର 10 ଜ୍ୟୋତିର୍ଲିଙ୍ଗ complete ହେଲା ବୋଲି କହି ପାରିବି ଏବେ officially 

ସେଇଠୁ ଘାଟ କୁ ଓହ୍ଲେଇବା ରାସ୍ତାରେ ଗୋଟେ ଦୁଇଟା ମନ୍ଦିର ଦେଖି ଦେଖି ଆସିଲୁ। ତଳେ ପହଞ୍ଚୁ ପହଞ୍ଚୁ ଡଙ୍ଗା ବାଲା ମାନେ ବେଢ଼ି ଗଲେ। ସେଠି ନର୍ମଦା ପରିକ୍ରମା ପାଇଁ 300/- fix rate ଥାଏ ବୋଲି ଜାଣିଥିଲି ମୁଁ। କିନ୍ତୁ ତା ପାଇଁ ମଝିରେ ମଝିରେ ଚାଲିବାକୁ ପଡ଼ିବ ଗୁଡ଼ାଏ। ଆମର ସେଥିରୁ କେବଳ ତିନି ଚାରୋଟି point ଦେଖିବାର ଥିଲା। 100 /- ଜଣ ପିଛା ବୋଲି bargain କରି ଗୋଟେ sharing ଡଙ୍ଗାରେ ବସିଲୁ ଆମେ ।

ଲୋକଙ୍କୁ ସେଠି Narmada Jee କହୁ ଥିବାର ଶୁଣି ନଦୀ ପ୍ରତି ଏ ସମ୍ମାନ ଦେଖି ଭଲ ଲାଗିଲା। ନଦୀରେ ସାବୁନ୍, sampoo ଲଗେଇ ସ୍ନାନ କରିବା ମନା ବୋଲି ବୋର୍ଡ଼ଟିଏ ଆଖିରେ ପଡ଼ିଲା। କେବଳ ବୁଡ଼ ପକେଇ ପାରିବ ଘାଟ ମାନଙ୍କରେ। ଡ୍ରେସ୍ ବଦଳେଇବାକୁ changing room ଥିଲା । ସେଥିପାଇଁ ବୋଧେ ଏଠି ପାଣି ଖୁବ୍ ସଫା ସୁତୁରା ଆଉ ଘନ ନୀଳ ରଙ୍ଗର ଥିଲା।

ଆଗେ ଆମକୁ dam ଆଡ଼କୁ ନେଇ ଗଲା ଡଙ୍ଗା। ସେପଟେ ଗୋଟେ ଜାଗାରେ ଅନ୍ୟ ଦିଗରୁ କାବେରୀ ନଦୀ ଆସି ମିଶିଥାଏ ନର୍ମଦା ସହ। ସେ ଜାଗାକୁ ତ୍ରିବେଣୀ ସଙ୍ଗମ ସ୍ଥଳ କୁହଯାଏ। ଅନ୍ୟ ଏକ ନଦୀ ଗୁପ୍ତ ଥାଏ ବୋଲି ଶୁଣିଲୁ ନାଉରୀ ଠୁ। ବୁଡ଼ ପକେଇବା ତ ସମ୍ଭବ ନଥିଲା, ସେ ସଙ୍ଗମ ସ୍ଥଳରୁ ପାଣି ଆଣି ମୁଣ୍ଡରେ ଛିଞ୍ଚି ହେଇ ପଡ଼ିଲୁ ଟିକେ।

ସେଇଠୁ ଉପର ଆଡ଼କୁ ନେଇ ଆସିଲା ଡଙ୍ଗା। ଗୋଟିଏ ଜାଗାରୁ ଭଗବାନ ବିଷ୍ଣୁଙ୍କ ମନ୍ଦିର ଦେଖେଇ ଦେଲା ଆମକୁ ନାଉରୀ।  ଅନ୍ୟ ଦିଗରେ ଏବେ ଅଳ୍ପ କିଛି ମାସ ତଳେ ତିଆରି ହେଇଥିବା Shankaracharya ଙ୍କ ବିଶାଳ ମୂର୍ତ୍ତୀ Statue of Oneness କୁ ବି ଦେଖେଇ ଦେଲା। ତା ପରେ ଆମକୁ ଛାଡ଼ିଦେଲା Omkareshwar ମନ୍ଦିର ପଟେ।

ଆଜି ଗଲାକାଲି ଅପେକ୍ଷା ଟିକେ କମ୍ ଗହଳି ଲାଗୁଥିଲା। ତେଣୁ ଉପରକୁ ଯାଇ ଧାଡ଼ିରେ ଲାଗି ପ୍ରାୟ ଗୋଟେ ଘଣ୍ଟା ପରେ ବାବାଙ୍କ ଦର୍ଶନ ସାରି ବାହାରକୁ ଆସିଲୁ। ଏବେ ଝୁଲା ପୋଲ ଦେଇ ଫେରିଲୁ ରୁମ୍ କୁ।

ରାସ୍ତାରେ ବହୁତ୍ ଗୁଡ଼ାଏ Narmada Matka kulfi ଠେଲା ଦେଖି ଗୋଟିଏ ରୁ kulfi କିଣି ଖାଇ ଖାଇ ଆସିଲୁ। 20/- ରେ ଏତେ ସ୍ଵାଦିଷ୍ଟ kulfi! ଯିଏ ସେଠିକି ଯାଉଛନ୍ତି, ନିହାତି ଥରେ try କରିବେ ବୋଲି ମୁଁ recommend କରିବି।

ରୁମ୍ ରୁ ଜିନିଷ ପତ୍ର ଗାଡ଼ିରେ ପ୍ୟାକ୍ କରି ବାହାରିଲୁ Maheswar fort କୁ। 70 km ରାସ୍ତା, 2 ଘଣ୍ଟା ଲଗିଲା ପହଞ୍ଚିବାକୁ।

Maheswar fort ରାଣୀ ଅହିଲ୍ୟା ବାଇ ହୋଲକରଙ୍କ ରାଜଧାନୀ ଭାବରେ ପ୍ରସିଦ୍ଧ। ମା ନର୍ମଦାଙ୍କ କୂଳରେ ଅବସ୍ଥିତ ଏ ଦୁର୍ଗ। Holkar dynasty ତାଙ୍କ ରାଜଧାନୀ ଏଇଠୁ ଇନ୍ଦୋର କୁ ଉଠେଇ ଆଣିଥିଲେ ପରେ ।
ଏହା mahismati ସାମ୍ରାଜ୍ଯ ଭାବେ ମଧ୍ଯ ବେଶ୍ ଜଣାଶୁଣା। ବାହୁବଳୀ ସିନେମା ଦେଖିଥିଲେ mahismati ବିଷୟରେ ଜାଣିଥିବେ ନିଶ୍ଚୟ 

ହିନ୍ଦୁ ମନ୍ଦିର ସବୁକୁ ଭାଙ୍ଗିବା ଯୋଗୁ ଆଉରଙ୍ଗଜେବ ଯେତିକି ଘୃଣିତ, ସେଇ ଭଗ୍ନ ମନ୍ଦିର ସବୁର ଜୀର୍ଣ୍ଣୋଧାର କରି ରାଣୀ ଅହିଲ୍ୟା ବାଇ ହୋଲକର ସେତିକି ପୂଜିତା।

ରାଣୀ ମା  ସ୍ୱାମୀଙ୍କ ମୃତ୍ୟୁ ପରେ ତାଙ୍କ ଚିତାରେ ଝାସ ଦେଇ ସତୀ ହେବାକୁ ପ୍ରସ୍ତୁତ ହେଉଥିବା ବେଳେ ତାଙ୍କ ଶ୍ୱଶୁର ଏଥିରୁ ତାଙ୍କୁ ବାରଣ କରି ରାଜ୍ଯଭାର ସମ୍ଭାଳିବାକୁ ପରାମର୍ଶ ଦେଇଥିଲେ। ତାଙ୍କ ପରାମର୍ଶ ମାନି ରାଣୀ ମା ରାଜ୍ୟ ଭାର ଗ୍ରହଣ କଲେ। କୁହଯାଏ ତାଙ୍କରି ରାଜତ୍ଵ କାଳରେ ତାଙ୍କ ପ୍ରଜା ସବୁଠାରୁ ଶାନ୍ତିରେ ଜୀବନ ବିତାଉଥିଲେ। ରାଣୀ ମା ଥିଲେ ନ୍ୟାୟ ଓ ଧର୍ମର ମୂର୍ତ୍ତିମନ୍ତ ଦେବୀ। ନିଜେ ସନ୍ନ୍ୟାସୀନୀ ର ଜୀବନ ଅତିବାହିତ କରୁଥିଲେ। ମାତ୍ର ଆକୁମାରୀ ହିମାଳୟ ସମସ୍ତ ପ୍ରମୂଖ ହିନ୍ଦୁ ମନ୍ଦିର, ଯାହା ସବୁ radical iconoclast ଆଉରଙ୍ଗଜେବ ଦ୍ଵାରା ଭାଙ୍ଗି ଦିଆଯାଇଥିଲା, ସେସବୁର ଜୀର୍ଣ୍ଣୋଧାର କରେଇ ଥିଲେ। ପ୍ରମୁଖ ତୀର୍ଥସ୍ଥଳୀ ମାନଙ୍କରେ ଧର୍ମଶାଳା ତିଆରି କରେଇ ଥିଲେ। ମନ୍ଦିରମାନଙ୍କ ରକ୍ଷଣାବେକ୍ଷଣ ପାଇଁ ବାର୍ଷିକ ଅନୁଦାନ ଦଉଥିଲେ। ତାଙ୍କ ଦ୍ଵାରା କରା ଯାଇଥିବା ସମସ୍ତ ପୁଣ୍ୟ କାମର ଲିଷ୍ଟ୍ ଦେଖିବାକୁ ପାଇଲୁ ସେ ଦୁର୍ଗରେ ତାଙ୍କ ଦରବାର ହଲ୍ ରେ ଲାଗିଥିବା ବୋର୍ଡ଼ ରୁ।

Fort ପାଖରେ ପହଞ୍ଚିବା ବେଳକୁ ପ୍ରବଳ ଖରା। Lunch time ଗଡ଼ି ଯାଇଥିଲେ ବି ଖାଦ୍ୟ ଖାଇବାକୁ ଆଗ୍ରହ ନଥିଲା।
ତଳେ ପାର୍କିଂ ରେ ଗାଡ଼ି ପାର୍କ କରି ଉପରକୁ ଚଢ଼ିଲୁ ଛତା, ଚଷମା ଆଉ ପାଣି ବୋତଲ ଧରି। ରାସ୍ତାରେ ଥିବା ଦୋକାନରୁ butter milk କିଣି ପିଇ ପିଇ ଚାଲିଲୁ। ଗୁଡ଼ାଏ ଗଳି ରାସ୍ତା ଦେଇ ଉଠାଣି, ଗଡାଣିଆ ରାସ୍ତାରେ ଯାଇ ପହଞ୍ଚିଲୁ ରାଜ ରାଜେଶ୍ଵର ମନ୍ଦିରରେ। ଏହି ମନ୍ଦିରରେ 11 ଟି ଅଖଣ୍ଡ ଦ୍ଵୀପ ଜଳୁଚି ଦୀର୍ଘ ବର୍ଷ ଧରି।

ଏହି ଅଖଣ୍ଡ ଦ୍ଵୀପ ପଛରେ ଏକ କାହାଣୀ ରହିଛି।
ପୌରାଣିକ କଥା ଅନୁଯାୟୀ ଏଠି ସହସ୍ରାର୍ଜ୍ଜୁନ ରାଜା ଥିଲେ। ତାଙ୍କର 500 ରାଣୀ ଙ୍କୁ ନେଇ ଥରେ ସେ ନର୍ମଦା ନଦୀ କୁ ଜଳ ବିହାର କରିବାକୁ ଗଲା ବେଳେ, ରାଣୀ ମାନେ ଅଧିକ ପାଣିରେ ଜଳକ୍ରିଡ଼ା କରିବାକୁ ଇଚ୍ଛା କରନ୍ତେ ସହସ୍ରାର୍ଜ୍ଜୁନ ନିଜ 1000 ଟି ବାହୁ ଦ୍ବାରା ନର୍ମଦା ପାଣିକୁ ଅଟକେଇ ଦେଲେ। ରାବଣ ଆକାଶ ମାର୍ଗରେ ପୁଷ୍ପକ ବିମାନରେ ଯିବାବେଳେ ତଳେ ଶୁଖିଲା ନଦୀ ପଠା ଦେଖି ସେଇଠି ବାଲିରେ ଶିବଲିଙ୍ଗ ତିଆରି କରି ପୂଜା କରିବାକୁ ଲାଗିଲା। କିନ୍ତୁ ସହସ୍ରାର୍ଜ୍ଜୁନଙ୍କ ରାଣୀ ମାନେ ଜଳକ୍ରିଡ଼ା ସାରିବା ମାତ୍ରେ ସେ ନିଜ ବାହୁ ଅପସାରଣ କରିଦେବା ମାତ୍ରେ ନର୍ମଦା ପାଣି ଖର ସ୍ରୋତରେ ଯାଇ ରାବଣର ପୂଜା ଭଗ୍ନ କରିଦେଲେ। ଫଳରେ ରାବଣ କ୍ରୋଧିତ ହେଇ ସହସ୍ରାର୍ଜ୍ଜୁନ ସହ ଯୁଦ୍ଧ କରିବାକୁ ଲାଗିଲା। ମାତ୍ର ସହସ୍ରାର୍ଜ୍ଜୁନ ତାକୁ ଅଚିରେ ପରାସ୍ତ କରି ନେଇଆସି ନିଜ ଛୁଆର ଦୋଳି ସାମ୍ନାରେ ବାନ୍ଧି ଦେଲେ। ରାବଣର ଦଶ ମୁଣ୍ଡରେ ଦଶଟି ଦ୍ଵୀପ ରଖି ନିଜ ହାତରେ ଗୋଟିଏ ଦ୍ଵୀପ ଧରି ସେ ରାବଣକୁ ଘୋଷାଡ଼ି ଘୋଷାଡ଼ି ନେଇ ଆସିଥିଲେ ଏ ସ୍ଥାନକୁ। ସେହି କଥାକୁ ସ୍ମରଣ କରି 11 ଟି ଅଖଣ୍ଡ ଦ୍ଵୀପ ଏବେ ବି ପ୍ରଜ୍ଜ୍ଵଳିତ ହେଉଛି ସେଇଠି।

Maheswar ରୁ 10 km ଦୂରରେ ନର୍ମଦା ସହସ୍ର ଭାଗରେ ବିଭକ୍ତ ହେଇଥିବା ସେ ସ୍ଥାନ ସହସ୍ର ଧାରା ନାମରେ ପରିଚିତ। ସେଇଠି ଏବେ ବିଭିନ୍ନ ପ୍ରକାର river games ର ବ୍ୟବସ୍ଥା କରାଯାଇଛି govt ଦ୍ଵାରା। ସେଠିକି entry ticket 100/- ବୋଲି ଜଣେ ମାଉସୀ ତାଙ୍କଠୁ କାକୁଡ଼ି କିଣିଲା ବେଳେ କହିଲେ। ମାତ୍ର ଏ ଟାଣ ଖରାରେ ଏବେ ସେଇଠିକି ନ ଯିବାକୁ ପରାମର୍ଶ ଦେଲେ ଆମକୁ।

ଆମ ହାତରେ ସମୟ ଥିଲେ ସେଇଠି ରାତିଏ ରହିଥାନ୍ତୁ ଆଉ ସନ୍ଧ୍ୟାରେ Sahasradhara ବୁଲି ଯାଇଥାନ୍ତୁ। କିନ୍ତୁ ଆଉ ଛୁଟି ନ ଥିବାରୁ କେବଳ maheswar fort ଦେଖି ଦେଇ ଫେରିବାକୁ ବାଧ୍ୟ ହେଲୁ।

ରାଜ ରାଜେଶ୍ଵର ମନ୍ଦିର ଦେଖିସାରି ରାଣୀ ମା ଙ୍କ କାର୍ଯ୍ୟାଳୟ ଆଡ଼େ ଗଲୁ। Life size statue ଗୋଟିଏ ତିଆରି ହେଇଛି ସେ ସ୍ଥାନରେ। ଭିତରେ ତାଙ୍କ ଅଫିସ, ପୂଜା ଘର, ଦରବାର, ଯୋଉଠି ବସି ସେ ପ୍ରଜା ମାନଙ୍କ ଗୁହାରୀ ଶୁଣୁଥିଲେ, ସବୁ କୁ ସେଇମିତି ସଜେଇ ରଖା ଯାଇ ଥିବାର ଦେଖିଲୁ। ବୋର୍ଡ ରେ ତାଙ୍କ କାମର ତାଲିକା ସହ ତାଙ୍କ ବାର୍ତ୍ତା ସବୁ ଲେଖା ଯାଇଥିଲା।
କି ଉଚ୍ଚକୋଟୀର ଜୀବନ ଦର୍ଶନ!
ମାଟିର ଘର ସବୁରେ ରହୁଥିଲେ ସେ। ଏତେ ସାଧାସିଧା ସରଳ ନିରାଡ଼ମ୍ବର ଜୀବନ ଯାପନ କରୁଥିବା ମହୀୟସୀ ମହିଳା ଜଣଙ୍କ କିନ୍ତୁ ହାତ ଖୋଲି ଦେଇଥିଲେ ଦେଶ ସାରାର ମନ୍ଦିର, ତୀର୍ଥସ୍ଥାନ ସବୁର ପୁନରୁଦ୍ଧାର ପାଇଁ।

ସେସବୁ ଦେଖିସାରି ରାଣୀ ମା ଙ୍କ ଦ୍ଵାରା ନର୍ମଦା କୂଳରେ ନିର୍ମିତ Ahileswar ମନ୍ଦିରକୁ ଗଲୁ। ନିଜେ ମାଟି ଘରେ ରହି ଘର ପଛ ପଟେ ଏଡ଼େ ସୁନ୍ଦର କାରୁକାର୍ଯ୍ୟ ପୂର୍ଣ୍ଣ ମନ୍ଦିର ନିର୍ମାଣ କରିଛନ୍ତି ଦେଖି ତାଙ୍କ ପ୍ରତି ସମ୍ମାନ କାହିଁ କେତେ ଗୁଣରେ ବଢ଼ି ଗଲା।
ଘାଟ ଦେଖି ତ ଆଖି ଖୋସି ହେଇଗଲା। Padman ଠୁ ଆରମ୍ଭ କରି ଗୁଡ଼ାଏ ମୁଭି ରେ ଏଇ ଘାଟ କୁ ବାରାଣସୀ ଘାଟ କହି ଦେଖା ଯାଇଛି।

ତଳେ ଶାନ୍ତ ସଲିଳା ମା ନର୍ମଦା। ପାଣି ପାଖକୁ ଯାଇ ଦେଖିଲୁ ଶହ ଶହ ମାଛ। ଖାଇବାକୁ କିଛି ଫିଙ୍ଗିଲେ ମାଡ଼ ଗୋଡ଼ ହେଇ ଖାଉ ଥାଆନ୍ତି ଆସି। କିଛି ସମୟ ସେଠି ଗୋଡ଼ ବୁଡ଼େଇ ଡହ ଡହ ଖରାରୁ ଟିକିଏ ଶୀତଳତାର ଅନୁଭବ ନେଲୁ।
ଅନେକ ଲୋକେ ଘାଟରେ ଗାଧୋଉଥିବା ଦେଖିଲୁ। Changing room ଥିଲା ସେଠି । ଆମେ ଜାଣିଥିଲେ ସାଙ୍ଗରେ ଲୁଗାପଟା ନେଇ ଆସିଥାନ୍ତୁ, ଆଉ ଗାଧୋଇ ଥାନ୍ତୁ 

ସେଇଠି ଜଣ ପିଛା 50/- ticket କରି boating କରିବାକୁ ଗଲୁ । ନର୍ମଦା କୂଳେ କୂଳେ ଅନେକ ମନ୍ଦିର। କିଛି ଦୂରରେ ନଦୀ ମଧ୍ୟସ୍ଥ ଟାପୁରେ ବାଣେଶ୍ଵର ମନ୍ଦିର। ସେଇ ପାଖରୁ ବୁଲେଇ ନେଇ ଆସିଲା ଆମକୁ ଡଙ୍ଗା। ଅଧିକ ଟଙ୍କିଆ ଟିକେଟ କରିଥିଲେ ଓହ୍ଲେଇବାକୁ ଦେଇଥାନ୍ତି ସେଠି।

ଡଙ୍ଗା ରୁ ଓହ୍ଲେଇ ଉପର ଆଡ଼କୁ ଥିବା କାଶୀ ବିଶ୍ଵନାଥ ମନ୍ଦିର କୁ ଗଲୁ। ଏବେ ଏବେ ସେଇ ଅଞ୍ଚଳର ଜଣେ ରାଜବଂଶୀ କିଏ ମନ୍ଦିରର renovation କରିଛନ୍ତି ବୋଲି local ଲୋକ ଜଣେ କହିଲେ ଆମକୁ।
ନୂଆ ହେଇ ଝଲସୁ ଥିଲା ସେ ମନ୍ଦିର। ବିଶ୍ଵନାଥଙ୍କ ଲିଙ୍ଗ ରୂପାରେ ଛାଉଣୀ କରା ଯାଇଥିଲା।
ସେଇଠି କିଛି ସମୟ ବସି ଫେରିବାକୁ ବାହାରିଲୁ।

ଫେରିବା ରାସ୍ତାରେ ରାସ୍ତା ଦୁଇ ପାଖରେ ଥିବା ମାହେଶ୍ଵରୀ ଲୁଗା ଦୋକାନ ସବୁ ଦେଖି ଦେଖି ଆସିଲୁ । ଆମ ସମ୍ବଲପୁରୀ, ବରହମପୁରୀ ଶାଢ଼ୀ ଭଳି ସେଠିକାର ମାହେଶ୍ଵରୀ ଶାଢ଼ୀ ଖୁବ୍ famous. ଓଢଣୀ, ଶାଢ଼ୀ, tops, suits ଇତ୍ୟାଦି ମିଳୁଥିଲା ସେଠି ।

Fort ତଳକୁ ଆସି ଗୋଟେ ଶାଢ଼ୀ ଷ୍ଟଲ୍ ରେ ଶାଢ଼ୀ ଦେଖୁଚୁ, ଜଣେ ଆସି ସେ ଦୋକାନୀ କୁ ପଚାରିଲେ ଜଗନ୍ନାଥ ମନ୍ଦିର କୋଉଠି? ଚମକି ପଡ଼ିଲୁ ଆମେ। ଏଠି ପୁଣି ଜଗନ୍ନାଥ ମନ୍ଦିର!
ତେବେ ଶାଢ଼ୀ, ଡ୍ରେସ୍ କିଛି କିଣି ସାରି ଦୋକାନୀ ଦେଖେଇ ଦେଇଥିବା ଦିଗରେ  ଆଗେଇଲୁ।

ରାସ୍ତା ସାରା ଆହୁରି ଗୁଡ଼ାଏ ମନ୍ଦିର ପାଇଁ ତୀର ଚିହ୍ନ ଥିଲା। ଆମେ ଏତେ ହାଲିଆ ହେଇ ଯାଇଥିଲୁ ଯେ, କେବଳ ମହାପ୍ରଭୁଙ୍କ ମନ୍ଦିର ଦେଖି ଫେରି ଆସିବୁ ବୋଲି ସ୍ଥିର କଲୁ। ଆଗକୁ ପ୍ରାୟ ଅଧା କିଲୋମିଟର ଯିବାପରେ ନର୍ମଦା ଘାଟରେ ଥିଲା ମନ୍ଦିରଟି। 20 ଖଣ୍ଡେ ପାହାଚ ଚଢି଼ ଉପରେ ପହଞ୍ଚି ମହାପ୍ରଭୁଙ୍କ ଯୋଉ ମୂର୍ତ୍ତି ଦେଖିଲୁ, ଆଖି ଖୋସି ହେଇଗଲା। ଉଜ୍ଜୈନ ରେ chardham ମନ୍ଦିରରେ ତ୍ରିମୁର୍ତ୍ତୀଙ୍କର ଭିନ୍ନ ପ୍ରକାରର ମୂର୍ତ୍ତୀ ଦେଖି ଟିକେ disappoint ହେଇଥିଲୁ । ଏଇଠି ସେମିତିକା କିଛି ରୂପ ଦେଖିବୁ ବୋଲି ଭାବିଥିଲୁ। କିନ୍ତୁ ଏଠି ତ ସାରେ ପୁରା ରାଜ ରାଜେଶ୍ଵର ବେଶରେ ଆସ୍ଥାନ ଜମେଇ ବସିଛନ୍ତି 

ତାଙ୍କ ପାଦ ତଳେ ଶୋଇଗଲୁ ଶାନ୍ତିରେ କିଛି କ୍ଷଣ। ୟା ପରେ ଆମକୁ ସିଧା ଘରକୁ ଫେରିବାର ଥିଲା। ଭଲରେ ଭଲରେ କେମିତି ଘରେ ପହଞ୍ଚିବୁ, ତା ପାଇଁ ମହାପ୍ରଭୁଙ୍କୁ ଗୁହାରୀ ଜଣେଇ ବାହାରି ଆସିଲୁ ସେଇଠୁ।

ସେଦିନ ଯୋଉଠି ରାତି ହେଲା, ସେଇଠି lodge ରେ ରହିଯାଇ, ପରଦିନ ଆସି ଘରେ ପହଞ୍ଚିଗଲୁ ଭଲରେ ।

ସମାପ୍ତ

©Lipsa Panda

Blog at WordPress.com.

Up ↑